ମିର୍ଜା ଗାଲିବଙ୍କୁ ଡୁଡୁଲରେ ଗୁଗଲର ସମ୍ମାନ: ପଢ଼ନ୍ତୁ ଗାଲିବଙ୍କ ବିରହ କବିତା

ନୂଆଦିଲ୍ଲୀ: ମିର୍ଜା ଗାଲିବଙ୍କୁ ଡୁଡୁଲରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲା ଗୁଗଲ। ମିର୍ଜା ଗାଲିବ ଏକାଧାରରେ ଉର୍ଦ୍ଦୁ ଓ ପାରସୀ କବି। ୧୭୯୭ ମସିହା ଆଜିର ଦିନରେ ଏହି ମହାନ କବିଙ୍କର ଜନ୍ମ ହୋଇଥିଲା। ତେଣୁ ଆଜି  ତାଙ୍କର ଜନ୍ମଦିନରେ ଗୁଗଲ ଡୁଡୁଲ କରି ତାଙ୍କୁ ଅଭିନନ୍ଦନ ଜଣାଇଛି। ମିର୍ଜା ଗାଲିବଙ୍କ କବିତାରେ ପ୍ରେମ, ଯନ୍ତ୍ରଣା, ମଦିରାର ଝଲକ ଦେଖିବାକୁ ମିଳେ। ପ୍ରେମକୁ ନେଇ ତାଙ୍କ କବିତା ଏତେ ସୁନ୍ଦର ଓ ବିରହ ଯନ୍ତ୍ରଣା ଭରା ଥିଲା ଯେ, […]

mirja ghalb

Ordigital Desk
  • Published: Wednesday, 27 December 2017
  • , Updated: 27 December 2017, 09:09 PM IST

ନୂଆଦିଲ୍ଲୀ: ମିର୍ଜା ଗାଲିବଙ୍କୁ ଡୁଡୁଲରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲା ଗୁଗଲ। ମିର୍ଜା ଗାଲିବ ଏକାଧାରରେ ଉର୍ଦ୍ଦୁ ଓ ପାରସୀ କବି। ୧୭୯୭ ମସିହା ଆଜିର ଦିନରେ ଏହି ମହାନ କବିଙ୍କର ଜନ୍ମ ହୋଇଥିଲା। ତେଣୁ ଆଜି  ତାଙ୍କର ଜନ୍ମଦିନରେ ଗୁଗଲ ଡୁଡୁଲ କରି ତାଙ୍କୁ ଅଭିନନ୍ଦନ ଜଣାଇଛି।

ମିର୍ଜା ଗାଲିବଙ୍କ କବିତାରେ ପ୍ରେମ, ଯନ୍ତ୍ରଣା, ମଦିରାର ଝଲକ ଦେଖିବାକୁ ମିଳେ। ପ୍ରେମକୁ ନେଇ ତାଙ୍କ କବିତା ଏତେ ସୁନ୍ଦର ଓ ବିରହ ଯନ୍ତ୍ରଣା ଭରା ଥିଲା ଯେ, ସମସ୍ତଙ୍କ ଆଖିରେ ଲୁହ ଆସି ଯାଉଥିଲା। ଏଥିପାଇଁ ସେ ବିଶ୍ୱ ପ୍ରସିଦ୍ଧ ଥିଲେ।

ପ୍ରତ୍ୟେକ ପ୍ରେମୀ ଯୁଗଳ ମିର୍ଜାଙ୍କ କବିତାକୁ ପ୍ରେମର ମନ୍ତ୍ର ଭାବି ମର୍ମେ ମର୍ମେ ଅନୁଭବ କରନ୍ତି। କମ ଶବ୍ଦରେ ମିର୍ଜା ଖୁବ ମହତ୍ତ୍ୱ କଥା କହି ଯାଆନ୍ତି।

ବ୍ୟକ୍ତିଗତ ଜୀବନରେ ସେ ଖୁବ ଶାନ୍ତି ଓ ସ୍ୱାଭିମାନୀ ଥିଲେ। ସ୍ଵାଭିମାନ ସହିତ କେବେ ବି ସାଲିସ କରିବାକୁ ଚାହିଁ ନଥିଲେ।

ଏହି ମହାନ କବି ସବୁବେଳେ ପ୍ରକୃତୀ ସହିତ ସମାୟିତ ହୋଇ ରହିବାକୁ ପସନ୍ଦ କରୁଥିଲେ। ସେଥିପାଇଁ ତାଙ୍କ କବିତାରେ ଏତେ ଯନ୍ତ୍ରଣା ଓ ବିରହ ଭରି ରହିଥିଲା। ତାଙ୍କର ଅନେକ କବିତା ଭାରତୀୟ ସିନେମାରେ ବ୍ୟବହାର ହୋଇସାରିଛି।

Related story