ଚତୁର୍ଥୀ ରାତିରେ ଜ୍ୱର, ୨ ଦିନ ପରେ ଲିଭିଲା ମଥାର ସିନ୍ଦୂର

ଲକ୍ଷ୍ନୌ: ଚତୁର୍ଥୀ ରାତିରେ ହେଲା ଜ୍ୱର। ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କଲେ। ମାତ୍ର ୨ ଦିନ ପରେ ଆଖି ବୁଜିଲେ ବର। ୨ ଦିନ ପୂର୍ବେ ହାତରେ ଶଙ୍ଖା, ମଥାରେ ସିନ୍ଦୂର ଲଗାଇ ଶାଶୁ ଘରେ ପାଦ ଥାପିଥିବା ନୂଆ ବୋହୂ ଉପରେ ପଡ଼ିଲା ଚଡ଼କ। ଗଢ଼ିବା ଆଗରୁ ଭାଙ୍ଗିଗଲା ସଂସାର। ହାତର ମେହେନ୍ଦି ଲିଭିବା ଆଗରୁ ଲିଭିଗଲା ମଥାର ସିନ୍ଦୂର। ଅକ୍ସିଜେନ ଅଭାବରୁ କରୋନା ଆକ୍ରାନ୍ତ ସ୍ୱାମୀର ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ନବବିବାହିତା। ଏପରି […]

marriage

marriage

Niharika Rout
  • Published: Saturday, 01 May 2021
  • Updated: 01 May 2021, 11:34 AM IST

Sports

Latest News

ଲକ୍ଷ୍ନୌ: ଚତୁର୍ଥୀ ରାତିରେ ହେଲା ଜ୍ୱର। ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କଲେ। ମାତ୍ର ୨ ଦିନ ପରେ ଆଖି ବୁଜିଲେ ବର। ୨ ଦିନ ପୂର୍ବେ ହାତରେ ଶଙ୍ଖା, ମଥାରେ ସିନ୍ଦୂର ଲଗାଇ ଶାଶୁ ଘରେ ପାଦ ଥାପିଥିବା ନୂଆ ବୋହୂ ଉପରେ ପଡ଼ିଲା ଚଡ଼କ। ଗଢ଼ିବା ଆଗରୁ ଭାଙ୍ଗିଗଲା ସଂସାର। ହାତର ମେହେନ୍ଦି ଲିଭିବା ଆଗରୁ ଲିଭିଗଲା ମଥାର ସିନ୍ଦୂର। ଅକ୍ସିଜେନ ଅଭାବରୁ କରୋନା ଆକ୍ରାନ୍ତ ସ୍ୱାମୀର ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ନବବିବାହିତା। ଏପରି ଏକ କରୁଣ କାହାଣୀ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବିଜନୌର ସହରରେ।

ବିଜନୌର ସହର ନିବାସୀ ଅର୍ଜୁନ ନାମକ ଯୁବକଙ୍କ ବିବାହ ଏପ୍ରିଲ ୨୫ରେ ଚାନ୍ଦପୁରର ବବଲି ନାମ୍ନୀ ଯୁବତୀଙ୍କ ସହ ଧୁମଧାମରେ ହୋଇଥିଲା। ଶାଶୁ ଘରେ ପାଦ ଥାପିବା ପରେ ବବଲିଙ୍କର ଜୋରଦାର ସ୍ୱାଗତ କରାଯାଇଥିଲା।

ଏହାପରେ  ଚତୁର୍ଥୀ ରାତିରେ ଅର୍ଜୁନଙ୍କୁ ଅଚାନକ ଜ୍ୱର ହୋଇଥିଲା। ଆଉ ଏହା ବଢ଼ି ବଢ଼ି ଚାଲିଲା। ଫଳରେ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ଏହାପରେ ଅକ୍ସିଜେନ ଅଭାବରୁ ଏପ୍ରିଲ ୨୯ ତାରିଖ ସକାଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି।

ଏହି ଘଟଣା ପ୍ରଘଟିତ ହେବା ପରେ  ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ଉକ୍ତ ବିବାହ ଉତ୍ସବରେ ସାମିଲ ହୋଇଥିବା ବନ୍ଧୁପରିଜନଙ୍କ ସାମ୍ପଲ ସଂଗ୍ରହ କରାଯାଉଛି।

ସୂଚନାଯୋଗ୍ୟ, ସମଗ୍ର ଦେଶ କରୋନା କୋପରେ ଥରହର ହେଉଥିବା ବେଳେ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି କରୁଣ ଚିତ୍ର। କେତେବେଳେ ସ୍ୱାମୀକୁ ଅଟୋରେ ନେଇ ଯାଉଥିବା ସ୍ତ୍ରୀ ଆଖି ଆଗରେ ସ୍ୱାମୀ ଆଖି ବୁଜୁଛି ତ କେତେବେଳେ ମୃତ ବାପାମା’ଙ୍କ ପାଖରେ ଦିନଦିନ ପଡ଼ି ରହୁଛନ୍ତି ଶିଶୁ। ଏପରି ଛାତିଥରା ଦୃଶ୍ୟ ମାନବ ସମାଜକୁ ଦୋହଲାଇ ଦେଉଥିବା ବେଳେ ଏହାକୁ ନେଇ ଭୟଭୀତ ହୋଇ ପଡ଼ୁଛନ୍ତି ସମସ୍ତେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos