‘ଡିଅର ଏୟାର ଇଣ୍ଡିଆ କର୍ମଚାରୀ..., ସ୍ୱର୍ଣ୍ଣିମ ଯୁଗ ଆରମ୍ଭ ହେଲା ’

ନୂଆଦିଲ୍ଲୀ: “ଡିଅର ଏୟାର ଇଣ୍ଡିଆ କର୍ମଚାରୀ, ଏୟାର ଇଣ୍ଡିଆର ସ୍ୱର୍ଣ୍ଣିମ ଯୁଗ ଆରମ୍ଭ ହୋଇ ଯାଇଛି। ଆମେ ସମସ୍ତେ ମିଳିମିଶି ଏହାକୁ ବିଶ୍ୱସ୍ତରୀୟ ଏୟାରଲାଇନ୍ସରେ ପରିଣତ କରିବା। ଆମ ଉପରେ ରହିଛି ଦୁନିଆର ନଜର। ଆମକୁ ଏହା ପ୍ରମାଣିତ କରିବାକୁ ପଡ଼ିବ।  ଏୟାର ଇଣ୍ଡିଆର ସମସ୍ତ କର୍ମଚାରୀଙ୍କୁ ଟାଟା ଗ୍ରୁପକୁ ଖୁବ୍‌ ଉତ୍ସାହର ସହ ସ୍ୱାଗତ କରୁଛି। ଏଥିସହ ଏକ ସଙ୍ଗେ କାମ କରିବାକୁ ଖୁବ୍‌ ଉତ୍ସୁକ ଅଛୁ।”   ଏପରି ଏକ ଚିଠି ଲେଖି ଏୟାର ଇଣ୍ଡିଆ […]

tata chairman

Niharika Rout
  • Published: Friday, 28 January 2022
  • , Updated: 28 January 2022, 10:38 AM IST

ନୂଆଦିଲ୍ଲୀ: “ଡିଅର ଏୟାର ଇଣ୍ଡିଆ କର୍ମଚାରୀ, ଏୟାର ଇଣ୍ଡିଆର ସ୍ୱର୍ଣ୍ଣିମ ଯୁଗ ଆରମ୍ଭ ହୋଇ ଯାଇଛି। ଆମେ ସମସ୍ତେ ମିଳିମିଶି ଏହାକୁ ବିଶ୍ୱସ୍ତରୀୟ ଏୟାରଲାଇନ୍ସରେ ପରିଣତ କରିବା। ଆମ ଉପରେ ରହିଛି ଦୁନିଆର ନଜର। ଆମକୁ ଏହା ପ୍ରମାଣିତ କରିବାକୁ ପଡ଼ିବ।  ଏୟାର ଇଣ୍ଡିଆର ସମସ୍ତ କର୍ମଚାରୀଙ୍କୁ ଟାଟା ଗ୍ରୁପକୁ ଖୁବ୍‌ ଉତ୍ସାହର ସହ ସ୍ୱାଗତ କରୁଛି। ଏଥିସହ ଏକ ସଙ୍ଗେ କାମ କରିବାକୁ ଖୁବ୍‌ ଉତ୍ସୁକ ଅଛୁ।”   ଏପରି ଏକ ଚିଠି ଲେଖି ଏୟାର ଇଣ୍ଡିଆ କର୍ମଚାରୀଙ୍କ ଘର ବାହୁଡ଼ାକୁ ଜୋରଦାର ସ୍ୱାଗତ କରିଛନ୍ତି ଟାଟା ସନ୍‌ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍‌ ।

ଦୀର୍ଘ ଦିନର ପ୍ରତିକ୍ଷା ପରେ ଶେଷରେ ଗତକାଲି ବିଧିବଦ୍ଧ ଭାବେ ଟାଟା ପାଖକୁ ଫେରିଛି ଏୟାର ଇଣ୍ଡିଆ। ଏହା  ପୂର୍ବରୁ ଟାଟା ସନ୍‌ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏବେ ଏୟାର ଇଣ୍ଡିଆର ସମସ୍ତ ପରିଚାଳନା ଦାୟିତ୍ୱ ନୂଆ ମହାରାଜା ଟାଟା ଗ୍ରୁପ ଅଧିନକୁ ଆସିଛି। କେନ୍ଦ୍ର ସରକାରଙ୍କ ଘରୋଇକରଣ ଯୋଜନା ଅଧୀନରେ ଏୟାର ଇଣ୍ଡିଆକୁ ସାମିଲ କରାଯାଇ ଏହାର ସଫଳ ନିଲାମ କରାଯାଇଛି।

[caption id="attachment_709579" align="aligncenter" width="650"] Representational Image[/caption]

