ନୂଆଦିଲ୍ଲୀ: ରାତି ପାହିଲେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ସରକାର। ଏହା ପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର ୬.୮ରୁ କମାଇ ୬.୧ ସଂଶୋଧିତ କରିଛନ୍ତି ସରକାର।
୩୧ ମାର୍ଚ୍ଚ ୨୦୧୯ରେ ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ହୋଇଥିଲା। ସେତେବେଳେ ସରକାର କହିଥିଲେ ଦେଶର ଅଭିବୃଦ୍ଧି ହାର ୬.୮ ପ୍ରତିଶତ ରହିଛି। ହେଲେ ଏବେ ଏହାକୁ ସଂଶୋଧନ କରି ୬.୧ ପ୍ରତିଶତ ବୋଲି କହିଛନ୍ତି ସରକାର। ଏହାବାଦ୍ ୨୦୧୭-୧୮ର ଅଭିବୃଦ୍ଧି ହାର ୭.୨ ପ୍ରତିଶତରୁ କମାଇ ୭ ପ୍ରତିଶତ କରିଛନ୍ତି।