ଖୁବଶୀଘ୍ର ସଂଶୋଧନ ହେବ ଝିଅଙ୍କ ବିବାହ ବୟସ

ନୂଆଦିଲ୍ଲୀ: ଦେଶରେ ଝିଅଙ୍କ ସ୍ୱାକ୍ଷର ହାର ପୂର୍ବ ତୁଳାନରେ ବଢ଼ିଛି। ଏବେର ଝିଅ ପୂର୍ବ ତୁଳନାରେ ଦକ୍ଷ। ଏହାକୁ ନଜରରେ ରଖି ସରକାର ଝିଅଙ୍କ ବିବାହ ବୟସ ଅବଧି ସଂଶୋଧନ କରିବାକୁ ବିଚାର କରିଛନ୍ତି। ଏ ନେଇ ଏକ କମିଟି ଗଠନ କରାଯାଇଥିଲା। ଏବେ ଏହି କମିଟିର ରିପୋର୍ଟକୁ ଆଧାର କରି ସରକାର ଖୁବଶୀଘ୍ର ନିଷ୍ପତ୍ତି ଘୋଷଣା କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏହି ପ୍ରସଙ୍ଗରେ କହିଛନ୍ତି ଯେ ଏ ନେଇ ଗଠିତ […]

PM-Narndra-Modi

Subhransu Sekhar
  • Published: Friday, 16 October 2020
  • , Updated: 16 October 2020, 05:34 PM IST

ନୂଆଦିଲ୍ଲୀ: ଦେଶରେ ଝିଅଙ୍କ ସ୍ୱାକ୍ଷର ହାର ପୂର୍ବ ତୁଳାନରେ ବଢ଼ିଛି। ଏବେର ଝିଅ ପୂର୍ବ ତୁଳନାରେ ଦକ୍ଷ। ଏହାକୁ ନଜରରେ ରଖି ସରକାର ଝିଅଙ୍କ ବିବାହ ବୟସ ଅବଧି ସଂଶୋଧନ କରିବାକୁ ବିଚାର କରିଛନ୍ତି। ଏ ନେଇ ଏକ କମିଟି ଗଠନ କରାଯାଇଥିଲା। ଏବେ ଏହି କମିଟିର ରିପୋର୍ଟକୁ ଆଧାର କରି ସରକାର ଖୁବଶୀଘ୍ର ନିଷ୍ପତ୍ତି ଘୋଷଣା କରିବେ ବୋଲି ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏହି ପ୍ରସଙ୍ଗରେ କହିଛନ୍ତି ଯେ ଏ ନେଇ ଗଠିତ କମିଟିର ରିପୋର୍ଟ ପାଇବା ପରେ ଝିଅମାନଙ୍କ ପାଇଁ ସର୍ବନିମ୍ନ ବିବାହ ବୟସକୁ ସଂଶୋଧନ କରିବାକୁ ସରକାର ଖୁବ ଶୀଘ୍ର ନିଷ୍ପତ୍ତି ନେବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ଛଅ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ଅନେକ ପ୍ରୟାସ ଯୋଗୁଁ ଦେଶରେ ପ୍ରଥମ ଥର ପାଇଁ ବାଳିକାଙ୍କ ନାମଲେଖା ଅନୁପାତ ପୁଅଙ୍କ ତୁଳନାରେ ଅଧିକ ହୋଇଛି।

ଖାଦ୍ୟ ଏବଂ କୃଷି ସଂଗଠନ (ଏଫଏଓ)ର ୭୫ ତମ ବାର୍ଷିକୀ ସମ୍ମିଳନୀ ଅବସରରେ ଏକ ସ୍ମରଣୀୟ ମୁଦ୍ରା ମୁକ୍ତ କରିବା ପରେ ମୋଦି ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧିତ କରି ଏହା କହିଛନ୍ତି।

ମୋଦି ମଧ୍ୟ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରି କହିଥିଲେ ଯେ ମହିଳାଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ କ’ଣ ହେବ ସେନେଇ ସରକାର ବିଚାର କରୁଛନ୍ତି ଏବଂ ଏହି ପ୍ରସଙ୍ଗରେ ସରକାର ଏକ କମିଟି ଗଠନ କରିଛନ୍ତି।

ସୂଚନାଯୋଗ୍ୟ, ଏବେ ସରକାରୀ ନିୟମ ଅନୁଯାୟୀ ବିବାହର ସର୍ବନିମ୍ନ ବୟସ ମହିଳାମାନଙ୍କ ପାଇଁ ୧୮ ବର୍ଷ ଏବଂ ପୁରୁଷମାନଙ୍କ ପାଇଁ ୨୧ ବର୍ଷ ରହିଛି।

Related story