ଗୁଇନ୍ଦାଗିରି ପାଇଁ ସୀମାରେ କ୍ୟାମେରା ଲଗାଉଛି ପାକିସ୍ତାନ

ନୂଆଦିଲ୍ଲୀ: ଗୋଟିଏ ପଟେ ରୁଷିଆରେ ଭାରତ-ପାକିସ୍ତାନ ମଧ୍ୟରେ ସୁ-ସମ୍ପର୍କ ପାଇଁ ମୋଦି-ସରିଫ ହାତ ମିଳାଉଥିବା ବେଳେ ଅନ୍ୟପଟରେ ରାଜସ୍ଥାନ ଓ ଏହାର ଆଖପାଖ ସୀମାରେ ଅତ୍ୟାଧୁନିକ ସୂକ୍ଷ୍ମ ସ୍ପାଇ କ୍ୟାମେରା ଲଗାଉଛି ପାକିସ୍ତାନ। ତାହା ପୁଣି ଭାରତୀୟ ସୀମା ସୁରକ୍ଷା ବଳର ପୋଷ୍ଟଗୁଡ଼ିକର ସମ୍ମୁଖରେ। ଭାରତୀୟ ସୀମା ମଧ୍ୟରେ ହେଉଥିବା ହରକତ ଉପରେ ନଜର ରଖିବା ଓ ଗୁଇନ୍ଦାଗିରି ଉଦ୍ଦେଶ୍ୟରେ ପାକିସ୍ତାନ ଏହି କ୍ୟାମେରା ଲଗାଉଛି ବୋଲି ଭାରତୀୟ ସେନା ପକ୍ଷରୁ ଅଭିଯୋଗ କରାଯାଇଛି। ଆଉ ଏନେଇ […]

pakistancamear

Rakesh Mallick
  • Published: Saturday, 11 July 2015
  • , Updated: 11 July 2015, 12:27 PM IST

ନୂଆଦିଲ୍ଲୀ: ଗୋଟିଏ ପଟେ ରୁଷିଆରେ ଭାରତ-ପାକିସ୍ତାନ ମଧ୍ୟରେ ସୁ-ସମ୍ପର୍କ ପାଇଁ ମୋଦି-ସରିଫ ହାତ ମିଳାଉଥିବା ବେଳେ ଅନ୍ୟପଟରେ ରାଜସ୍ଥାନ ଓ ଏହାର ଆଖପାଖ ସୀମାରେ ଅତ୍ୟାଧୁନିକ ସୂକ୍ଷ୍ମ ସ୍ପାଇ କ୍ୟାମେରା ଲଗାଉଛି ପାକିସ୍ତାନ। ତାହା ପୁଣି ଭାରତୀୟ ସୀମା ସୁରକ୍ଷା ବଳର ପୋଷ୍ଟଗୁଡ଼ିକର ସମ୍ମୁଖରେ। ଭାରତୀୟ ସୀମା ମଧ୍ୟରେ ହେଉଥିବା ହରକତ ଉପରେ ନଜର ରଖିବା ଓ ଗୁଇନ୍ଦାଗିରି ଉଦ୍ଦେଶ୍ୟରେ ପାକିସ୍ତାନ ଏହି କ୍ୟାମେରା ଲଗାଉଛି ବୋଲି ଭାରତୀୟ ସେନା ପକ୍ଷରୁ ଅଭିଯୋଗ କରାଯାଇଛି। ଆଉ ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଜଣାଇ ଦିଆଯାଇଛି।

ଅନ୍ତର୍ଜାତୀୟ ସୀମାରେଖାଠାରୁ ମାତ୍ର ୩୦୦ରୁ ୫୦୦ ମିଟର ମଧ୍ୟରେ ଭାରତୀୟ ସେନା ଛାଉଣୀଗୁଡ଼ିକ ଉପରକୁ ମୁହଁ କରି ଲଗାଯାଉଛି ଏହି କ୍ୟାମେରାଗୁଡ଼ିକୁ। ଆଉ ଏପରି କରି ପାକିସ୍ତାନ ଖୋଲାଖୋଲି ଭାବେ ଅନ୍ତର୍ଜାତୀୟ ସୀମାରେଖା ନେଇ ଥିବା ଆଇନର ଉଲ୍ଲଂଘନ କରୁଛି। ନିୟମ ରହିଛି ଅନ୍ତର୍ଜାତୀୟ ସୀମାରେଖାଠାରୁ ୧ରୁ ଦେଢ଼ କିଲୋମିଟର ପର୍ଯ୍ୟନ୍ତ କ୍ୟାମେରା ଅବା ଅନ୍ୟ କୌଣସି ଜିନିଷ ଲଗାଯାଇପାରିବ।

ବିଏସଏଫ ପକ୍ଷରୁ କୁହାଯାଇଛି ଯେ ଜୈସାଲମାର ଓ ବାରମାର ଠାରେ ସୀମାରେ ପାକ୍ ସେନା ପକ୍ଷରୁ ଚୀନ ଦ୍ୱାରା ପ୍ରସ୍ତୁତ ଅତ୍ୟାଧୁନିକ ସୂକ୍ଷ୍ମ ସ୍ପାଇ କ୍ୟାମେରା ଲଗାଯାଇଛି। ବିକାନର ଓ ଗଙ୍ଗାନଗର ଠାରେ ସୀମାରେ ଏଭଳି କ୍ୟାମେରା ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ସୀମାରେ ପ୍ରାୟ ଦୁଇରୁ ଅଢ଼େଇ କିଲୋମିଟର ଦୂରତା ମଧ୍ୟରେ ୧୫ ଫୁଟ ଉଚ୍ଚର ପୋଲ୍ ପୋତା ଯାଉଛି। କ୍ୟାମରେଗୁଡ଼ିକର ବ୍ୟାଟେରୀ ଯେପରି କେବେ ଶେଷ ହେବନି ସେଥିପାଇଁ ସୋଲାର ବ୍ୟବସ୍ଥା ବି କରାଯାଇଛି।

ବିଏସଏଫ୍ ପକ୍ଷରୁ କୁହାଯାଇଛି ଯେ ଏହି କ୍ୟାମେରାଗୁଡ଼ିକ ଭାରତୀୟ ସେନାର ଛାଉଣୀଗୁଡ଼ିକ ସହିତ ପ୍ରାୟ ୧ରୁ ଦେଢ଼ କିଲୋମିଟର ମଧ୍ୟରେ ହେଉଥିବା ସମସ୍ତ କାର୍ଯ୍ୟକଳାପର ଚିତ୍ର ଉତ୍ତୋଳନ କରିପାରିବ।

ଅବଶ୍ୟ ଭାରତ ପକ୍ଷରୁ ଏହାକୁ ଜୋରଦାର ବିରୋଧ କରାଯାଇଥିବାରୁ କିଛି ସ୍ଥାନରେ ପାକ୍ ସେନା କ୍ୟାମେରା ଲଗାଇବା ବନ୍ଦ କରି ଦେଇଛି ବୋଲି ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Related story