ଜମ୍ମୁ-କଶ୍ମୀରରେ ସୋମବାର ଖୋଲିବ ଅଫିସ୍‌ ଏବଂ ସ୍କୁଲ

ନୂଆଦିଲ୍ଲୀ: କଶ୍ମୀରରେ ସୋମବାର ଦିନ ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟ ସବୁ ଖୋଲିଯିବ ବୋଲି ଜମ୍ମୁ-କଶ୍ମୀର ପ୍ରଶାସନର ଏକ ସୂତ୍ରରୁ ଜଣାପଡ଼ିଛି। ତେବେ ଲ୍ୟାଣ୍ଡଲାଇନ୍‌ ଏବଂ ମୋବାଇଲ ଫୋନ୍‌ ସେବା ଉପରେ ଥିବା କଟକଣା ବାବଦରେ ଏଯାଏ କୌଣସି ନିଷ୍ପତ୍ତି ହୋଇନି। ଏସବୁ ଅଞ୍ଚଳରେ ପ୍ରାୟ ୧୦ ଦିନରୁ ଅଧିକ କାଳ ଗଣମାଧ୍ୟମ କ୍ଷେତ୍ରରେ କଟକଣା ଲାଗି ରହିଥିବାବେଳେ ଆଗାମୀ କିଛି ଦିନ ମଧ୍ୟରେ ଏହା ମଧ୍ୟ ପ୍ରତ୍ୟାହାର କରାଯିବ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି। ରାଜ୍ୟପାଳ […]

SCHOOL OPENED KASHMIR

SCHOOL OPENED KASHMIR

Subrat Kumar Nayak
  • Published: Friday, 16 August 2019
  • Updated: 16 August 2019, 04:14 PM IST

Sports

Latest News

ନୂଆଦିଲ୍ଲୀ: କଶ୍ମୀରରେ ସୋମବାର ଦିନ ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟ ସବୁ ଖୋଲିଯିବ ବୋଲି ଜମ୍ମୁ-କଶ୍ମୀର ପ୍ରଶାସନର ଏକ ସୂତ୍ରରୁ ଜଣାପଡ଼ିଛି। ତେବେ ଲ୍ୟାଣ୍ଡଲାଇନ୍‌ ଏବଂ ମୋବାଇଲ ଫୋନ୍‌ ସେବା ଉପରେ ଥିବା କଟକଣା ବାବଦରେ ଏଯାଏ କୌଣସି ନିଷ୍ପତ୍ତି ହୋଇନି। ଏସବୁ ଅଞ୍ଚଳରେ ପ୍ରାୟ ୧୦ ଦିନରୁ ଅଧିକ କାଳ ଗଣମାଧ୍ୟମ କ୍ଷେତ୍ରରେ କଟକଣା ଲାଗି ରହିଥିବାବେଳେ ଆଗାମୀ କିଛି ଦିନ ମଧ୍ୟରେ ଏହା ମଧ୍ୟ ପ୍ରତ୍ୟାହାର କରାଯିବ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି।

ରାଜ୍ୟପାଳ ସତ୍ୟ ପ୍ରକାଶ ମଲିକ୍ ଆଜି ଅଲ୍‌ ଇଣ୍ଡିଆ ରେଡିଓ ମାଧ୍ୟମରେ ଜମ୍ମୁ-କଶ୍ମୀର ସଚିବାଳୟ ଏବଂ ସରକାରୀ କାର୍ଯ୍ୟାଳୟମାନଙ୍କୁ କାର୍ଯ୍ୟ ସ୍ୱାଭାବିକ ଭାବେ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ କହିଥିଲେ, ପ୍ରତିଦିନ ତୃଣମୂଳ ସ୍ତରରେ ସ୍ଥିତି ସମୀକ୍ଷା କରାଯାଉଛି। ସୁରକ୍ଷାରେ ନିୟୋଜିତ ସଂସ୍ଥାଙ୍କ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଆସ୍ଥା ରଖିବା ଉଚିତ ବୋଲି ମଧ୍ୟ ସରକାର କହିଥିଲେ।

ଏତଦ୍‌ବ୍ୟତୀତ 'କଶ୍ମୀର ଟାଇମ୍ସ'ର କାର୍ଯ୍ୟକାରୀ ସମ୍ପାଦକ ଅନୁରାଧା ଭାସିନ୍‌ ସୁପ୍ରିମ୍‌କୋର୍ଟଙ୍କ ନିକଟରେ ତୁରନ୍ତ କମ୍ୟୁନିକେସନ୍‌ ସଂଯୋଗ ଯୋଗାଇ ଦିଆଯିବାକୁ ଦାବି କରିଛନ୍ତି। ଏହାଫଳରେ ଗଣମାଧ୍ୟମ ସ୍ୱାଭାବିକ ଭାବେ ଚାଲିପାରିବ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ଚଳପ୍ରଚଳରେ ମଧ୍ୟ କଟକଣା ନ ଲଗାଇବାକୁ ସେ ଆବେଦନ କରିଥିଲେ। ଏହାପରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଥିଲେ, "ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଛି ଆଜି ସନ୍ଧ୍ୟା ସୁଦ୍ଧା ଲ୍ୟାଣ୍ଡଲାଇନ୍‌ ଏବଂ ବ୍ରଡ୍‌ବ୍ୟାଣ୍ଡ କଟକଣା ଉଠିଯିବାର ଅଛି।" ଏହାପରେ ସରକାରଙ୍କ ପକ୍ଷରୁ ଓକିଲ କେକେ ଭେନୁଗୋପାଲ କହିଥିଲେ, ବର୍ତ୍ତମାନ ଶ୍ରୀନଗର ବଦଳରେ ଜମ୍ମୁରୁ ଖବରକାଗଜ ପ୍ରକାଶ ପାଉଛି, ଯେଉଁଠାରେ କଟକଣା ପ୍ରତ୍ୟାହାର କରାଯାଇଛି। ସୂଚନାଯୋଗ୍ୟ, କଟକଣା କାରଣରୁ 'କଶ୍ମୀର ଟାଇମ୍ସ'ର ସ୍ଥାନୀୟ ସଂସ୍କରଣ ପ୍ରକାଶନରେ ସମସ୍ୟା ହେଉଥିବା ଏହାର କାର୍ଯ୍ୟକାରୀ ସମ୍ପାଦକ ଅଭିଯୋଗ କରି ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos