ଗୋଟିଏ ରାଜ୍ୟସଭା ଆସନ ପାଇଁ ଝାଡଖଣ୍ଡରେ ଜୁଲାଇ ୨ରେ ନିର୍ବାଚନ

ରାଞ୍ଚି: ଝାଡଖଣ୍ଡରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ୨ ଜୁଲାଇରେ ଅନୁଷ୍ଠିତ ହେବ।ବିଜେପିର ଆଶାୟୀ ପ୍ରାର୍ଥୀ ଏମଜେ ଆକବର ଓ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ପୂର୍ବତନ ମନ୍ତ୍ରୀ ହାଜୀ ହୁସେନଙ୍କ ମଧ୍ୟରେ ଲେଢଇ ହେବ।ଝାଡଖଣ୍ଡ ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ଦୃଷ୍ଟିରୁ ଦଳର ପ୍ରାର୍ଥୀ ଏମଜେ ଆକବର ବିଜୟୀ ହେବା ପ୍ରାୟ ନିଶ୍ଚିତ। ଝାଡଖଣ୍ଡ ବିଧାନସଭା ସଚିବ ଓ ରାଜ୍ୟସଭାର ନିର୍ବାଚନ ଅଧିକାରୀ ସୁଶୀଲ ସିଂ କହିଛନ୍ତି , ନାମାଙ୍କନ ପତ୍ର ଫେରାଇ […]

mj-akbar

Rakesh Mallick
  • Published: Saturday, 27 June 2015
  • , Updated: 27 June 2015, 04:50 AM IST

ରାଞ୍ଚି: ଝାଡଖଣ୍ଡରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ୨ ଜୁଲାଇରେ ଅନୁଷ୍ଠିତ ହେବ।ବିଜେପିର ଆଶାୟୀ ପ୍ରାର୍ଥୀ ଏମଜେ ଆକବର ଓ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ପୂର୍ବତନ ମନ୍ତ୍ରୀ ହାଜୀ ହୁସେନଙ୍କ ମଧ୍ୟରେ ଲେଢଇ ହେବ।ଝାଡଖଣ୍ଡ ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ଦୃଷ୍ଟିରୁ ଦଳର ପ୍ରାର୍ଥୀ ଏମଜେ ଆକବର ବିଜୟୀ ହେବା ପ୍ରାୟ ନିଶ୍ଚିତ।

ଝାଡଖଣ୍ଡ ବିଧାନସଭା ସଚିବ ଓ ରାଜ୍ୟସଭାର ନିର୍ବାଚନ ଅଧିକାରୀ ସୁଶୀଲ ସିଂ କହିଛନ୍ତି , ନାମାଙ୍କନ ପତ୍ର ଫେରାଇ ଆଣିବାର ଶେଷ ଦିନ ଗୁରୁବାର ଥିଲା। ଯେଉଁ ପ୍ରାର୍ଥୀ ଗୁରୁବାର ମଧ୍ୟରେ ନାମାଙ୍କନ ଫେରାଇ ନ ଆଣନ୍ତି ସେ ନିର୍ବାଚନ ପାଇଁ ପ୍ରାର୍ଥୀ ବିବେଚିତ ହେବେ। ବର୍ତ୍ତମାନ ଯାଏଁ ବିଜେପି ଓ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଜଣେ ପୂର୍ବତନ ମନ୍ତ୍ରୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଏହାସହିତ ମତଦାନ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ହେବ। ସେହି ଦିନ ସନ୍ଧ୍ୟା ସୁଦ୍ଧା ଫଳାଫଳ ଜଣାପଡିବାର ସମ୍ଭାବନା ରହିଛି।

Related story