ବିଜେପିର ମିଶନ ବେଙ୍ଗଲ: ମମତା ଏକୁଟିଆ ହୋଇଯିବେ ବୋଲି କହିଲେ ଶାହ

କୋଲକତା: ଆସନ୍ତାବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ତା’ର ରଣନୀତିକୁ ଜୋରଦାର କରିଛି। ମିଶନ ବେଙ୍ଗଲକୁ ପୂରା କରିବା ଦିଗରେ ଆଜି ବିଜେପି ତା’ର ପ୍ରଥମ ପାଦ ବଢ଼ାଇଛି। ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତ କରି ମେଦିନାପୁରରେ ବିଶାଲ ରାଲି କରିଛନ୍ତି। ଏହି ରାଲିରେ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ଏକାଧିକ ବିଧାୟକ ଓ ଜଣେ ସାଂସଦ ବିଜେପିରେ ମିଶିଛନ୍ତି। କେବଳ ଟିଏମସି ବିଧାୟକ ନୁହନ୍ତି, ସିପିଏମ ଓ କଂଗ୍ରେସର […]

as

as

Hemant Lenka
  • Published: Saturday, 19 December 2020
  • Updated: 19 December 2020, 05:45 PM IST

Sports

Latest News

କୋଲକତା: ଆସନ୍ତାବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ତା’ର ରଣନୀତିକୁ ଜୋରଦାର କରିଛି। ମିଶନ ବେଙ୍ଗଲକୁ ପୂରା କରିବା ଦିଗରେ ଆଜି ବିଜେପି ତା’ର ପ୍ରଥମ ପାଦ ବଢ଼ାଇଛି। ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତ କରି ମେଦିନାପୁରରେ ବିଶାଲ ରାଲି କରିଛନ୍ତି।

ଏହି ରାଲିରେ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ଏକାଧିକ ବିଧାୟକ ଓ ଜଣେ ସାଂସଦ ବିଜେପିରେ ମିଶିଛନ୍ତି। କେବଳ ଟିଏମସି ବିଧାୟକ ନୁହନ୍ତି, ସିପିଏମ ଓ କଂଗ୍ରେସର ମୋଟ ୯ ଜଣ ବିଧାୟକ ଆଜି ଶାହଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ଏମାନଙ୍କୁ ଦଳକୁ ସ୍ୱାଗତ କରି ଶାହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ସେ ଏହି ମିଶ୍ରଣ ପର୍ବ କେବଳ ଆରମ୍ଭ ଓ ନିର୍ବାଚନ ବେଳକୁ ମମତା ଏକାକୀ ଟିଏମରେ ରହିଯାଇଥିବେ ବୋଲି କହିବାକୁ ପଛାଇ ନାହାନ୍ତି। ଏଥିସହ ବିଜେପି ବେଙ୍ଗଲକୁ ସୁନାର ବଙ୍ଗଳା ଭାବେ ଗଢ଼ି ନ ତୋଳିବା ଯାଏ ବିଶ୍ରାମ ନେବନାହିଁ ବୋଲି ବି କହିଛନ୍ତି।

ସେ କହିଛନ୍ତି, ଆମକୁ ୫ ବର୍ଷ ବେଙ୍ଗଲବାସୀ ଦିଅନ୍ତୁ। ଆମେ ବେଙ୍ଗଲକୁ ସୁନାର ବଙ୍ଗଳା କରି ଦେଖାଇ ଦେବୁ। ଆପଣମାନେ କଂଗ୍ରେସକୁ ୩ ଦଶନ୍ଧି ଧରି ଶାସନ କରିବାକୁ ଦେଲେ। ବାମପନ୍ଥୀ ରାଜ୍ୟକୁ ୨୭ ବର୍ଷ ଶାସନ କରିଛନ୍ତି। ମମତା ଦିଦି ୧୦ ବର୍ଷ ହେଲା ବେଙ୍ଗଲକୁ ଶାସନ କରୁଛନ୍ତି।

