ଭୁବନେଶ୍ୱର:ସୁନାରେ ଲାଗିବ ୩ ପ୍ରତିଶତ ଜିଏସଟି। ପୂର୍ବରୁ ସୁନା ଉପରରେ ୨ରୁ ୬ ପ୍ରତିଶତ ଟିକସ ଲାଗୁଥିଲା। ସେହିପରି ପୋଷାକରେ ୧୨ ଓ ବିସ୍କୁଟ୍ ଉପରେ ୧୮ ପ୍ରତିଶତ ଟିକସ ଲାଗିବ। ଆଜି ବସିଥିବା ଜିଏସଟି କାଉସିଲ୍ ବୈଠକରେ ବିଭିନ୍ନ ସାମଗ୍ରୀ ଉପରେ ଟିକସ ହାର ନିର୍ଦ୍ଧାରଣ କରାଯାଇଛି। ସେହିପରି ଜୁଲାଇ ପହିଲାରୁ ଜିଏସଟି ଲାଗୁ ପାଇଁ ସବୁ ରାଜ୍ୟ ସହମତି ପ୍ରଦାନ କରିଛନ୍ତି ।
କେରଳ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ୍ ଏହି ସୂଚନା ଦେଇଛନ୍ତି। ତେବେ ଜିଏସ୍ଟିକୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଗ୍ରହଣ କରାଯିବ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଛି ଦିନ ତଳେ କହିଥିଲେ ।
ତେବେ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ୍ ମିତ୍ର ଆଜିର ବୈଠକରେ ଯୋଗ ଦେଇଥିଲେ। ସେପଟେ ଜିଏସଟି ରୁଲ୍ସ ଓ ଅନ୍ୟାନ୍ୟ ପ୍ରସଙ୍ଗଗୁଡିକୁ ମଧ୍ୟ ଆଜିର ବୈଠକରେ ଅନୁମୋଦନ ମିଳିଛି। ଗତ ମାସରେ ବସିଥିବା ବୈଠକରେ ୧୨ଶହ ସାମଗ୍ରୀ ଓ ୫ଶହ ସେବା କ୍ଷେତ୍ରକୁ ଜିଏସଟି ପରିସରରୁ ଆଣିବାକୁ ସ୍ଥିର ହୋଇଥିଲା। ସେହିପରି ଟିକସ ପରିମାଣ ଯଥାକ୍ରମେ ୫, ୧୨, ୧୮ ଓ ୨୮ ପ୍ରତିଶତ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।