ରାଜ୍ୟପାଳ ପୁଣି ଆମକୁ ପ୍ରେମ ପତ୍ର ଦେଇଛନ୍ତି ବୋଲି କହିଲେ ଗେହଲଟ

ଜୟପୁର: ରାଜସ୍ଥାନ ରାଜନୀତି ସଙ୍କଟ ମଧ୍ୟରେ ରାଜ୍ୟପାଳ କଲାରାଜ ମିଶ୍ର ପୁଣିଥରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ  ଡାକିବା ପାଇଁ ଦେଇଥିବା ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମୁଁ ଦ୍ୱିତୀୟ ଥର ପାଇଁ ରାଜ୍ୟପାଳଙ୍କ ଆଚରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛି। ଗତକାଲି ହିଁ ମୁଁ ତାଙ୍କୁ ଫୋନ କରିଥିଲି। ରାଜ୍ୟପାଳ ଆମକୁ ପୁଣିଥରେ ୬ ପୃଷ୍ଠାର ପ୍ରେମ ପତ୍ର ପଠାଇଛନ୍ତି। ଗୋଟିଏ […]

duy

Hemant Lenka
  • Published: Monday, 27 July 2020
  • , Updated: 27 July 2020, 02:03 PM IST

ଜୟପୁର: ରାଜସ୍ଥାନ ରାଜନୀତି ସଙ୍କଟ ମଧ୍ୟରେ ରାଜ୍ୟପାଳ କଲାରାଜ ମିଶ୍ର ପୁଣିଥରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ  ଡାକିବା ପାଇଁ ଦେଇଥିବା ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି, ମୁଁ ଦ୍ୱିତୀୟ ଥର ପାଇଁ ରାଜ୍ୟପାଳଙ୍କ ଆଚରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛି। ଗତକାଲି ହିଁ ମୁଁ ତାଙ୍କୁ ଫୋନ କରିଥିଲି। ରାଜ୍ୟପାଳ ଆମକୁ ପୁଣିଥରେ ୬ ପୃଷ୍ଠାର ପ୍ରେମ ପତ୍ର ପଠାଇଛନ୍ତି। ଗୋଟିଏ ନିର୍ବାଚିତ ସରକାର ଅଧିବେଶନ ଡାକିବାକୁ ଦାବି କରୁଥିବା ବେଳେ ରାଜ୍ୟପାଳ ଏଥିପାଇଁ ଅନୁମତି ଦେଉନାହାନ୍ତି।

ସେ ବିଧାନସଭା ଅଧିବେଶନ ଡାକିବା ପାଇଁ ଅନୁମତି ଦେବାକୁ ବାଧ୍ୟ। ହେଲେ ସେ ଏଥିରେ ରାଜି ନ ହୋଇ କେବଳ ଆମକୁ ଚିଠି କରିବାରେ ଲାଗିଛନ୍ତି। ସ୍ୱାଧୀନତାର ୭୦ ବର୍ଷ ମଧ୍ୟରେ ଏହା କେବେ ହେଲେ ଘଟି ନଥିଲା। ପିଡି ଆଚାର୍ଯ୍ୟ ନିଜ ସ୍ତମ୍ଭରେ ମଧ୍ୟ ସମାନ କଥା ଲେଖିଛନ୍ତି। ଦେଶରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ବିଧାନସଭା ଡାକିବା ପାଇଁ ପ୍ରସ୍ତାବ ଦେଉଥିବା ବେଳେ ଏହାକୁ କୌଣସି ରାଜ୍ୟପାଳ ଖାରଜ କରିବାରେ ଲାଗିଛନ୍ତି। ଏହା ଆଦୌ ଠିକ ନୁହେଁ ବୋଲି ଗେହଲଟ କହିଛନ୍ତି।

ଏହାପୂର୍ବରୁ ରାଜ୍ୟପାଳ ମିଶ୍ର ମୁଖ୍ୟମନ୍ତ୍ରୀ ବିଧାନସଭା ଡାକିବା ପାଇଁ ପଠାଇଥିବା ପ୍ରସ୍ତାବକୁ ଖାରଜ କରିଥିଲେ। ଏହାପରେ ଶନିବାର ପୁଣିଥରେ ରାଜ୍ୟପାଳଙ୍କ ପାଖକୁ ସଂଶୋଧିତ ପ୍ରସ୍ତାବ ପଠା ଯାଇଥିଲା। ହେଲେ ଏହାକୁ ଆଜି ପୁଣିଥରେ ରାଜ୍ୟପାଳ ଖାରଜ କରିଦେଇଛନ୍ତି।

Related story