ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପ୍ରକ୍ରିୟାକୁ ନାପସନ୍ଦ କରିଛି କଂଗ୍ରେସ। ରାଜ୍ୟପାଳ ସମ୍ୱିଧାନ ନିୟମର 'ମଜାକ୍' ଉଡ଼ାଇଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜଓ୍ୱେଲା ଟୁଇଟ୍ କରି କହିଛନ୍ତି।
ମହାରାଷ୍ଟ୍ରରେ ଏନସିପି, କଂଗ୍ରେସ ଓ ଶିବସେନାକୁ ସରକାର ଗଢ଼ିବା ପାଇଁ ସମୟ ନଦେବା 'ନ୍ୟାୟ ପ୍ରକ୍ରିୟାର ହତ୍ୟା' ବୋଲି ଟୁଇଟ୍ କରି ସୁରଜେଓ୍ୱାଲା କହିଛନ୍ତି। ରାଜ୍ୟପାଳ ଯେଉଁଭଳି ଭାବରେ ନିଷ୍ପତ୍ତି ନେଇଛନ୍ତି, ତାହା ମନମାନି ଏବଂ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି।
https://twitter.com/rssurjewala/status/1194206786133331969
ସୂଚନାଯୋଗ୍ୟ, ଆଜି ରାଜ୍ୟପାଳ ଭଗତ ସିଂହ କୋଶିଆରି କେନ୍ଦ୍ରକୁ ଏକ ରିପୋର୍ଟ ଦେଇଥିଲେ। ଯେଉଁଥିରେ ଉଲ୍ଲେଖ ଥିଲା, ମହାରାଷ୍ଟ୍ରରେ ସମ୍ୱିଧାନର ନିୟମ ଅନୁଯାୟୀ ସରକାର ଗଢ଼ିବା ସମ୍ଭବ ନୁହେଁ। ତେଣୁ ଧାରା ୩୫୬ ଅନୁଯାୟୀ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର ବୋଲି ରାଜଭବନ ପକ୍ଷରୁ କୁହାଯାଇଥିଲା।