ଘରେ ପଡ଼ି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ୍ ସିନିୟର ଆହତ

ୱାଶିଂଟନ୍: ଆମେରିକାର ସବୁଠୁ ବୟସ୍କ ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚଡବ୍ଲୁ ବୁଶ୍ ( ଜର୍ଜ ବୁଶ ସିନିୟର ନାଁରେ ପରିଚିତ)ରେ ପଡ଼ି ଯାଇ ଆହତ ହୋଇଛନ୍ତି। ପଡ଼ିଯିବା ଯୋଗୁ ତାଙ୍କ ବେକର ହାଡ଼ ଭାଙ୍ଗି ଯାଇଛି। ତେବେ ସେ ବିପଦମୁକ୍ତ ଅଛନ୍ତି। ତାଙ୍କ ମୁଖପାତ୍ର ଜମ୍ ମେକଗ୍ରା କହିଛନ୍ତି ଯେ ୯୧ ବର୍ଷୀୟ ଜର୍ଜ ଏଚଡବ୍ଲୁ ବୁଶ୍ ପଡ଼ିଯିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଟିକେ ଆରାମ ଅନୁଭବ କରୁଛନ୍ତି। ତାଙ୍କ ବେକରେ […]

George

Rakesh Mallick
  • Published: Thursday, 16 July 2015
  • , Updated: 04 May 2017, 03:45 PM IST

ୱାଶିଂଟନ୍: ଆମେରିକାର ସବୁଠୁ ବୟସ୍କ ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚଡବ୍ଲୁ ବୁଶ୍ ( ଜର୍ଜ ବୁଶ ସିନିୟର ନାଁରେ ପରିଚିତ)ରେ ପଡ଼ି ଯାଇ ଆହତ ହୋଇଛନ୍ତି। ପଡ଼ିଯିବା ଯୋଗୁ ତାଙ୍କ ବେକର ହାଡ଼ ଭାଙ୍ଗି ଯାଇଛି। ତେବେ ସେ ବିପଦମୁକ୍ତ ଅଛନ୍ତି।

ତାଙ୍କ ମୁଖପାତ୍ର ଜମ୍ ମେକଗ୍ରା କହିଛନ୍ତି ଯେ ୯୧ ବର୍ଷୀୟ ଜର୍ଜ ଏଚଡବ୍ଲୁ ବୁଶ୍ ପଡ଼ିଯିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଟିକେ ଆରାମ ଅନୁଭବ କରୁଛନ୍ତି। ତାଙ୍କ ବେକରେ ଏକ ପଟି ବନ୍ଧା ଯାଇଛି।

ଏହି ପୂର୍ବତନ ରାଷ୍ଟ୍ରପତିଙ୍କ ଚିକିତ୍ସା ପୋର୍ଟଲାଣ୍ଡର ଏକ ଡାକ୍ତରଖାନାରେ ହେଉଛି। ସେ ହେଉଛନ୍ତି ଆମେରିକାର ୪୧ତମ ରାଷ୍ଟ୍ରପତି। ତାଙ୍କ ପୁଅ ଜର୍ଜ ୱାକର ବୁଶ୍ ମଧ୍ୟ ରାଷ୍ଟ୍ରପତି ଥିଲେ। ସେ ଆମେରିକାର ୪୩ତମ ରାଷ୍ଟ୍ରପତି ହୋଇଥିଲେ।

Related story