ଆସ୍ଥା ଭୋଟ୍‌ ଜିତିଲେ ଗେହଲଟ ସରକାର, ବିଜେପିକୁ ଜବାବ ଦେଲେ ପାଇଲଟ୍‌

ଜୟପୁର: ରାଜସ୍ଥାନ ସରକାରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଅନୁଷ୍ଠିତ ଆସ୍ଥା ଭୋଟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବାଜିମାତ କରିଛନ୍ତି। ଏହାର ଅର୍ଥ ଏବେ ଆଉ ତାଙ୍କ ସରକାରଙ୍କୁ କୌଣସି ବିପଦ ନାହିଁ। ଆଜି ବିଧାନସଭାରେ ଭୟସ ଭୋଟ ଜରିଆରେ ଆସ୍ଥା ଭୋଟିଂ ହୋଇଥିଲା। ସର୍ବସମ୍ମତିକ୍ରମେ ଗେହଲଟ ସରକାର ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି। ଆସ୍ଥା ଭୋଟରେ ଜିତିବା ପରେ ରାଜସ୍ଥାନ ବିଧାନସଭାକୁ ଆସନ୍ତା ୨୧ ତାରିଖ […]

g

Hemant Lenka
  • Published: Friday, 14 August 2020
  • , Updated: 14 August 2020, 04:49 PM IST

ଜୟପୁର: ରାଜସ୍ଥାନ ସରକାରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଅନୁଷ୍ଠିତ ଆସ୍ଥା ଭୋଟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବାଜିମାତ କରିଛନ୍ତି। ଏହାର ଅର୍ଥ ଏବେ ଆଉ ତାଙ୍କ ସରକାରଙ୍କୁ କୌଣସି ବିପଦ ନାହିଁ।

ଆଜି ବିଧାନସଭାରେ ଭୟସ ଭୋଟ ଜରିଆରେ ଆସ୍ଥା ଭୋଟିଂ ହୋଇଥିଲା। ସର୍ବସମ୍ମତିକ୍ରମେ ଗେହଲଟ ସରକାର ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି। ଆସ୍ଥା ଭୋଟରେ ଜିତିବା ପରେ ରାଜସ୍ଥାନ ବିଧାନସଭାକୁ ଆସନ୍ତା ୨୧ ତାରିଖ ଯାଏ ସ୍ଥଗିତ କରାଯାଇଛି।

ଆସ୍ଥା ଭୋଟ ବିତର୍କରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ବିଜେପି ସରକାରରେ ଥିବା କଂଗ୍ରେସରେ ଫାଟ ସୃଷ୍ଟି କରି ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିଥିଲା। ନିର୍ବାଚନରେ ପରାଜୟ ଦେଖି ସେମାନେ ପୂରା ସ୍ତବ୍ଧ ହୋଇଯାଇଥିଲେ। ବିଜେପିର ଏକାଧିକ ନେତା ରାଜସ୍ଥାନ ସରକାର ଓ କଂଗ୍ରେସ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ରରେ ସାମିଲ ଥିଲେ।

ଆପଣମାନେ ଡେପୁଟି ମୁଖ୍ୟମନ୍ତ୍ରୀଙ୍କ କଥା କହୁଛନ୍ତି। କିନ୍ତୁ ଷଡ଼ଯନ୍ତ୍ର ଆପଣମାନେ, ଆପଣଙ୍କ ଦଳ ଓ କେନ୍ଦ୍ରୀୟ ନେତା କରିଥିଲେ। ଯେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ରାଜସ୍ଥାନରେ ସରକାର ଭୁଶୁଡ଼ିବାକୁ ଦିଆଯିବ ନାହିଁ। ବିଜେପି କର୍ଣ୍ଣାଟକା, ଗୁଜରାଟ ଓ ମଧ୍ୟପ୍ରଦେଶରେ କ’ଣ କରୁଛି, ସେ ବିଷୟରେ ଅଧିକ ଚିନ୍ତା କରିବା ଦରକାର। ଗଣତନ୍ତ୍ରକୁ ଆପଣମାନେ ସମଗ୍ର ଦେଶରେ ମଜାକ ବନେଇ ରଖିଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କେମିତି ନିର୍ବାଚିତ ସରକାରଙ୍କୁ ଅଡ଼ୁଆରେ ପକାଇବେ, ସେ ସ୍ୱପ୍ନ ଦେଖୁଛନ୍ତି। କିନ୍ତୁ ସେ କେବେ ହେଲେ ସରକାରଙ୍କୁ ଭାଙ୍ଗି ପାରିବେ ନାହିଁ। ବିଜେପି ନେତ୍ରୀ ବସୁନ୍ଧରା ରାଜେଙ୍କ ସହ ମୁଁ ହାତ ମିଳାଇଥିବା କୁହାଯାଉଛି। ହେଲେ ମୁଁ ଏଠି କହିବାକୁ ଚାହେଁ ଯେ ମୁଁ ତାଙ୍କ ସହ ଆଲୋଚନା ମଧ୍ୟ କରିନାହିଁ।

