ଆପଣଙ୍କୁ ମାଲାମାଲ କରିପାରେ ଗୋଟିଏ ପୁରୁଣା ୫୦୦ ଟଙ୍କିଆ ନୋଟ୍, କେବଳ ଥିବା ଦରକାର ଲକି ନମ୍ବର

ଆପଣଙ୍କ ପାଖରେ ପୁରୁଣା ୫୦୦ ଟଙ୍କିଆ ଅଛି କି ? ଯଦି ଅଛି, ତେବେ ଖୋଜନ୍ତୁ ସେହି ଟଙ୍କାରେ କିଛି ନିର୍ଦ୍ଦିଷ୍ଟ ଲକି ନମ୍ବର ଅଛି କି ନାହିଁ। ଯଦି ନମ୍ବର ମିଶିଯାଏ, ତେବେ ଆପଣ ମାଲାମାଲ୍ ହୋଇଯାଇ ପାରନ୍ତି। କାରଣ ଅନଲାଇନ୍ ବ୍ୟବସାୟ କରୁଥିବା ebay.in ନାମକ ୱେବସାଇଟ୍ ଏହିପରି ପୁରୁଣା ଟଙ୍କା ଥିବା ଲୋକଙ୍କୁ ଏହି ସୁଯୋଗ ଦେଉଛି। ହେଲେ ଏହି ସଂସ୍ଥା ଏଥିରୁ କି ଲାଭ ପାଉଛି, ପୁରୁଣା ଟଙ୍କା ବଦଳରେ ଏତେ […]

note

Rakesh Mallick
  • Published: Monday, 26 June 2017
  • , Updated: 26 June 2017, 05:52 PM IST

ଆପଣଙ୍କ ପାଖରେ ପୁରୁଣା ୫୦୦ ଟଙ୍କିଆ ଅଛି କି ? ଯଦି ଅଛି, ତେବେ ଖୋଜନ୍ତୁ ସେହି ଟଙ୍କାରେ କିଛି ନିର୍ଦ୍ଦିଷ୍ଟ ଲକି ନମ୍ବର ଅଛି କି ନାହିଁ। ଯଦି ନମ୍ବର ମିଶିଯାଏ, ତେବେ ଆପଣ ମାଲାମାଲ୍ ହୋଇଯାଇ ପାରନ୍ତି। କାରଣ ଅନଲାଇନ୍ ବ୍ୟବସାୟ କରୁଥିବା ebay.in ନାମକ ୱେବସାଇଟ୍ ଏହିପରି ପୁରୁଣା ଟଙ୍କା ଥିବା ଲୋକଙ୍କୁ ଏହି ସୁଯୋଗ ଦେଉଛି। ହେଲେ ଏହି ସଂସ୍ଥା ଏଥିରୁ କି ଲାଭ ପାଉଛି, ପୁରୁଣା ଟଙ୍କା ବଦଳରେ ଏତେ ମୂଲ୍ୟ କାହିଁକି ଦେଉଛି, ଏପରି କରିବା ଆଇନତଃ ଠିକ୍ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତେବେ ପୂରା ଖବରଟି ପଢ଼ନ୍ତୁ।

ebay.in ସଂସ୍ଥାର ଦାବି ହେଲା, ମାତ୍ର ଖଣ୍ଡିଏ ପୁରୁଣା ୫୦୦ ଟଙ୍କିଆ ନୋଟ୍ ବଦଳରେ ଆପଣଙ୍କୁ ମିଳିବ ୧ କୋଟି ମୂଲ୍ୟର ନୂଆ ଟଙ୍କା। ଏହା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ, ହେଲେ କଥାଟା ଏକଦମ୍ ସତ। ଗୋଟିଏ ପୁରୁଣା ଟଙ୍କା ବଦଳରେ ଆପଣ ପାଇ ପାରିବେ ଲକ୍ଷାଧିକ ଟଙ୍କା। କିନ୍ତୁ ଏଥିପାଇଁ ଆପଣଙ୍କ ଟଙ୍କାରେ ଲକି ନମ୍ବର ରହିଥିବା ଆବଶ୍ୟକ। ବିମୁଦ୍ରାକରଣ ପରେ ଯଦି ଭୁଲ୍ ବଶତଃ ଆପଣଙ୍କ ପାଖରେ କିଛି ପୁରୁଣା ଟଙ୍କା ରହିଯାଇଛି, ତେବେ ସେ ଟଙ୍କା ଗୁଡିକୁ ଦେଇ ଆପଣ ଲକ୍ଷ ଲକ୍ଷ ଟଙ୍କା ଆୟ କରିପାରିବେ।

ଅନଲାଇନ ବ୍ୟବସାୟ କରୁଥିବା ebay.in କମର୍ସ ସାଇଟ୍ ପୁରୁଣା ଟଙ୍କା ଗୁଡିକୁ ବିକ୍ରି କରିବା ପାଇଁ ଅନ୍ ଲାଇନରେ ଅପସନ୍ ଦେଇଛି। କିନ୍ତୁ କୋତୋଟି ଲକି ନମ୍ବର ହିଁ ସର୍ବାଧିକ ବିକ୍ରି ହେଉଛି। ୭୮୬, ୧୨୩୪, ୪୨୦ ଆଦି ଲକି ନମ୍ବର ଗୁଡିକ ଅଧିକ ବିକ୍ରି ହେଉଛି। ଏଗୁଡିକ ମଧ୍ୟରୁ ୭୮୬ ନମ୍ବର ଥିବା ନୋଟ୍ ସର୍ବାଧିକ ୧ କୋଟି ଟଙ୍କା ମୂଲ୍ୟରେ ବିକ୍ରି ହେଉଛି । ଯଦି ଆପଣଙ୍କ ପାଖରେ ଏ ସବୁ ନମ୍ବର ଥିବା ପୁରୁଣା ୫୦୦ ଟଙ୍କିଆ ନୋଟ୍ ରିହିଛି, ତାହେଲେ ଏହି ନୋଟ୍ ଗୁଡିକୁ ଦେଇ ଆପଣ ଲକ୍ଷ ଲକ୍ଷ ଟଙ୍କା ଆୟ କରିପାରିବେ। ଖାଲି ପୁରୁଣା ନୋଟ୍ ନୁହେଁ ebay.in ସାଇଟରେ ନୂଆ ନୋଟ୍ ମଧ୍ୟ ବିକ୍ରି କରାଯାଉଛି।

Related story