ଛୋଟ ରେସ୍ତୋରାଁରେ ଶସ୍ତା ହେବ ଖାଇବା, ପଞ୍ଚତାରକା ହୋଟେଲ୍‌ରେ ରହଣି ହେବ ମହଙ୍ଗା   

ନୂଆଦିଲ୍ଲୀ: ଜୁଲାଇ ପହିଲାରୁ ଜିଏସ୍‌ଟି କାର୍ଯ୍ୟକାରୀ ହେଲେ ଛୋଟ ରେସ୍ତୋରାଁରେ ଖାଇବା ଶସ୍ତା ହେବ। ଅଣ ଏସି ହୋଟେଲ୍‌ରେ ରହିବା ପାଇଁ ମଧ୍ୟ କମ୍ ଟଙ୍କା ଦେବାକୁ ପଡ଼ିବ। ତେବେ ପଞ୍ଚତାରକା ହୋଟେଲ୍‌ରେ ରହୁଥିବା ଲୋକଙ୍କ ପକେଟ୍‌ରୁ ଅଧିକ ଅର୍ଥ ଖର୍ଚ୍ଚ ହେବ। ଅଣ ଏସି ରେସ୍ତୋରାଁଗୁଡ଼ିକ ଖାଇବା ବିଲ୍‌ ଉପରେ ୧୨ ପ୍ରତିଶତ ଜିଏସ୍‌ଟି ଲାଗୁ କରିବେ। ଏସି ରେସ୍ତୋରାଁଗୁଡ଼ିକରେ ୧୮% ଜିଏସ୍‌ଟି ଲାଗୁ ହେବ। ଲିକ୍ୟୋର ଲାଇସେନ୍ସ ଥିବା ଏସି ରେସ୍ତୋରାଁଗୁଡ଼ିକରେ ମଧ୍ୟ ୧୮% […]

22

Rakesh Mallick
  • Published: Saturday, 20 May 2017
  • , Updated: 20 May 2017, 10:29 AM IST

ନୂଆଦିଲ୍ଲୀ: ଜୁଲାଇ ପହିଲାରୁ ଜିଏସ୍‌ଟି କାର୍ଯ୍ୟକାରୀ ହେଲେ ଛୋଟ ରେସ୍ତୋରାଁରେ ଖାଇବା ଶସ୍ତା ହେବ। ଅଣ ଏସି ହୋଟେଲ୍‌ରେ ରହିବା ପାଇଁ ମଧ୍ୟ କମ୍ ଟଙ୍କା ଦେବାକୁ ପଡ଼ିବ। ତେବେ ପଞ୍ଚତାରକା ହୋଟେଲ୍‌ରେ ରହୁଥିବା ଲୋକଙ୍କ ପକେଟ୍‌ରୁ ଅଧିକ ଅର୍ଥ ଖର୍ଚ୍ଚ ହେବ।

ଅଣ ଏସି ରେସ୍ତୋରାଁଗୁଡ଼ିକ ଖାଇବା ବିଲ୍‌ ଉପରେ ୧୨ ପ୍ରତିଶତ ଜିଏସ୍‌ଟି ଲାଗୁ କରିବେ। ଏସି ରେସ୍ତୋରାଁଗୁଡ଼ିକରେ ୧୮% ଜିଏସ୍‌ଟି ଲାଗୁ ହେବ। ଲିକ୍ୟୋର ଲାଇସେନ୍ସ ଥିବା ଏସି ରେସ୍ତୋରାଁଗୁଡ଼ିକରେ ମଧ୍ୟ ୧୮% ଜିଏସ୍‌ଟି ଲାଗୁ ହେବ। ପଞ୍ଚତାରକା ହୋଟେଲ୍‌ଗୁଡ଼ିକ ପାଇଁ ୨୮% ଜିଏସ୍‌ଟି ଲାଗୁ ହେବ। ଯେଉଁ ରେସ୍ତୋରାଁଗୁଡ଼ିକ ୫୦ ଲକ୍ଷ ଟଙ୍କା ଅବା ତା’ଠାରୁ କମ୍ ଟଙ୍କାର କାରବାର କରୁଛନ୍ତି ସେଗୁଡ଼ିକୁ ୫% ସ୍ଲାବରେ ରଖାଯାଇଛି।

ଯେଉଁ ହୋଟେଲ୍ ଓ ଲଜ୍‌ ଗୁଡ଼ିକ ଏକ ଦିନର ରହଣୀ ପାଇଁ ଗ୍ରାହକଙ୍କଠାରୁ ୧୦୦୦ ଟଙ୍କା ନେଉଛନ୍ତି ସେମାନଙ୍କୁ ଜିଏସ୍‌ଟିରୁ ବାହାରେ ରଖାଯାଇଛି। ତେବେ ଯେଉଁ ହୋଟେଲ୍‌ ଓ ଲଜ୍‌ ଗୁଡ଼ିକ ଏଥିପାଇଁ ୧୦୦୦ ରୁ ୨୦୦୦ ଟଙ୍କା ନେଉଛନ୍ତି ସେଗୁଡ଼ିକ ଉପରେ ୧୨% ଟିକସ ଲାଗିବ। ଯେଉଁମାନେ ୨୫୦୦ ଟଙ୍କାରୁ ୫୦୦୦ ଟଙ୍କା ଚାର୍ଜ କରୁଛନ୍ତି ସେମାନଙ୍କ ଉପରେ ୧୮% ଜିଏସ୍‌ଟି ଲାଗୁ ହେବ। ଯେଉଁ ହୋଟେଲ୍‌ଗୁଡ଼ିକ ୫୦୦୦ ଟଙ୍କାରୁ ଅଧିକ ନେଉଛନ୍ତି ସେମାନଙ୍କ ଉପରେ ୨୮% ଟିକସ ବସିବ।

Related story