କଂଗ୍ରେସ ବିଧାୟକ ଦେଲେ ଇସ୍ତଫା, ବିଜେପିରୁ ମିଳିବ ମନ୍ତ୍ରୀ ପଦ

ଗାନ୍ଧିନଗର: ଗୁଜରାଟର କଂଗ୍ରେସ ବିଧାୟକ ଜୱାହର ଚଭଡ଼ା ଆଜି ବିଜେପିରେ ଯୋଗଦେଇଛନ୍ତି । ଗତକାଲି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। । ବିଜେପି ସରକାରରେ ମନ୍ତ୍ରୀ ପଦ ପାଇବା ଲୋଭରେ ଜୱାହର କଂଗ୍ରେସର  ଛାଡିଥିବା ଚର୍ଚ୍ଚା ହେଉଛି । ଜୱାହର ଗତକାଲି ବାଚସ୍ପତି ରାଜେନ୍ଦ୍ର ତ୍ରିଭେଦୀଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଥିଲେ । ଗୁଜରାଟ କଂଗ୍ରେସର ବରିଷ୍ଠ ନେତା ପିଠାଲଜି ଚଭଡାଙ୍କ ପୁଅ  ରାଜେନ୍ଦ୍ର  ଲଗାତର ୪ ଥର ଏହି ନିର୍ବାଚନ ମଣ୍ଡଳୀରୁ ଜିତି ଆସୁଥିଲେ। […]

de

Hemant Lenka
  • Published: Friday, 08 March 2019
  • , Updated: 08 March 2019, 05:22 PM IST

ଗାନ୍ଧିନଗର: ଗୁଜରାଟର କଂଗ୍ରେସ ବିଧାୟକ ଜୱାହର ଚଭଡ଼ା ଆଜି ବିଜେପିରେ ଯୋଗଦେଇଛନ୍ତି । ଗତକାଲି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। । ବିଜେପି ସରକାରରେ ମନ୍ତ୍ରୀ ପଦ ପାଇବା ଲୋଭରେ ଜୱାହର କଂଗ୍ରେସର  ଛାଡିଥିବା ଚର୍ଚ୍ଚା ହେଉଛି ।

ଜୱାହର ଗତକାଲି ବାଚସ୍ପତି ରାଜେନ୍ଦ୍ର ତ୍ରିଭେଦୀଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଥିଲେ । ଗୁଜରାଟ କଂଗ୍ରେସର ବରିଷ୍ଠ ନେତା ପିଠାଲଜି ଚଭଡାଙ୍କ ପୁଅ  ରାଜେନ୍ଦ୍ର  ଲଗାତର ୪ ଥର ଏହି ନିର୍ବାଚନ ମଣ୍ଡଳୀରୁ ଜିତି ଆସୁଥିଲେ। ସେଥିପାଇଁ ଏହି ନିର୍ବାଚନ ମଣ୍ଡଳୀକୁ କଂଗ୍ରେସର ଏକ ଦୁର୍ଗ ବୋଲି କୁହାଯାଇଥାଏ ।

କଂଗ୍ରେସ କହିଛି କି ରାଜେନ୍ଦ୍ର କେବେ ନିଜର ଅସନ୍ତୋଷ ଦଳ ପାଖରେ ରଖି ନାହାନ୍ତି । ଏମିତି କି ମାର୍ଚ୍ଚ ୧୨ରେ ଗୁଜରାଟରେ ବସିଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମଧ୍ୟ ରାଜେନ୍ଦ୍ରଙ୍କୁ ଦଳ ଗୁରୁ ଦାୟିତ୍ୱ ଦେଇଥିଲା । ମନ୍ତ୍ରୀ ହେବା ନିଶାରେ ଦଳ ଛାଡ଼ିଛନ୍ତି ବୋଲି କଂଗ୍ରେସ କହିଛି । ବିଜେପି ୨୦୧୪ ନିର୍ବାଚନର ଫଳାଫଳ ଦୋହରାଇପାରିବ ନାହିଁ । ତେଣୁ କଂଗ୍ରେସକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା କଂଗ୍ରେସ କହିଛି । ସୂଚନାଯୋଗ୍ୟ, ବିଜେପି ୨୦୧୪ ସାଧାରଣ ନିର୍ବାଚନରେ ୨୬ରୁ ୨୬ଟି ଲୋକସଭା ଆସନ ଜିତିଥିଲା ।

Related story