ଗ୍ରୀଷ୍ମ ଋତୁ ଆସିଲେ ରାହୁଲବାବା ବିଦେଶ ଯାଆନ୍ତି: ଅମିତ ଶାହା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର  ବିଜେପି କର୍ମକର୍ତ୍ତାଙ୍କ ଏକ ରାଲିକୁ ସମ୍ବୋଧିତ କରି ବିଜେପି ଅଧ୍ୟକ୍ଷ ଅମିତ ଶାହା ଅଖିଳେଶ ଯାଦବ ସରକାରଙ୍କୁ ସମାଲୋଚନା କରିଛନ୍ତି। କୈରାନା ଘଟଣାରେ ଅଖିଳେଶ ସରକାରଙ୍କୁ ସମାଲୋଚନା କରି  ଶାହା କହିଛନ୍ତି, “ଏହି ସରକାର ଆଇନ ଶୃଙ୍ଖଳାର କଥା କହୁଛି। ହେଲେ ୟୁପିର ଆଇନଶୃଙ୍ଖଳାକୁ ସମ୍ଭାଳି ପାରୁନାହାନ୍ତି। ରାଜ୍ୟକୁ କିଭଳି ସମ୍ଭାଳିବେ?” ଶାହା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଗ୍ରୀଷ୍ମ ଋତୁ ଆସିଲେ ରାହୁଲବାବା ବିଦେଶ ପଳାଇଯାଆନ୍ତି। ରାହୁଲ […]

shah_

Rakesh Mallick
  • Published: Thursday, 30 June 2016
  • , Updated: 30 June 2016, 06:36 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର  ବିଜେପି କର୍ମକର୍ତ୍ତାଙ୍କ ଏକ ରାଲିକୁ ସମ୍ବୋଧିତ କରି ବିଜେପି ଅଧ୍ୟକ୍ଷ ଅମିତ ଶାହା ଅଖିଳେଶ ଯାଦବ ସରକାରଙ୍କୁ ସମାଲୋଚନା କରିଛନ୍ତି। କୈରାନା ଘଟଣାରେ ଅଖିଳେଶ ସରକାରଙ୍କୁ ସମାଲୋଚନା କରି  ଶାହା କହିଛନ୍ତି, “ଏହି ସରକାର ଆଇନ ଶୃଙ୍ଖଳାର କଥା କହୁଛି। ହେଲେ ୟୁପିର ଆଇନଶୃଙ୍ଖଳାକୁ ସମ୍ଭାଳି ପାରୁନାହାନ୍ତି। ରାଜ୍ୟକୁ କିଭଳି ସମ୍ଭାଳିବେ?”

ଶାହା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଗ୍ରୀଷ୍ମ ଋତୁ ଆସିଲେ ରାହୁଲବାବା ବିଦେଶ ପଳାଇଯାଆନ୍ତି। ରାହୁଲ ବାବା  ଦେଶରେ ଥିଲାବେଳେ ପଚାରୁଥିଲେ ବିଜେପି ଦେଶକୁ କଣ ଦେଇଛି? ବିଜେପି ଦେଶକୁ କଥା କହିଲା ବାଲା ପ୍ରଧାନମନ୍ତ୍ରୀ ଦେଇଛି।”

ଶାହା କହିଛନ୍ତି, “ଯୁପି ସରକାର ୫ ବର୍ଷରେ ୨୮୦୪୬୭ କୋଟି ଟଙ୍କାଦେଇଛି। କିନ୍ତୁ କେନ୍ଦ୍ର ସରକାର ୫ ବର୍ଷରେ ଓଡ଼ିଶାକୁ ୪୬୫୯୬୬ କୋଟି  ଟଙ୍କା ଦେବ। କିନ୍ତୁ ସପା ସରକାର ଏହାକୁ ଲୋକଙ୍କ ପାଖରେ  ପହଞ୍ଚାଇବାକୁ ଦେବ ନାହିଁ। ”

Related story