ଡାକ୍ତର କଫିଲ କ’ଣ ଭିଲିଆନ?; ଡାକ୍ତରଖାନାରୁ ଅକ୍ସିଜେନ୍ ସିଲିଣ୍ଡର ଚୋରି କରିଥିବା ଅଭିଯୋଗ

ଗୋରଖପୁର: ଉତ୍ତର ପ୍ରଦେଶର ଗୋରଖପୁର ସ୍ଥିତ ବିଆର୍‌ଡି ମେଡିକାଲ୍ କଲେଜରେ ଅକ୍ସିଜେନ୍ ଗ୍ୟାସ୍‌ ସିଲିଣ୍ଡରର ଅଭାବ ଯୋଗୁଁ ୩୦ଟି ଛୁଆଙ୍କ ମୃତ୍ୟୁ ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ସମସ୍ତେ ମୃତ ପିଲାଙ୍କ ପରିବାରର ଦୁଃଖରେ ସାମିଲ ହୋଇଛନ୍ତି ଓ ଦୋଷୀମାନଙ୍କୁ କଡ଼ା ସଜ୍ଜା ଦେବାକୁ ଦାବି କରୁଛନ୍ତି। ଏହି ଘଟଣା ପରେ ମେଡିକାଲ କଲେଜର ଶିଶୁରୋଗ ବିଷେଷଜ୍ଞ ଡାକ୍ତର କଫିଲ ଖାନ୍ ହଠାତ ହିରୋ ବନି ଯାଇଥିଲେ। କୁହାଯାଇଥିଲା ମୁସ୍କିଲ ସମୟରେ ସେ ନିଜେ ତାଙ୍କ […]

Drkafeel

Drkafeel

Rakesh Mallick
  • Published: Monday, 14 August 2017
  • Updated: 14 August 2017, 01:49 PM IST

Sports

Latest News

ଗୋରଖପୁର: ଉତ୍ତର ପ୍ରଦେଶର ଗୋରଖପୁର ସ୍ଥିତ ବିଆର୍‌ଡି ମେଡିକାଲ୍ କଲେଜରେ ଅକ୍ସିଜେନ୍ ଗ୍ୟାସ୍‌ ସିଲିଣ୍ଡରର ଅଭାବ ଯୋଗୁଁ ୩୦ଟି ଛୁଆଙ୍କ ମୃତ୍ୟୁ ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ସମସ୍ତେ ମୃତ ପିଲାଙ୍କ ପରିବାରର ଦୁଃଖରେ ସାମିଲ ହୋଇଛନ୍ତି ଓ ଦୋଷୀମାନଙ୍କୁ କଡ଼ା ସଜ୍ଜା ଦେବାକୁ ଦାବି କରୁଛନ୍ତି। ଏହି ଘଟଣା ପରେ ମେଡିକାଲ କଲେଜର ଶିଶୁରୋଗ ବିଷେଷଜ୍ଞ ଡାକ୍ତର କଫିଲ ଖାନ୍ ହଠାତ ହିରୋ ବନି ଯାଇଥିଲେ। କୁହାଯାଇଥିଲା ମୁସ୍କିଲ ସମୟରେ ସେ ନିଜେ ତାଙ୍କ ସାଙ୍ଗମାନଙ୍କ କ୍ଲିନିକ୍‌କୁ ଯାଇ ଅକ୍ସିଜେନ୍ ସିଲିଣ୍ଡର ଆଣିଥିଲେ। ଆଉ କିଛି ଅକ୍ସିଜେନ୍ ସିଲିଣ୍ଡର ସେ ନିଜେ ଉଦ୍ୟମ କରି ମଗାଇଥିଲେ। ସେ ଶିଶୁମାନଙ୍କ ଜୀବନ ବଞ୍ଚାଇବାକୁ ପୂରା ଉଦ୍ୟମ କରିଥିଲେ। କିନ୍ତୁ ତାହା ଥିଲା ସଂପୂର୍ଣ୍ଣ ମିଛ କାହାଣୀ।

