ଅହମ୍ମଦାବାଦ୍: କିଛି ଦିନ ଧରି ଜାରି ରହିଥିବା ଚର୍ଚ୍ଚାର ଅବସାନ ଘଟିଛି। ଗୁଜରାଟ ଉପମୁଖ୍ୟମନ୍ତ୍ରୀ ଭାବେ ନୀତୀନ ପଟେଲ ରବିବାର ଦାୟିତ୍ୱ ସମ୍ଭାଳିଛନ୍ତି। ସଚିବାଳୟକୁ ଯାଇ ସେ କାର୍ଯ୍ୟରେ ଯୋଗଦେଇଛନ୍ତି। ଗତ କିଛି ଦିନ ଧରି ନୀତୀନଙ୍କ ଇସ୍ତଫା ଖବରକୁ ନେଇ ଜୋର ଧରିଥିଲା ଚର୍ଚ୍ଚା।
ମନ ପସନ୍ଦ ଦାୟିତ୍ୱ ମିଳି ନ ଥିବା ଯୋଗୁଁ ନୀତୀନ ଇସ୍ତଫା ଦେଇପାରନ୍ତି ବୋଲି ବିଜେପିରେ ଚର୍ଚ୍ଚା ହୋଇଥିଲା। ଏପରିକି ଶପଥ ନେବା ପରେ ବି କାର୍ଯ୍ୟାଳୟକୁ ଯାଇ ନ ଥିଲେ ନୀତୀନ। ଗତକାଲି ଏନେଇ ନୀତୀନ ପଟେଲଙ୍କ ଘରେ ବିଜେପି ନେତା ଏବଂ ବିଧାୟକଙ୍କ ବୈଠକରେ ହୋଇଥିଲା । ଅନ୍ୟପଟେ ଆଜି ନୀତୀନଙ୍କ ସହ ବିଜେପି ଅଧ୍ୟକ୍ଷ ଅମିତ ଶାହ କଥା ହୋଇଥିଲେ । ନୀତୀନଙ୍କୁ ଗୁରୁ ଦାୟିତ୍ୱ ମିଳିବା ନେଇ ଶାହ ପ୍ରତିଶ୍ରୁତି ଦେଇଥିବା ସେ କହିଥିଲେ। ପୂର୍ବ ଥର ସରକାରରେ ଅର୍ଥ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରୀ ଥିଲେ ପଟେଲ।
ଗୁଜରାଟରେ ବିଜେପିରେ ପଟିଦାର ସମ୍ପଦ୍ରାୟର ଏହି ନେତା ଜଣକ ବେସ୍ ପରିଚିତ। ଅନ୍ୟପଟେ ନୀତନଙ୍କୁ ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେବା ପାଇଁ ମଧ୍ୟ ପଟିଦାର ନେତା ହାର୍ଦ୍ଦିକ ପଟେଲ ଆହ୍ୱାନ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।