ମସଜିଦ୍ ଉପରେ ନଜର ରଖନ୍ତୁ ଇସି: ବିଜେପି

ନୂଆଦିଲ୍ଲୀ: ଭୋଟ୍‌ ଉପରେ ଧାର୍ମିକ ଆସ୍ଥାନ ପ୍ରଭାବ କମ୍‌ କରିବା ପାଇଁ ମସ୍‌ଜିଦ୍‌ଗୁଡ଼ିକ ଉପରେ ନଜର ରଖିବା ପାଇଁ ନିର୍ବାଚନ କମିଶନ୍‌ଙ୍କୁ ଅନୁରୋଧ କରିଛି ଦିଲ୍ଲୀ ବିଜେପି। ଦଳ ପକ୍ଷରୁ କୁହାଯାଇଛି, କମିଶନ୍‌ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତି କରି ଦଳମାନଙ୍କୁ ଏପରି କାର୍ଯ୍ୟରୁ ନିବୃତ୍ତ ରଖିପାରିବେ। ଦିଲ୍ଲୀ ବିଜେପିର ଆଇନ ବିଭାଗ ଆବାହକ ନୀରଜ ଏକ ଚିଠିରେ ଦଶର୍ଶଇଛନ୍ତି, କିଛି ଆପ୍‌ ନେତା ଧର୍ମ ଆଧାରରେ ଭୋଟ୍‌ ଧ୍ରୁବୀକରଣ ପାଇଁ ପ୍ରୟାସ କରାଯାଉଛି। ଏଥିରେ ରୋକ୍ ଲଗାଇବାକୁ […]

delhi-bjp

Subrat Kumar Nayak
  • Published: Saturday, 16 March 2019
  • , Updated: 16 March 2019, 08:51 PM IST

ନୂଆଦିଲ୍ଲୀ: ଭୋଟ୍‌ ଉପରେ ଧାର୍ମିକ ଆସ୍ଥାନ ପ୍ରଭାବ କମ୍‌ କରିବା ପାଇଁ ମସ୍‌ଜିଦ୍‌ଗୁଡ଼ିକ ଉପରେ ନଜର ରଖିବା ପାଇଁ ନିର୍ବାଚନ କମିଶନ୍‌ଙ୍କୁ ଅନୁରୋଧ କରିଛି ଦିଲ୍ଲୀ ବିଜେପି। ଦଳ ପକ୍ଷରୁ କୁହାଯାଇଛି, କମିଶନ୍‌ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତି କରି ଦଳମାନଙ୍କୁ ଏପରି କାର୍ଯ୍ୟରୁ ନିବୃତ୍ତ ରଖିପାରିବେ।

ଦିଲ୍ଲୀ ବିଜେପିର ଆଇନ ବିଭାଗ ଆବାହକ ନୀରଜ ଏକ ଚିଠିରେ ଦଶର୍ଶଇଛନ୍ତି, କିଛି ଆପ୍‌ ନେତା ଧର୍ମ ଆଧାରରେ ଭୋଟ୍‌ ଧ୍ରୁବୀକରଣ ପାଇଁ ପ୍ରୟାସ କରାଯାଉଛି। ଏଥିରେ ରୋକ୍ ଲଗାଇବାକୁ ହେଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତି କରିବାକୁ ହେବ।

ସେ ଆହୁରି ମଧ୍ୟ କହିଛନ୍ତି, ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ଦଳର କର୍ମୀମାନେ ଏଭଳି ପ୍ରୟାସ କରୁଥିବାରୁ ଆମେ ଏଭଳି କରିବାକୁ ବାଧ୍ୟ ହେଲୁ। ସୂଚନାଯୋଗ୍ୟ ଯେ, ସଂଖ୍ୟାଲଘୁବହୁଳ ଅଞ୍ଚଳରେ କେଜ୍ରିୱାଲ ଭାଷଣରେ କଂଗ୍ରେସ ଏବଂ ଆପ୍‌ ମଧ୍ୟରେ ଭୋଟ୍‌ ବିଭାଜନ ପ୍ରତି ସତର୍କ ହେବାକୁ କହିଆସିଛନ୍ତି।

ବିଜେପି ପକ୍ଷରୁ କୁହାଯାଇଛି, ଏଭଳି ସମ୍ବେଦନଶୀଳ ଅଞ୍ଚଳରେ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଗଲେ କୌଣସି ହିଂସା ବା ଅଘଟଣ ସମୟରେ ନିର୍ବାଚନ କମିଶନ ପ୍ରକୃତ ତଥ୍ୟ ପାଇ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଫଳରେ ସ୍ୱଚ୍ଛ ଏବଂ ମୁକ୍ତ ନିର୍ବାଚନ ସମ୍ଭବ ହୋଇପାରିବ।

Related story