ଥାନା ଉପରେ ଗ୍ରେନେଡ୍ ମାଡ଼; ଜଣେ ସହିଦ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଶୋପିଆନ୍‌ରେ ଆଜି ସକାଳେ ଆତଙ୍କବାଦୀମାନେ ଏକ ପୁଲିସ୍ ଷ୍ଟେସନ୍‌ ଉପରକୁ ଗ୍ରେନେଡ ମାଡ଼ କରିଛନ୍ତି। ଏଥିରେ ଜଣେ ପୁଲିସ୍ କର୍ମଚାରୀ ସହିଦ ହୋଇଛନ୍ତି। ତାଙ୍କ ନାଁ ଶକିବ ମୋଈଦ୍ଦୀନ। ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆତଙ୍କବାଦୀମାନେ ଗ୍ରେନେଡ୍ ମାଡ଼ କରିବା ପରେ ଗୁଳି ମଧ୍ୟ ଚଳାଇଥିଲେ। ତା’ପରେ ସେମାନେ ନିକଟସ୍ଥ ଜଙ୍ଗଲ ଦେଇ ପଳାଇ ଯାଇଥଇଲେ। ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ […]

granade

granade

Jitendra Garnayak
  • Published: Sunday, 30 September 2018
  • Updated: 30 September 2018, 10:17 AM IST

Sports

Latest News

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଶୋପିଆନ୍‌ରେ ଆଜି ସକାଳେ ଆତଙ୍କବାଦୀମାନେ ଏକ ପୁଲିସ୍ ଷ୍ଟେସନ୍‌ ଉପରକୁ ଗ୍ରେନେଡ ମାଡ଼ କରିଛନ୍ତି। ଏଥିରେ ଜଣେ ପୁଲିସ୍ କର୍ମଚାରୀ ସହିଦ ହୋଇଛନ୍ତି। ତାଙ୍କ ନାଁ ଶକିବ ମୋଈଦ୍ଦୀନ।

ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆତଙ୍କବାଦୀମାନେ ଗ୍ରେନେଡ୍ ମାଡ଼ କରିବା ପରେ ଗୁଳି ମଧ୍ୟ ଚଳାଇଥିଲେ। ତା’ପରେ ସେମାନେ ନିକଟସ୍ଥ ଜଙ୍ଗଲ ଦେଇ ପଳାଇ ଯାଇଥଇଲେ। ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ ଘେରି ଯାଇ ସର୍ଚ୍ଚ ଅପରେସନ୍ କରୁଛନ୍ତି।

ଏହା ପୂର୍ବରୁ ଭାରତୀୟ ସେନାର ଯବାନମାନେ ତଙ୍ଗଧାରରେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରି ଦେଇଥିଲେ।

ପ୍ରଥମେ ପାକିସ୍ତାନୀ ସେନା ପକ୍ଷରୁ ଫାୟାରିଂ କରାଯାଇଥିଲା। ଭାରତୀୟ ସେନାର ଧ୍ୟାନ ହଟାଇବା ପାଇଁ ପାକିସ୍ତାନୀ ସେନା ଫାୟାରିଂ କରିଥିଲା। ସେତିକି ବେଳେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos