ଗୁଗୁଲ୍ ଲଞ୍ଚ କଲା Pixel 2 ଏବଂ Pixel 2XL ସ୍ମାର୍ଟ ଫୋନ୍‌, ମୂଲ୍ୟ ୬୦ହଜାର ଟଙ୍କାରୁ ଆରମ୍ଭ

ନୂଆଦିଲ୍ଲୀ: ପୁଣି ଭାରତରେ ଦୁଇଟି ସ୍ମାର୍ଟ ଫୋନ୍‌ ଲଞ୍ଚ କଲା ଗୁଗୁଲ। ସେକେଣ୍ଡ ଜେନେରେଶନର ମୋବାଇଲ କୁହାଯାଉଥିବା ଏହି ଦୁଇଟି ମଡେଲ ହେଲା Pixel 2 ଏବଂ Pixel 2XL।  ପିକ୍ସେଲ୨ ପୁରୁଣା ମଡେଲ ପରି ନଜର ଆସୁଥିବା ବେଳେ ପିକ୍ସେଲ୨ ଏକ୍ସଏଲରେ କେତେକ ପରିବର୍ତ୍ତନ କରାଯାଇଛି। ଏହାର ଡିସ୍ ପ୍ଲେ ୫.୫ରୁ ବଢାଇ ୬ ଇଞ୍ଚ କରିଦିଆଯାଇଛି । ସେହିପରି  ପିକ୍ସେଲ୨ ରେ ୫ ଇଞ୍ଚର ସ୍କ୍ରିନ ରଖାଯାଇଛି । ଏହି ଦୁଇ ସ୍ମାର୍ଟ ଫୋନର […]

mobile

Rakesh Mallick
  • Published: Thursday, 05 October 2017
  • , Updated: 05 October 2017, 07:26 AM IST

ନୂଆଦିଲ୍ଲୀ: ପୁଣି ଭାରତରେ ଦୁଇଟି ସ୍ମାର୍ଟ ଫୋନ୍‌ ଲଞ୍ଚ କଲା ଗୁଗୁଲ। ସେକେଣ୍ଡ ଜେନେରେଶନର ମୋବାଇଲ କୁହାଯାଉଥିବା ଏହି ଦୁଇଟି ମଡେଲ ହେଲା Pixel 2 ଏବଂ Pixel 2XL।  ପିକ୍ସେଲ୨ ପୁରୁଣା ମଡେଲ ପରି ନଜର ଆସୁଥିବା ବେଳେ ପିକ୍ସେଲ୨ ଏକ୍ସଏଲରେ କେତେକ ପରିବର୍ତ୍ତନ କରାଯାଇଛି। ଏହାର ଡିସ୍ ପ୍ଲେ ୫.୫ରୁ ବଢାଇ ୬ ଇଞ୍ଚ କରିଦିଆଯାଇଛି । ସେହିପରି  ପିକ୍ସେଲ୨ ରେ ୫ ଇଞ୍ଚର ସ୍କ୍ରିନ ରଖାଯାଇଛି । ଏହି ଦୁଇ ସ୍ମାର୍ଟ ଫୋନର ପଛରେ ଫିଙ୍ଗରପ୍ରିଣ୍ଟ ସ୍କାନର ସୁବିଧା ରହିଛି। କ୍ୟାମରା ପିକ୍ସେଲ ମଧ୍ୟ ପୂର୍ବ ତୂଳନାରେ ଅଧିକ ଉତ୍କୃଷ୍ଟମାନର ରହିଛି। ଏହି ଦୁଇଟି  ସ୍ମାର୍ଟ ଫୋନରେ  active edge  ସପୋର୍ଟ  କରିବ ।

Pixel 2 ମୋବାଇଲର ମୂଲ୍ୟ  ୬୧,୦୦୦ ଟଙ୍କାରୁ ଆରମ୍ଭ ହେଉଛି। ଏହା 64GB ଆସିବ। ତେବେ 128GB ହେଲେ ଏହାର ମୂଲ୍ୟ 70,000 ଟଙ୍କା ଆସିବ। ସେହିପରି 64ଜିବର Pixel 2XL ଫୋନର ମୂଲ୍ୟ 73,000 ହଜାର ଟଙ୍କାରୁ ଆରମ୍ଭ ହେଉଛି। ଯଦି ଆପଣ 128GBର ମୋବାଇଲ କିଣିବେ ତେବେ ଏହାର ମୂଲ୍ୟ 83,000 ଟଙ୍କା ଆସିବ। ଆସନ୍ତା ଅକ୍ଟୋବର ୨୬ରୁ ଏହି ଦୁଇଟି ଫୋନ ପାଇଁ ଫ୍ଲିପ୍‌କାର୍ଟ ରୁ ବୁକିଂ କରିହେବ।

ବୁକିଂ ପରେ ଏହି ମୋବାଇଲର ଯୋଗାଣ ନଭେମ୍ବରୁ ୧ରୁ ଆରମ୍ଭ ହେବ। ତେବେ Pixel 2XL ଫୋନ୍‌ ନଭେମ୍ବର ୧୫ରୁ ବଜାରରେ ବିକ୍ରି ହେବ ବୋଲି କୁହାଯାଇଛି। ଏହି ଦୁଇ ସ୍ମାର୍ଟ ଫୋନରେ ୪ଜିବି ରାମ ‌ଓ ୧.୮ ଆପେର୍‌ଚର ସହ ୧୨.୨ ମେଗାପିକ୍ସେଲର କ୍ୟାମେରା ରହିଛି । ଗୁଗୁଲ୍‌ର ଏହି ସ୍ମାର୍ଟ ଫୋନରେ  ଆଇଫୋନ ପରି  ସୁବିଧା ରଖିଛି।  ଖାସ ଫିଚର ଦେଖିବାକୁ ଗଲେ  ଏହି ଫୋନରେ dual pixel ସେନ୍ସର ରହିଛି। ଏଥିରେ ମୋସନ ଫଟୋ ମଧ୍ୟ ଉଠାଯାଇପାରିବ। ଏଥିରେ ବହୁତ ସହଜରେ  ଇମେଲ ଠିକଣା , ୱାଇଫାଇ ପାସ୍ ୱାର୍ଡ ପରି ସୂଚନା ମିଳିପାରିବ ।

Related story