ଏହି ମେଡିକାଲ୍ କଲେଜ ସହିତ ଜଡ଼ିତ ଲୋକମାନେ ବିଭିନ୍ନ ଗଣମାଧ୍ୟମରେ ଏପରି ଖବର ପ୍ରକାଶ ପାଇବା ପରେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ପ୍ରକୃତ କଥା ହେଲେ ଡାକ୍ତର କଫିଲ ବିଆର୍‌ଡି ମେଡିକାଲ୍ କଲେଜର ଇନ୍‌ସେଫାଲାଇଟିସ୍ ଡିପାର୍ଟମେଣ୍ଟର ମୁଖ୍ୟ ନୋଡାଲ୍ ଅଫିସର ଥିଲେ। କିନ୍ତୁ ସେ ମେଡିକାଲ୍ କଲେଜ ଅପେକ୍ଷା ଅଧିକ ସମୟ ରହୁଥିଲେ ତାଙ୍କର ନିଜ କ୍ଲିନିକ୍‌ରେ।

ଅଭିଯୋଗ ହୋଇଛି ଯେ ସେ ଡାକ୍ତରଖାନାରୁ ଅକ୍ସିଜେନ୍ ସିଲିଣ୍ଡର ଚୋରାଇ ନିଜ କ୍ଲିନିକ୍‌ରେ ବ୍ୟବହାର କରୁଥିଲେ। କଫିଲ ଓ ମେଡିକାଲ୍ କଲେଜର ଅଧ୍ୟକ୍ଷ ରାଜୀବ ମିଶ୍ରାଙ୍କ ମଧ୍ୟରେ ଗଭୀର ସଂପର୍କ ଥିଲା। ଏ ଦୁହେଁ ଏ ଦୁଃଖଦ ଘଟଣା ପାଇଁ ସବୁଠୁ ଅଧିକ ଦାୟୀ। ଘଟଣା ପରେ କଫିଲ ନିଜକୁ ଦେବଦୂତ ଭାବେ ଚିତ୍ରଣ କରିବା ପାଇଁ ନିଜର ସାମ୍ବାଦିକ ବନ୍ଧୁମାନଙ୍କ ସାହାଯ୍ୟ ନେଇ ଥିଲେ।

ମେଡିକାଲ୍ କଲେଜର ବିଭିନ୍ନ ଉପକରଣ କିଣାକିଣି ପାଇଁ ଥିବା କମିଟିରେ କଫିଲ ସଦସ୍ୟ ଥିଲେ। ଡାକ୍ତରଖାନାକୁ ଅକ୍ସିଜେନ୍ ଯୋଗାଣ ସଂପର୍କିତ ସମସ୍ତ ସୂଚନା ତାଙ୍କ ପାଖରେ ଥିଲା। ଘଟଣାର କିଛି ଦିନ ପୂର୍ବରୁ ଯେତେବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମେଡିକାଲ୍ କଲେଜ ପରିଦର୍ଶନରେ ଆସିଥିଲେ ସେତେବେଳେ କଫିଲ ତାଙ୍କ ପାଖାପାଖି ରହିଥିଲେ। କିନ୍ତୁ ସେତେବେଳେ ବି ସେ ମୁଖ୍ୟମନ୍ତ୍ରୀଙ୍କୁ ଅକ୍ସିଜେନ୍ ସିଲିଣ୍ଡର କ୍ରୟ ନେଇ ରହିଥିବା ସମସ୍ୟା ସଂପର୍କରେ କିଛି କହି ନ ଥିଲେ।