ଭାରତୀୟ ଜନତା ପାର୍ଟିକୁ ୫ ବର୍ଷ କ୍ଷମତା ଦିଅନ୍ତୁ। ଆମେ ବେଙ୍ଗଲକୁ ସୋନାର ବଙ୍ଗଳାରେ ପରିଣତ କରି ଦେଖାଇବୁ। ମମତା ଦିଦି କହୁଛନ୍ତି, ବିଜେପି ଅଲଗା ଦଳର ଲୋକଙ୍କୁ ନେଉଛି। ମୁଁ ଏଠାରେ ତାଙ୍କୁ କଂଗ୍ରେସ ସମୟ ବେଳେ ତାଙ୍କ ଅବସ୍ଥା କଥା ମନେ ପକାଇ ଦେବାକୁ ଚାହୁଁଛି।

ଆପଣ ଯେତେବେଳେ କଂଗ୍ରେସ ଛାଡ଼ିଲେ ସେତେବେଳେ ସମାନ କାମ କରିଥିଲେ। ଆପଣ କଂଗ୍ରେସରୁ ବାହାରି ଟିଏମସି ଗଠନ କରିଥିଲେ। ଏବେ ବେଙ୍ଗଲବାସୀ ରାଜ୍ୟରେ ସଂସ୍କାର ଆଣିବା ପାଇଁ ଯଦି ବିଜେପି ପାଖକୁ ଆସୁଛନ୍ତି, ତା’ହେଲେ ଦିଦି କାହିଁକି ବ୍ୟସ୍ତ ହେଉଛନ୍ତି?

ଆପଣ ମନେ ରଖନ୍ତୁ ଯେ ଏହା କେବଳ ଆରମ୍ଭ ମାତ୍ର। ଆଗକୁ ଅନେକ କିଛି ଘଟିବ। ଏହି ଲୋକମାନେ ନିଜ ଇଚ୍ଛାରେ ଦଳ ଛାଡ଼ୁଛନ୍ତି। ଦିଦି ପଶ୍ଚିମବଙ୍ଗକୁ ନିଜର ସମ୍ପତ୍ତି ଭାବେ ଗଣତି କରୁଛନ୍ତି। ସେ ଦଳକୁ ପରିବାରବାଦରେ ପରିଣତ କରିଛନ୍ତି। ମମତା ଦିଦିଙ୍କ ପାଇଁ ରାଜ୍ୟବାସୀ କେନ୍ଦ୍ର ସରକାର ଦେଉଥିବା ଫାଇଦା ପାଇ ପାରୁନାହାନ୍ତି।

ମୁଁ ବେଙ୍ଗଲର ଯୁବଗୋଷ୍ଠୀଙ୍କୁ ପଚାରିବାକୁ ଚାହୁଁଛି ଯେ କ’ଣ ଆପଣ ମାନଙ୍କର ଭୁଲ? କାହିଁକି ବେଙ୍ଗଲରେ ବିକାଶ ହୋଇପାରୁ ନାହିଁ? ମୁଁ ବେଙ୍ଗଲର ଚାଷୀଙ୍କୁ ପଚାରିବାକୁ ଚାହୁଁଛି, କାହିଁକି ସେମାନେ ପ୍ରଧାନମନ୍ତ୍ରୀ ମୋଦି ପଠାଉଥିବା ବାର୍ଷିକ ୬ ହଜାର ଟଙ୍କା ପାଉନାହାନ୍ତି?

କାହିଁକି ଏତେ ଲୋକ ଟିଏମସି ଛାଡ଼ୁଛନ୍ତି? ଏହାର କାରଣ ହେଉଛି ମମତା ବାନାର୍ଜୀଙ୍କ ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ନୀତି। ଦିଦି ମନେ ରଖନ୍ତୁ, ଏହା କେବଳ ଆରମ୍ଭ। ନିର୍ବାଚନ ବେଳକୁ ଆପଣ ଏକାକୀ ହିଁ ରହିଥିବେ। ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ୨୦୦ ସିଟ୍‌ରେ ଜିତିବ। ସେତେବେଳେ ଆପଣ କ’ଣ କରିବେ ବୋଲି ଶାହ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story