ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ବିଜେପି ବିଧାୟକଙ୍କ ଗୋଇଠା

ଅହମଦାବାଦ: ଗୁଜରାଟର ଜଣେ ବିଧାୟକ ମହିଳାଙ୍କୁ ଗୋଇଠା ମାରିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଅଟକାଇବା ପରେ ବିଧାୟକ ବଲରାମ ଥାଓ୍ୱନୀ ଅଟକିଥିଲେ ବୋଲି ସୋଶାଲ ମିଡିଆରେ ଘୁରି ବୁଲୁଥିବା ଭିଡିଓରେ ଦେଖିବାକୁ ମିଳିଛି। ବିଧାୟକଙ୍କ ଅସଦାଚରଣର ଶିକାର ହୋଇଥିବା ମହିଳା ଜଣଙ୍କ ନାମ ନୀତୁ ତେଜଓ୍ୱନୀ ଏବଂ ସେ ଏନସିପି ଦଳର ସ୍ଥାନୀୟ ନେତ୍ରୀ ବୋଲି ଜଣାପଡ଼ିଛି। ପାଣି ସମସ୍ୟା ବାବଦରେ ସେ ବିଧାୟକଙ୍କୁ ଅଭିଯୋଗ କରିବାକୁ ଆସିଥିଲେ। ହେଲେ ବିଧାୟକ ଜଣଙ୍କ ତାଙ୍କ ସମସ୍ୟା […]

Balram-ThawaniBJP

Subhransu Sekhar
  • Published: Monday, 03 June 2019
  • , Updated: 03 June 2019, 03:25 PM IST

ଅହମଦାବାଦ: ଗୁଜରାଟର ଜଣେ ବିଧାୟକ ମହିଳାଙ୍କୁ ଗୋଇଠା ମାରିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଅଟକାଇବା ପରେ ବିଧାୟକ ବଲରାମ ଥାଓ୍ୱନୀ ଅଟକିଥିଲେ ବୋଲି ସୋଶାଲ ମିଡିଆରେ ଘୁରି ବୁଲୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ବିଧାୟକଙ୍କ ଅସଦାଚରଣର ଶିକାର ହୋଇଥିବା ମହିଳା ଜଣଙ୍କ ନାମ ନୀତୁ ତେଜଓ୍ୱନୀ ଏବଂ ସେ ଏନସିପି ଦଳର ସ୍ଥାନୀୟ ନେତ୍ରୀ ବୋଲି ଜଣାପଡ଼ିଛି। ପାଣି ସମସ୍ୟା ବାବଦରେ ସେ ବିଧାୟକଙ୍କୁ ଅଭିଯୋଗ କରିବାକୁ ଆସିଥିଲେ। ହେଲେ ବିଧାୟକ ଜଣଙ୍କ ତାଙ୍କ ସମସ୍ୟା ସମ୍ପର୍କରେ କିଛି ନବୁଝି ତାଙ୍କୁ ମାଡ଼ ମାରିଥିଲେ ବୋଲି ଜଣାପଡ଼ିଛି। ପାଖରେ ମହିଳାଙ୍କ ସ୍ୱାମୀ ବିଧାୟକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ବିଧାୟକଙ୍କ ସମର୍ଥକମାନେ ଆସି ତାଙ୍କ ସ୍ୱାମୀକୁ ବାଡ଼େଇଥିବା ମହିଳା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରି କହିଛନ୍ତି।

ଏହା ପ୍ରଘଟ ହେବା ପରେ ବିଧାୟକ ବଲରାମ ଥାଓ୍ୱନୀ ଏପରି ଘଟଣା ପାଇଁ କ୍ଷମା ମାଗିଛନ୍ତି। କିଛି ଉଦ୍ଦେଶ୍ୟ ରଖି ସେ ମହିଳାଙ୍କୁ ବାଡ଼େଇ ନାହାନ୍ତି ବୋଲି କହିବା ସଙ୍ଗେସଙ୍ଗେ ଆଗାମୀ ଦିନରେ ଏଭଳି ଭୁଲ ହେବନି ବୋଲି କହିଛନ୍ତି।

Related story