kafeelମେଡିକାଲ୍ କଲେଜର ଅନେକ କର୍ମଚାରୀ ଓ ଡାକ୍ତର କହିଛନ୍ତି ଯେ ଇନ୍‌ସେଫାଲାଇଟିସ୍ ଡିପାର୍ଟମେଣ୍ଟର ସମସ୍ତ ପ୍ରକାର କିଣାକିଣି ପାଇଁ କଫିଲ କମିଶନ୍ ନେଉଥିଲେ। ଉକ୍ତ କମିଶନରୁ କିଛି ଭାଗ ମେଡିକାଲ୍ କଲେଜର ଅଧ୍ୟକ୍ଷ ରାଜୀବ ମିଶ୍ରାଙ୍କୁ ଦେଉଥିଲେ। ଅକ୍ସିଜେନ୍ କଂପାନୀ ପୁଷ୍ପା ସେଲ୍‌ସ ସହିତ ଚାଲୁଥିବା ବିବାଦରେ ରାଜୀବ ମିଶ୍ରା ଓ କଫିଲଙ୍କ ବଡ଼ ହାତ ରହିଛି। ମେଡିକାଲ୍ କଲେଜର ଅଧିକାଂଶ କର୍ମଚାରୀ ଓ ଡାକ୍ତର କହିଛନ୍ତି ଯେ ଏହି ଘଟଣା ପାଇଁ ରାଜୀବ ମିଶ୍ରା, ତାଙ୍କ ପତ୍ନୀ ପୂର୍ଣ୍ଣିମା ଶୁକ୍ଳା ଓ କଫିଲ ଅହମ୍ମଦ ଦାୟୀ।

ଶୁକ୍ରବାର ଦିନ ମେଡିକାଲ୍ କଲେଜରେ ଶିଶୁଙ୍କ ମୃତ୍ୟୁ ନେଇ ଯେତେବେଳେ ହଇଚଇ ସୃଷ୍ଟି ହେଲା ସେତେବେଳେ କଫିଲ ନିଜ କ୍ଲିନିକ୍‌ରେ ଥିଲେ। ସେଠାରୁ କିଛି ଅକ୍ସିଜେନ୍ ସିଲିଣ୍ଡର ସେ ଡାକ୍ତରଖାନାକୁ ପଠାଇ ଦେଇଥିଲେ। କାରଣ ସେ ଏହି ସବୁ ସିଲିଣ୍ଡର ଡାକ୍ତରଖାନାରୁ ହିଁ ଚୋରି କରି ଥିଲେ। ଅନ୍ୟପକ୍ଷରେ ଗଣମାଧ୍ୟମ ଆଗରେ କହିଥିଲେ ଯେ ଅକ୍ସିଜେନ୍ ସିଲିଣ୍ଡର କିଣିବା ପାଇଁ ସେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ଏମିତି କିଛି ହୋଇନଥିଲା। ଯେହେତୁ ସେ ନିଜେ କିଣାକିଣି କମିଟିର ସଦସ୍ୟ ଥିଲେ ତେଣୁ ସରକାରୀ ବ୍ୟବସ୍ଥା ମଧ୍ୟରେ ରହି ପୂର୍ବରୁ ଅକ୍ସିଜେନ୍ ସିଲିଣ୍ଡର କିଣି ପାରି ଥାଆନ୍ତେ। ଘଟଣା ସଂପର୍କରେ ସୂଚନା ପାଇଁ ଯେତେବେଳେ ଗଣମାଧ୍ୟମ ପ୍ରତିନିଧିମାନେ ଡାକ୍ତରଖାନାରେ ପହଞ୍ଚିଲେ ସେ ବାରମ୍ବାର ସେମାନଙ୍କ ସହ ଆଲୋଚନା କରିବା ପାଇଁ ବାହାରକୁ ଚାଲି ଆସୁଥିଲେ, ଯଦିଓ ସେ ଏଥିପାଇଁ ଅଧିକୃତ ନ ଥିଲେ। ଅନ୍ୟ ଡାକ୍ତରମାନେ ଶିଶୁମାନଙ୍କ ଚିକିତ୍ସା କରିବାରେ ବ୍ୟସ୍ତ ଥିବା ବେଳେ ତାଙ୍କର ନଜର କେବଳ ଗଣମାଧ୍ୟମ ଉପରେ ଥିଲା।

ସୌଜନ୍ୟ- ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story