ପ୍ରଦୂଷଣ ବୈଠକରେ ଯୋଗ ଦେଲେନି ଗମ୍ଭୀର, ପରିବେଶ ମନ୍ତ୍ରୀ ଖପ୍ପା

ନୂଆଦିଲ୍ଲୀ: ବିଷ ବଳୟରେ ଦେଶର ରାଜଧାନୀ। ଏହାକୁ ନେଇ ଦେଶବାସୀ ଏବେ ଚିନ୍ତିତ। ହେଲେ ଏହି ପ୍ରସଙ୍ଗରେ ଦିଲ୍ଲୀର ସାଂସଦ ତଥା କ୍ରିକେଟରରୁ ନେତା ହୋଇଥିବା ଗୌତମ ଗମ୍ଭୀର ବେଫିକର ବୋଲି ଜଣାପଡ଼ିଛି। ଆଜି ବାୟୁ ପ୍ରଦୂଷଣକୁ ନେଇ ବସିଥିବା ସଂସଦୀୟ ବୈଠକକୁ ନଆସି ଇନ୍ଦୋରରେ ଚାଲିଥିବା ଭାରତ-ବାଂଲାଦେଶ ମ୍ୟାଚ ପାଇଁ ବିଜେପି ସାଂସଦ ଗୌତମ ଗମ୍ଭୀର କମେଣ୍ଚ୍ରି କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି ଗମ୍ଭୀରଙ୍କୁ ସମାଲୋଚନା […]

gambhir1

Subhransu Sekhar
  • Published: Friday, 15 November 2019
  • , Updated: 15 November 2019, 04:04 PM IST

ନୂଆଦିଲ୍ଲୀ: ବିଷ ବଳୟରେ ଦେଶର ରାଜଧାନୀ। ଏହାକୁ ନେଇ ଦେଶବାସୀ ଏବେ ଚିନ୍ତିତ। ହେଲେ ଏହି ପ୍ରସଙ୍ଗରେ ଦିଲ୍ଲୀର ସାଂସଦ ତଥା କ୍ରିକେଟରରୁ ନେତା ହୋଇଥିବା ଗୌତମ ଗମ୍ଭୀର ବେଫିକର ବୋଲି ଜଣାପଡ଼ିଛି। ଆଜି ବାୟୁ ପ୍ରଦୂଷଣକୁ ନେଇ ବସିଥିବା ସଂସଦୀୟ ବୈଠକକୁ ନଆସି ଇନ୍ଦୋରରେ ଚାଲିଥିବା ଭାରତ-ବାଂଲାଦେଶ ମ୍ୟାଚ ପାଇଁ ବିଜେପି ସାଂସଦ ଗୌତମ ଗମ୍ଭୀର କମେଣ୍ଚ୍ରି କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି ଗମ୍ଭୀରଙ୍କୁ ସମାଲୋଚନା କରିଛି। ବାରମ୍ୱାର ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରିବା ପରିବର୍ତ୍ତେ ନିଜେ କିଭଳି ପ୍ରଦୂଷଣକୁ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଲେନି ସେ ନେଇ ଆପ୍ ପ୍ରଶ୍ନ କରିଛି।

ଆଜି ଦିଲ୍ଲୀର ପ୍ରଦୂଷଣକୁ ନେଇ ସକାଳ ୧୧ଟାରେ ସଂସଦୀୟ ବୈଠକ ବସିଥିଲା। ଏଥିରେ ଦିଲ୍ଲୀର ଏକମାତ୍ର ଲୋକସଭା ସାଂସଦ ଭାବରେ ଗମ୍ଭୀରଙ୍କ ନାମ ଥିଲା। ହେଲେ ସେ ବୈଠକକୁ ଆସିନଥିଲେ। ଖାଲି ଗମ୍ଭୀର ନୁହଁ ଅନେକ ଅଫିସର ମଧ୍ୟ ଏହି ବୈଠକରେ ଯୋଗ ଦେଇ ନଥିଲେ। ବୈଠକରେ ୨୯ ଜଣ ଯୋଗ ଦେବାର ଥିଲା। ହେଲେ ମାତ୍ର ୪ ସାଂସଦ ଏବଂ କିଛି ଅଫିସର ଯୋଗ ଦେଇଥିବା ସୂଚନା ରହିଛି।

ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ସାଂସଦମାନେ ବୈଠକରେ ଯୋଗ ନଦେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ସାଂସଦ ଏବଂ ଅଫିସରମାନେ ଅନୁପସ୍ଥିତ ରହିବାର କାରଣ ବାବଦରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜାଭଡ଼େକର କହିଛନ୍ତି। ଏମିତିକି ଦିଲ୍ଲୀର ପ୍ରଦୂଷଣକୁ ନେଇ ଗଠିତ ହୋଇଥିବା କମିଟିର ମୁଖ୍ୟ ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ଏବାବଦରେ ଅବଗତ କରାଯିବ ବୋଲି ଜାଭଡେକର କହିଛନ୍ତି।

ଯେଉଁମାନେ ଏହି ଉଚ୍ଚ ସ୍ତରୀୟ ବୈଠକରେ ଅନୁପସ୍ଥିତ ରହିଛନ୍ତି ସେମାନେ ହେଲେ, ମଥୁରା ସାଂସଦ ତଥା ଅଭିନେତ୍ରୀ ହେମା ମାଳିନୀ, ପରିବେଶ ସଚିବ, ଜଙ୍ଗଲ ସଚିବ, ପାଣିପାଗ ପରିବର୍ତ୍ତନର ସଚିବ, ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟିର ପ୍ରତିନିଧି ଏବଂ ଦିଲ୍ଲୀର ୩ ନଗରପାଳିକାର ମୁଖ୍ୟ। ତେବେ ଗମ୍ଭୀର ସମେତ ଅନ୍ୟ ସାଂସଦ ଏବଂ ଅଫିସର ଏହି ବୈଠକରେ କାହିଁକି ଯୋଗ ଦେଇନଥିଲେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ।

ଯେଉଁ ସାଂସଦ ମାନେ ଏହି ବୈଠକରେ ଯୋଗ ଦେଇଥିଲେ ସେମାନେ ହେଲେ ବିଜେପି ସାଂସଦ ଜଗଦମ୍ୱିକା ପାଲ୍, ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ, ବିଜେପି ସାଂସଦ ସିଆର ପାଟିଲ୍, ନ୍ୟାଶନାଲ କନଫରେନସର ସାଂସଦ ହସନୈନ୍ ମାସୋଦି।

ସୂଚନାଯୋଗ୍ୟ, ଦିଲ୍ଲୀର ବାୟୁମଣ୍ଡଳ ଏବେ ସାଂଘାତିକ ସ୍ଥିତିରେ ରହିଛି। ପ୍ରଦୂଷଣ ମାତ୍ରା ଏମିତି ହୋଇଛି ଯେ, ବିଭିନ୍ନ ରୋଗର ମଧ୍ୟ ଶିକାର ହେଉଛନ୍ତି ରାଜଧାନୀବାସୀ।

Related story