ନୂଆଦିଲ୍ଲୀ: ରେକର୍ଡ ଭାଙ୍ଗିଲା ସୁନା ଦର। ଭାରତରେ ସୁନା ଦର ପ୍ରତି ୧୦ ଗ୍ରାମ୍କୁ ୪୪ ହଜାର ଟଙ୍କା ଟପିଛି। ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ଅନ୍ତର୍ଜାତୀୟ ମାର୍କେଟରେ ସୁନା ମୂଲ୍ୟର ୨.୫ ପ୍ରତିଶତ ବୃଦ୍ଧି ପାଇଛି।
ଗତ ୭ ବର୍ଷ ମଧ୍ୟରେ ସବୁଠୁ ଉଚ୍ଚରେ ପହଞ୍ଚିଛି ସୁନା ଦର। ଆଜି ଦିଲ୍ଲୀରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୪୪ ହଜାର ୧୫୦ ଟଙ୍କା ରହିଛି। ଚୀନରେ କରୋନା ଭାଇରସ୍କୁ ନେଇ ସୁନା ମାର୍କେଟରେ ଏଭଳି ବୃଦ୍ଧି ହୋଇଥିବା କୁହାଯାଉଛି।
ରୁପା ଦର ମଧ୍ୟ ବଢ଼ିବାରେ ଲାଗିଛି। ରୁପା ଦର ୦.୫୮ ପ୍ରତିଶତ ବୃଦ୍ଧି ହୋଇ କିଲୋ ପିଛା ୪୮ ହଜାର ଟଙ୍କା ପାର୍ ହୋଇଛି। ନିବେଶକଙ୍କ ଅନୁସାରେ ଆଗକୁ ସୁନା ଓ ରୁପା ଦର ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏପରିକି ଏହା ୪୫ ହଜାର ଟଙ୍କା ମଧ୍ୟ ଟପିପାରେ ବୋଲି ଆକଳନ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Offbeat
'ସ୍ତ୍ରୀ ମୁହଁକୁ କେତେ ସମୟ ଚାହିଁ ରହିବ?' ରବିବାର ବି କାମ କରିବାକୁ ସୁବ୍ରମଣ୍ୟନଙ୍କ ପରାମର୍ଶ
କହିଲେ ରବିବାର କର୍ମଚାରୀଙ୍କୁ କାମ କରାଇପାରୁନଥିବାରୁ ମୁଁ ଦୁଃଖିତ। ସପ୍ତାହରେ ୯୦ଘଣ୍ଟା କାମ କରିବାକୁ କର୍ମଚାରୀଙ୍କୁ ସୁବ୍ରମଣ୍ୟନଙ୍କ ପରାମର୍ଶ।
National
ସମସ୍ତେ ଭାବିଥିଲେ ମରିଯାଇଛନ୍ତି, କିନ୍ତୁ ୨୪ ବର୍ଷ ପରେ ପରିବାର ପାଖକୁ ଫେରିଲେ
ଅୟାଲ ଗାଁରେ ରହୁଥିବା ପ୍ରମୋଦ ୨୦୦୦ ମସିହା ଡିସେମ୍ବର ୪ରେ ହଠାତ୍ ଘରୁ କେଉଁ ଆଡ଼େ ଚାଲିଯାଇଥିଲେ।
Politics
'ଇଣ୍ଡିଆ' ମେଣ୍ଟ ଭାଙ୍ଗି ଦେବା ଉଚିତ: ଓମାର ଅବଦୁଲ୍ଲା
ଦିଲ୍ଲୀ ନିର୍ବାଚନରେ ଆପ୍-କଂଗ୍ରେସ ମୁହାଁମୁହିଁ ହେବା ପ୍ରସଙ୍ଗରେ ଅସନ୍ତୋଷ ଝାଡ଼ିଲେ ଓମାର ଅବଦୁଲ୍ଲା। ଯଦି କେବଳ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ ହୋଇଥିଲା, ଏହାକୁ ଭାଙ୍ଗିଦେବା ଉଚିତ ବୋଲି କହିଲେ।
National
ବିଷ ପିଇ ଦେଲେ ଆନ୍ଦୋଳନ କରୁଥିବା ଚାଷୀ, ହସ୍ପିଟାଲରେ ଚାଲିଗଲା ଜୀବନ
ସେ ଆନ୍ଦୋଳନସ୍ଥଳରେ ବିଷ ପିଇ ଦେଇଥିଲେ। ଏହାପରେ ତାଙ୍କୁ ପଟିଆଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
Guest Column
ଲୋକଙ୍କୁ ଭୂତେଇବେ କେମିତି? କୌଟିଲ୍ୟ କହିଲେ କ’ଣ?
ସାମନ୍ତବାଦୀ ଶାସନ କାଳରେ ଯେପରି ରାଜାମାନେ ରାଜ୍ୟ ଜୟ କରିବାର ମୋହରେ ଲୋକଙ୍କଠାରୁ ଅଧିକ କର ଆଦାୟ କରି ଯୁଦ୍ଧଯାତ୍ରାରେ ଖର୍ଚ୍ଚ କରୁଥିଲେ, ଆଜିର ଦିନରେ ମଧ୍ୟ ସେହି ବ୍ୟବସ୍ଥା ଦେଖିବାକୁ ମିଳୁଛି। କେନ୍ଦ୍ରୀୟ ବ୍ୟୟ ବଜେଟ୍ର ମୁଖ୍ୟ ଅଂଶ ଆମର ଯୁଦ୍ଧ ସରଞ୍ଜାମ ତିଆରି କରିବା ଓ କ୍ରୟ କରିବାରେ ବ୍ୟୟ ହେଉଛି।