ଆପଣମାନେ(ବିଜେପି) ମଧ୍ୟପ୍ରଦେଶରେ ସରକାର ଭାଙ୍ଗି ଦେଲେ। ମହାମାରୀ କରୋନା ସଂକ୍ରମଣ ଭିତରେ ଆପଣଙ୍କ ମୁଖ୍ୟମନ୍ତ୍ରୀ ଶପଥ ନେଲେ। ଲୋକମାନେ ଶୋଭାଯାତ୍ରା କରୁଛନ୍ତି। ତଥାପି ଆପଣମାନେ ଖାଲି କ୍ଷମତା ଲୋଭରେ ଅନ୍ଧ ହୋଇ ରହିଛନ୍ତି। ଆପଣମାନେ ରାଜସ୍ଥାନରେ ବି ସମାନ କାମ କରିବାକୁ ଲକ୍ଷ୍ୟ ରଖିଥିଲେ। ଇଡି, ସିବିଆଇ ଭଳି ସଂସ୍ଥାର ଅପବ୍ୟବହାର କରୁନାହାନ୍ତି କି? ରାଜସ୍ଥାନରେ କିନ୍ତୁ ଏସବୁ କାମ କରିବ ନାହିଁ ବୋଲି ଗେହଲଟ କହିଛନ୍ତି।

ଟ୍ରଷ୍ଟ ଭୋଟ ବିତର୍କ ବେଳେ ବିଜେପି ନେତାମାନେ କଂଗ୍ରେସରେ ଥିବା ଫାଟ କଥା କହିଥିଲେ। ଏହାର ଜବାବ ସଚିନ ପାଇଲଟ ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ ଭିତରେ ଯାହା ଚାଲଛି ସେକଥା ବିଜେପି ଆମ ଉପରେ ଛାଡ଼ି ଦେଉ। ଆମ ସମସ୍ୟା ଆମେ ନିଜେ ସମାଧାନ କରିବୁ। ଏବେ ବିଜେପି କେବଳ ଟ୍ରଷ୍ଟ ଭୋଟ କଥା ଚିନ୍ତା କରୁ। କଂଗ୍ରେସ ଆଜି ସମସ୍ତ ବିଧାୟକ ଏକାଠି ରହିଛନ୍ତି ବୋଲି ପ୍ରମାଣ କରି ଦେଖାଇଛି।

ଆମେ ବିଧାନସଭାରେ କେଉଁଠୁ ବସିଛୁ, ସେକଥା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆମେ କେଉଁଠି ବସିବୁ ସେକଥା ବାଚସ୍ପତି ନିଷ୍ପତ୍ତି ନେଇଛନ୍ତି। ଏହା ଉପରେ ମୁଁ କୌଣସି ପ୍ରତିକ୍ରିୟା ଦେବିନାହିଁ। ଆମର ବିଶ୍ୱାସ ସବୁ କିଛି ଠିକା ଠାକ ଭାବେ ଶେଷ ହେବ। ଆଜି ଆମ ସରକାର ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ଟ୍ରଷ୍ଟ ଭୋଟ ଜିତିଛି। ମୋର ଆଶ କଂଗ୍ରେସ ହାଇକମାଣ୍ଡ ଯଥାଶୀଘ୍ର ରୋଡମ୍ୟାପ ପ୍ରସ୍ତୁତ କରି ସବୁ ସମସ୍ୟାର ସାମାଧନ କରିବେ ବୋଲି ସେ କହିଛନ୍ତି।

Related story