ନୂଆଦିଲ୍ଲୀ: ବଜେଟ୍ ପୂର୍ବରୁ ସାଧାରଣ ଲୋକଙ୍କୁ ଜିଏସ୍ଟି ଆଶ୍ୱସ୍ତି ମିଳିଛି। ୨୯ଟି ସାମଗ୍ରୀକୁ ଜିଏସ୍ଟିରୁ ବାଦ୍ ଦିଆଯାଇଛି। ଏଥିରେ ମୁଖ୍ୟତଃ ହସ୍ତଶିଳ୍ପ ସାମଗ୍ରୀ ରହିଛି। ଆଜି ଜିଏସ୍ଟିର ୨୫ ତମ ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏନେଇ ସୂଚନା ଦେଇଛନ୍ତି। ଜିଏସ୍ଟିର ନୂଆ ଦର ଆସନ୍ତା ୨୫ ତାରିଖରେ ଲାଗୁ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଜେଟଲୀ ଆହୁରି କହିଛନ୍ତି, “ବୈଠକରେ ପେଟ୍ରୋଲ ଓ ଡିଜେଲ୍କୁ ଜିଏସ୍ଟି ପରିସରକୁ ଆଣିବା ନେଇ କୌଣସି ଆଲୋଚନା ହୋଇନାହିଁ। ବୈଠକରେ ରିଟର୍ଣ୍ଣ ଫାଇଲ ପ୍ରକ୍ରିୟାକୁ ସହଜ କରିବା ନେଇ ଆଲୋଚନା କରାଯାଇଛି।”
ସେହିପରି ୫୩ଟି ଶ୍ରେଣୀରେ ଆସୁଥିବା ସେବାରୁ ଜିଏସ୍ଟି କମାଇ ଦିଆଯାଇଛି। ଆସନ୍ତା ଫେବୃଆରୀ ୧ ତାରିଖରେ ଇଣ୍ଟର ଷ୍ଟେଟ୍ ଇ-ୱେ ବିଲ୍ର ବ୍ୟବସ୍ଥା ଆରମ୍ଭ ହେବ। ୧୫ଟି ରାଜ୍ୟରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିବା ଜେଟଲୀ କହିଛନ୍ତି।
୨୬ତମ ଜିଏସ୍ଟି ବୈଠକ ୧୦ଦିନ ପରେ ବସିବ। ଭିଡିଓ କନଫରେନ୍ସ ମାଧ୍ୟମରେ ଏହା କରାଯିବ। ଏହାପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି ଜେଟଲୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେବଳ ଚୋରି, ନା ଅଛି ଆଉ କିଛି କାରଣ; ସୈଫଙ୍କୁ ଛୁରାମାଡ଼ ଘଟଣାରେ ସସପେନ୍ସ ଜାରି
ଅସ୍ତ୍ରୋପଚାର ବେଳେ ସୈଫଙ୍କ ମେରୁଦଣ୍ଡରୁ ବାହାରିଛି ଏକ ଛୁରୀର ଅଂଶ, ଯାହାର ଲମ୍ବ ୨.୫ ଇଞ୍ଚ।
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।