ଏୟାର ଇଣ୍ଡିଆର ଘର ବାହୁଡ଼ା ପରେ କର୍ମଚାରୀ ଉଦ୍ଦେଶ୍ୟରେ ଚିଠି ଲେଖି ଟାଟା ସନ୍‌ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍‌ କହିଛନ୍ତି,  “ଏବେ ଆମେ ମିଳିତ ଭାବେ କ’ଣ ହାସଲ କରିପାରୁବୁ ତାହା ଉପରେ ସମସ୍ତଙ୍କ ଆଖି। ମୋର ବିଶ୍ୱାସ ଅଛି, ଏୟାର ଇଣ୍ଡିଆର ସ୍ୱର୍ଣ୍ଣିମ ଯୁଗ ଆରମ୍ଭ ହୋଇ ଯାଇଛି। ଏବେ ଆମ ଯାତ୍ରା ଏହି ଦିଗରେ ଆରମ୍ଭ ହେବ । ଅତୀତ ସହ ଜଡ଼ିତ ଯେକୌଣସି ଭଲ ଜିନିଷକୁ ସବୁବେଳେ ସଂରକ୍ଷିତ ରଖିବା ଉଚିତ ଓ ଆବଶ୍ୟକତା ଅନୁଯାୟୀ, ଏହାକୁ ସବୁବେଳେ ପରିବର୍ତ୍ତନ କରିବା ଆବଶ୍ୟକ । ସବୁବେଳେ ପୁରୁଣା ଜିନିଷକୁ ଭବିଷ୍ୟତ ହିସାବରେ ବଦଳାଇବା ସହ ତାହାକୁ ଆପଣେଇବା ଉଚିତ । ଆମ ଦେଶକୁ ଯେପରି ଏୟାରଲାଇନ୍ସର ଆବଶ୍ୟକ ରହିଛି, ତାହାର ନିର୍ମାଣ ଲାଗି ଆମକୁ ଭବିଷ୍ୟତ ଆଡ଼କୁ ଦେଖିବାକୁ ପଡ଼ିବ ।”

ଏଥିସହ ସେ କହିଛନ୍ତି, ମୁଁ ପ୍ରଥମେ ୧୯୮୬ ମସିହାରେ ଏୟାର ଇଣ୍ଡିଆରେ ପ୍ରଥମ ଥର ଯାତ୍ରା କରିଥିଲି, ଏହାକୁ ମୁଁ ମୋ ଜୀବନରେ ଅଭୁଲା, ରୋମାଞ୍ଚ ଭରା ସ୍ମୃତି। ହେଲେ ଏବେ ଆଗକୁ ଦେଖିବାର ସମୟ ପହଞ୍ଚିଛି।

[caption id="attachment_709580" align="aligncenter" width="650"] ଟାଟା ହାତକୁ ଚାଲିଗଲା ଏୟାର ଇଣ୍ଡିଆ ।[/caption]

ଏଥିସହ ସେ କହିଛନ୍ତି, ଟାଟା ଗ୍ରୁପ୍‌କୁ ଏୟାର ଇଣ୍ଡିଆ ଫେରିବା ପରେ ଆମେ ସମସ୍ତେ ବହୁତ ଖୁସି ଅଛୁ।  ଏଥିସହ ଏହାକୁ ବିଶ୍ୱସ୍ତରୀୟ ଏୟାରଲାଇନ୍ସ ଭାବେ ଗଢ଼ି ତୋଳିବାକୁ ପ୍ରତିବଦ୍ଧ।  ଏୟାର ଇଣ୍ଡିଆର ସମସ୍ତ କର୍ମଚାରୀଙ୍କୁ ଟାଟା ଗ୍ରୁପକୁ ଖୁବ୍‌ ଉତ୍ସାହର ସହ ସ୍ୱାଗତ କରୁଛି। ଏଥିସହ ଏକ ସଙ୍ଗେ କାମ କରିବାକୁ ଖୁବ୍‌ ଉତ୍ସୁକ ଅଛୁ।

ସୂଚନାଯୋଗ୍ୟ, ଏୟାର ଇଣ୍ଡିଆର ଆରମ୍ଭ ଟାଟା ଗ୍ରୁପ ଦ୍ୱାରା ୧୯୩୨ ମସିହାର ଆରମ୍ଭ ହୋଇଥିଲା। ହେଲେ ସ୍ୱାଧୀନତା ପରେ ୧୯୫୩ ମସିହାରେ ରାଷ୍ଟ୍ରୀୟକରଣ ଯୋଗୁ ଏହା ସରକାରଙ୍କ ହାତକୁ ପଳାଇଲା। ଦୀର୍ଘ ବର୍ଷ ପରେ ଏହାର ଘର ବାହୁଡା ହୋଇଛି।

Related story