ମୋବାଇଲ୍ ଓ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ଜିଏସ୍‌ଟି ମାଡ଼: ଜୁଲାଇରୁ ମହଙ୍ଗା ହେବ ବିଲ୍ !

ଭାରତୀୟ ବଜାରରେ ଆସିବ ବୈପ୍ଳବିକ ପରିବର୍ତ୍ତନ। ଜୁଲାଇ ପହିଲାରୁ ପୂରା ଦେଶରେ ଲାଗୁହେବ ଗୁଡସ୍ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ (ଜିଏସ୍‌ଟି)। ଏହା ସାଧାରଣ ଲୋକଙ୍କୁ ସୁହାଇବ ବୋଲି ଚର୍ଚ୍ଚା ହେଉଛି। ଜୁନ୍ ୩୦ର ମଧ୍ୟରାତିରେ ସଂସଦର ସେଣ୍ଟ୍ରାଲ ହଲ୍‌ରେ ସ୍ୱତନ୍ତ୍ର ଅଧିବେଶନ ବସି ଜିଏସ୍‌ଟି ବିଲ୍ ପାରିତ ହେବ। ତେବେ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଜିଏସ୍‌ଟି ଆପଣଙ୍କ କଥା ଉପରେ ଲଗାଇପାରେ ଅଙ୍କୁଶ। ଅର୍ଥାତ୍, ଜିଏସ୍‌ଟି ଲାଗୁହେବା ପରେ ମୋବାଇଲ ବିଲ୍ ଓ ଇଣ୍ଟରନେଟ୍ ମହଙ୍ଗ। ହୋଇପାରେ। […]

GST-1

Rakesh Mallick
  • Published: Tuesday, 27 June 2017
  • , Updated: 27 June 2017, 05:30 PM IST

ଭାରତୀୟ ବଜାରରେ ଆସିବ ବୈପ୍ଳବିକ ପରିବର୍ତ୍ତନ। ଜୁଲାଇ ପହିଲାରୁ ପୂରା ଦେଶରେ ଲାଗୁହେବ ଗୁଡସ୍ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ (ଜିଏସ୍‌ଟି)। ଏହା ସାଧାରଣ ଲୋକଙ୍କୁ ସୁହାଇବ ବୋଲି ଚର୍ଚ୍ଚା ହେଉଛି। ଜୁନ୍ ୩୦ର ମଧ୍ୟରାତିରେ ସଂସଦର ସେଣ୍ଟ୍ରାଲ ହଲ୍‌ରେ ସ୍ୱତନ୍ତ୍ର ଅଧିବେଶନ ବସି ଜିଏସ୍‌ଟି ବିଲ୍ ପାରିତ ହେବ। ତେବେ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଜିଏସ୍‌ଟି ଆପଣଙ୍କ କଥା ଉପରେ ଲଗାଇପାରେ ଅଙ୍କୁଶ। ଅର୍ଥାତ୍, ଜିଏସ୍‌ଟି ଲାଗୁହେବା ପରେ ମୋବାଇଲ ବିଲ୍ ଓ ଇଣ୍ଟରନେଟ୍ ମହଙ୍ଗ। ହୋଇପାରେ। ଏହାର ସିଧାସଳଖ ପ୍ରଭାବ ପଡିବ ଡିଜିଟାଲ୍ ଆଡ଼କୁ ମୁହାଁଇଥିବା ସାଧାରଣ ଲୋକଙ୍କ ଉପରେ।

୧ ଜୁଲାଇରେ ଜିଏସ୍‌ଟି ଲାଗୁ ହେବା ଫଳରେ ବିଭିନ୍ନ ଟେଲିକମ୍ ସେବା ମହଙ୍ଗ। ହେବାର ଆଶଙ୍କ। ରହିଛି। ବର୍ତ୍ତମାନ ସମୟରେ ମୋବାଇଲ ବିଲ୍ ଉପରେ ୧୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡୁଛି। ତେବେ ଜିଏସ୍‌ଟି ଲାଗୁ ହେଲେ ୧୮ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ। ଜୁଲାଇ ୧ରୁ ନୂଆ ଟ୍ୟାକ୍ସ ନିୟମ ଅନୁଯାୟୀ, ଯଦି ଆପଣ ପୋଷ୍ଟପେଡ ଗ୍ରାହକ ତେବେ ଆପଣଙ୍କୁ ଅଧିକ ୩ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ।

ଯଦି ଆପଣ ମାସିକ ୧୦୦୦ ଟଙ୍କ। ବିଲ୍ ପୈଠ କରୁଥିବେ, ତେବେ ଜୁଲାଇ ୧୦ରୁ ୧୦୦୦ ଟଙ୍କ। ବଦଳରେ ୧୦୩୦ ଟଙ୍କ। ଦେବାକୁ ପଡ଼ିବ। ତେବେ ପ୍ରିପେଡ଼ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି ଜିଏସ୍‌ଟି । ବର୍ତ୍ତମାନ ୧୦୦ ଟଙ୍କ। ରିଚାର୍ଜରେ ୮୨.୨୦ ଟଙ୍କ।ର ଟକ୍‌ଟାଇମ ମିଳୁଥିବା ବେଳେ ଜିଏସ୍‌ଟି ଲାଗୁ ହେବା ପରେ ୮୩.୯୬ ଟଙ୍କ। ଟକ୍‌ଟାଇମ ମିଳିବ। ତେବେ ଏହି କଥାରେ କେତେ ସତ୍ୟତା ଅଛି ତାହା ଜୁଲାଇ ୧ ପରେ ହିଁ ଜଣାପଡିବ। ତେବେ ବିଭିନ୍ନ ମୋବାଇଲ ନେଟୱର୍କ କମ୍ପାନି ଡାଟା ପ୍ୟାକ୍‌ରେ କଣ ପରିବର୍ତ୍ତନ କରୁଛନ୍ତି ତାହା ଜିଏସ୍‌ଟି ଲାଗୁ ହେବା ପରେ ହିଁ ଜଣାପଡିବ।

ମୋବାଇଲ ବିଲ୍ ଓ ଇଣ୍ଟରନେଟ ସହ ମୋବାଇଲ ଫେ।ନର ଦାମ୍ ମଧ୍ୟ ବୃଦ୍ଧି ହୋଇପାରେ। ତେବେ କିଛି ରାଜ୍ୟରେ ମୋବାଇଲ ଦାମ୍ ବୃଦ୍ଧି ପାଇବ ଓ ଅନ୍ୟକିଛି ରାଜ୍ୟରେ ହ୍ରାସ ଘଟିବ। ଜିଏସ୍‌ଟି ଲାଗୁ ହେଲେ ମୋବାଇଲ ଉପରେ ୧୨ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ। ତେଣୁ ଯେଉଁ ସବୁ ରାଜ୍ୟରେ ମୋବାଇଲ ଫେ।ନ୍ ଉପରେ ୧୨ ପ୍ରତିଶତରୁ ଅଧିକ ଟ୍ୟାକ୍ସ ଦେବାକୁ ପଡୁଥିଲା ସେ ସ୍ଥାନରେ ଫେ।ନ୍‌ର ଦାମ୍ ଶସ୍ତା ହେବ।

 

 

Related story