ଇନ୍ଦୋର: ଜୋର ଜବରଦସ୍ତି ମା' ବିବାହ ପାଇଁ ଅନ୍ୟ ଏକ ସ୍ଥାନରେ ଜିଦ୍ ଧରିବାରୁ ଝିଅର ଉନ୍ମତକାଣ୍ଡ। ମା' ଇଚ୍ଛାର ନୁହଁ ବରଂ ନିଜେ ପସନ୍ଦ କରିଥିବା ପୁଅକୁ ବିବାହ କରିବା ପାଇଁ ଜିଦ୍ ଧରିବା ପରେ ଜଣେ ନାବାଳିକା ବିଜ୍ଞାପନ ହୋର୍ଡିଂ ଉପରେ ବସିଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଇନ୍ଦୋରରେ।
ପ୍ରଥମେ ଝିଅଟି ରାଗିଯାଇ ଇନ୍ଦୋର ସ୍ଥିତ ପରଦେଶୀପୁରା ଭଣ୍ଡାରୀ ବ୍ରିଜ ରାସ୍ତା କଡ଼ରେ ବସିଥିଲା। ପରେ ଝିଅଟି ବ୍ରିଜ ପାଖରେ ଥିବା ହୋର୍ଡିଂ ଉପରେ ବସିଥିବାର ଦେଖିବାକୁ ମିଳିଥିଲା। ଝିଅଟି ହୋର୍ଡିଂ ଉପରେ ବସିଥିବାର ଦେଖି ନିକଟସ୍ଥ ଲୋକମାନେ ସେଠାରେ ଏକତ୍ରିତ ହୋଇଥିଲେ। ପୁୁଲିସ୍ ଏ ସମ୍ପର୍କରେ ସୂଚନା ପାଇବା ପରେ ସେଠାରେ ପହଞ୍ଚିଥିଲା।
https://twitter.com/ANI/status/1325679285034573824
ପୁଲିସ କହିଛି ଯେ ସେ ଝିଅକୁ ବିବାହ କରିବାକୁ ଚାହୁଁଥିବା ପୁଅ ସହିତ ଯୋଗାଯୋଗ କରିଥିଲେ। ଏହାପରେ ପୁଲିସ ବାଳକ ପାଖରେ ପହଞ୍ଚି ଥିଲା। ଘଟଣା ସ୍ଥଳରେ ପହଞ୍ଚିବା ପରେ ପୁଅଟି ଝିଅକୁ ଓହ୍ଲାଇବାକୁ ନିବେଦନ କରିଥିଲା, ପରେ ଝିଅଟି ତଳକୁ ଓହ୍ଲାଇଥିଲା।
ପରଦେଶୀପୁରା ଥାନା ଅଧିକାରୀ ଅଶୋକ ପଟିଦାର କହିଛନ୍ତି, ଝିଅଟି ନିଜ ମା'ଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କରିବାକୁ ଦାବି କରି ହୋର୍ଡିଂ ଉପରେ ବସିଥିଲା। ପରେ ସେ ପୁଅଟିର ନିର୍ଦ୍ଦେଶରେ ଓହ୍ଲାଇ ଆସିଛି ନାବାଳିକା ଝିଅଟି।