ଉଠା ଦୋକାନୀଙ୍କ ପାଇଁ ୫ ହଜାର କୋଟି ଟଙ୍କାର ପ୍ୟାକେଜ୍

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଅଭିଯାନରେ କେନ୍ଦ୍ର ସରକାର ଦେଶର ଉଠା ଦୋକାନୀଙ୍କ ପାଇଁ ୫ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ୫୦ ଲକ୍ଷ ଉଠା ଦୋକାନୀ ଉପକୃତ ହେବେ। ଏହି ଯୋଜନା ମାସକ ମଧ୍ୟରେ ଶୁଭାରମ୍ଭ ହେବ ବୋଲି ଜଣାପଡ଼ିଛି। Government to support nearly 50 lakh street vendors Rs 5000 cr Special Credit Facility for #StreetVendors; #AatmaNirbharBharatPackage pic.twitter.com/MKKRQUwV2N […]

street-vendors

Subhransu Sekhar
  • Published: Thursday, 14 May 2020
  • , Updated: 14 May 2020, 09:24 PM IST

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଅଭିଯାନରେ କେନ୍ଦ୍ର ସରକାର ଦେଶର ଉଠା ଦୋକାନୀଙ୍କ ପାଇଁ ୫ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ୫୦ ଲକ୍ଷ ଉଠା ଦୋକାନୀ ଉପକୃତ ହେବେ। ଏହି ଯୋଜନା ମାସକ ମଧ୍ୟରେ ଶୁଭାରମ୍ଭ ହେବ ବୋଲି ଜଣାପଡ଼ିଛି।

https://twitter.com/PIB_India/status/1260894550152757248

ଗୁରୁବାର ଦ୍ୱିତୀୟ ପର୍ଯ୍ୟାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗରିବ, ଚାଷୀ ଓ ଶ୍ରମିକମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ସମୟରେ ସେ ଉଠା ଦୋକାନୀଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ଆର୍ଥିକ ପ୍ୟାକେଜ ଦ୍ୱାରା ପ୍ରତି ଉଠା ଦୋକାନୀ ୧୦, ୦୦୦ ଟଙ୍କାର ଋଣ ପାଇପାରିବେ। ଉଠା ଦୋକାନୀ ଡିଜିଟାଲ ପେମେଣ୍ଟକୁ ଅଧିକ କ୍ରିୟାଶୀଳ କଲେ ଅତିରିକ୍ତ ଲାଭ ମିଳିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଏହି ଯୋଜନା ଜରିଆରେ ଜଣେ ଉଠା ଦୋକାନୀ ଋଣ ନେଇପାରିବ। ଏହାସହିତ ଯେଉଁ ଉଠା ଦୋକାନୀ ଋଣ ପରିଶୋଧ ଭଲ ରହିବ ସେ ଅଧିକ ଲାଭବାନ ହେବେ। ଏମିତିକି ସରକାର ତାଙ୍କୁ ପୁରଷ୍କାର ମଧ୍ୟ ଦେବେ ବୋଲି ଜଣାପଡ଼ିଛି।

Related story