କରୋନା ଚିନ୍ତାରେ ଆତ୍ମହତ୍ୟା କଲେ ଜର୍ମାନ ମନ୍ତ୍ରୀ

ଫ୍ରାଙ୍କଫୁର୍ଟ: ଜର୍ମାନୀର ହେସେ ରାଜ୍ୟର ଅର୍ଥମନ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। କରୋନା ଭାଇରସ୍‌ କାରଣରୁ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଥିବାରୁ ଏହି ମନ୍ତ୍ରୀ ଜଣକ ଚିନ୍ତାରେ ଥିଲେ। ଏହି କାରଣରୁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଏହି ମନ୍ତ୍ରୀଙ୍କ ନାମ ଥୋମାସ୍‌ ସ୍କାଇଫର୍‌ ବୋଲି ଜଣାପଡ଼ିଛି। ଥୋମାସ୍‌ଙ୍କ ମୃତ ଶରୀର ଶନିବାର ଏକ ରେଲ୍ୱେ ଟ୍ରାକ୍ ନିକଟରୁ ମିଳିଥିଲା। ସେ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ହେଁ ଏଯାଏ ସ୍ପଷ୍ଟ ହୋଇପାରିନି। ସୂଚନାଯୋଗ୍ୟ ଯେ, ଜର୍ମାନୀର ଆର୍ଥିକ ରାଜଧାନୀ ଫ୍ରାଙ୍କଫୁର୍ଟ […]

German

Subrat Kumar Nayak
  • Published: Sunday, 29 March 2020
  • , Updated: 29 March 2020, 06:20 PM IST

ଫ୍ରାଙ୍କଫୁର୍ଟ: ଜର୍ମାନୀର ହେସେ ରାଜ୍ୟର ଅର୍ଥମନ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। କରୋନା ଭାଇରସ୍‌ କାରଣରୁ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଥିବାରୁ ଏହି ମନ୍ତ୍ରୀ ଜଣକ ଚିନ୍ତାରେ ଥିଲେ। ଏହି କାରଣରୁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଏହି ମନ୍ତ୍ରୀଙ୍କ ନାମ ଥୋମାସ୍‌ ସ୍କାଇଫର୍‌ ବୋଲି ଜଣାପଡ଼ିଛି।

ଥୋମାସ୍‌ଙ୍କ ମୃତ ଶରୀର ଶନିବାର ଏକ ରେଲ୍ୱେ ଟ୍ରାକ୍ ନିକଟରୁ ମିଳିଥିଲା। ସେ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ହେଁ ଏଯାଏ ସ୍ପଷ୍ଟ ହୋଇପାରିନି।

ସୂଚନାଯୋଗ୍ୟ ଯେ, ଜର୍ମାନୀର ଆର୍ଥିକ ରାଜଧାନୀ ଫ୍ରାଙ୍କଫୁର୍ଟ ଏହି ରାଜ୍ୟ ଅଧୀନରେ ଆସୁଛି। ଏଠାରେ ବହୁ ବଡ଼ ବଡ଼ ବ୍ୟାଙ୍କର ମୁଖ୍ୟାଳୟ ରହିଛି। ୟୁରୋପିଆନ୍‌ ସେଣ୍ଟ୍ରାଲ ବ୍ୟାଙ୍କର କାର୍ଯ୍ୟାଳୟ ମଧ୍ୟ ଏହି ସହରରେ ରହିଛି।

ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲ୍‌ଙ୍କର ଜଣେ ଘନିଷ୍ଠ ବଫିଅର କହିଛନ୍ତି, ଆମକୁ ଆଜି ଭାବିନେବାକୁ ହେବ ଯେ ସେ ଗଭୀର ଚିନ୍ତାରେ ଥିଲେ। ଏଭଳି କଷ୍ଟକର ସମୟରେ ଆମକୁ ତାଙ୍କର ବହୁତ ଆବଶ୍ୟକତା ରହିଥିଲା।

Related story