ଗୁଜରାଟରେ ମୋଦି ଗର୍ଜନ: ବିଜେପିର ବାଜିମାତ୍‌, କଡ଼ା ଟକ୍କର ସତ୍ତ୍ୱେ କଂଗ୍ରେସ ପରାସ୍ତ

ନୂଆଦିଲ୍ଲୀ: ସମ୍ମାନଜନକ ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼େଇରେ ବିଜେପି ବାଜି ମାରିଛି । ପୁଣିଥରେ ବିଜେପି ସରକାର ଉପରେ ଆସ୍ଥା ପ୍ରକଟ କରିଛନ୍ତି ଗୁଜରାଟ ଜନତା।  କାମ ଦେଇଛି ମୋଦି ମ୍ୟାଜିକ।  ଲଗାତାର ଷଷ୍ଠ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବ ବିଜେପି।  ସେପଟେ ଆସନ ସଂଖ୍ୟା ବଢ଼ିଥିଲେ ବି ପୁଣିଥରେ ଚିତପଟାଙ୍ଗ ହୋଇଛି କଂଗ୍ରେସ।  ନୋଟ୍ ବନ୍ଦୀ, ଜିଏସଟି ଓ ୩ ଯୁବନେତାଙ୍କୁ ନେଇ ବିଜେପି ବିରୋଧରେ ଜୋରସୋର ପ୍ରଚାର କରିଥିବା ରାହୁଲ ଗାନ୍ଧିଙ୍କ ରଣନୀତି […]

modi-45

modi-45

Rakesh Mallick
  • Published: Monday, 18 December 2017
  • Updated: 19 December 2017, 10:42 AM IST

Sports

Latest News

ନୂଆଦିଲ୍ଲୀ: ସମ୍ମାନଜନକ ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼େଇରେ ବିଜେପି ବାଜି ମାରିଛି । ପୁଣିଥରେ ବିଜେପି ସରକାର ଉପରେ ଆସ୍ଥା ପ୍ରକଟ କରିଛନ୍ତି ଗୁଜରାଟ ଜନତା।  କାମ ଦେଇଛି ମୋଦି ମ୍ୟାଜିକ।  ଲଗାତାର ଷଷ୍ଠ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବ ବିଜେପି।  ସେପଟେ ଆସନ ସଂଖ୍ୟା ବଢ଼ିଥିଲେ ବି ପୁଣିଥରେ ଚିତପଟାଙ୍ଗ ହୋଇଛି କଂଗ୍ରେସ।  ନୋଟ୍ ବନ୍ଦୀ, ଜିଏସଟି ଓ ୩ ଯୁବନେତାଙ୍କୁ ନେଇ ବିଜେପି ବିରୋଧରେ ଜୋରସୋର ପ୍ରଚାର କରିଥିବା ରାହୁଲ ଗାନ୍ଧିଙ୍କ ରଣନୀତି ଫେଲ୍ ମାରିଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ବିଜୟ ଦଳର ମନୋବଳକୁ ବେଶ୍ ଦୃଢ଼ କରିଛି।  ଗୁଜରାଟରେ ୧୮୨ ସିଟ୍‌ରୁ ବିଜେପିକୁ ୯୯ କଂଗ୍ରେସ ୭୯ ଏବଂ ଅନ୍ୟାନ୍ୟ ୪ଟି ଆସନ ପାଇଛନ୍ତି। ଗତ ୨୦୧୨ ନିର୍ବାଚନରେ ବିଜେପି ୧୧୬ ସିଟ୍‌ ପାଇଥିବା ବେଳେ କଂଗ୍ରେସ ୬୦ଟି ସିଟ୍‌ ପାଇଥିଲା।  ବିଜୟ ପରେ  ବିଜେପି ପକ୍ଷରୁ ବାଣ ଫୁଟାଇ ଖୁସି ମନାଯାଇଛି।

ସେଲିବ୍ରେଶନ ମୁଡରେ ବିଜେପି।  ସମ୍ମାନଜନକ ଯୁଦ୍ଧରେ ବାଜି ମାରିଛି ଦଳ।  ଏକକ ସଂଖ୍ୟାଗରିଷ୍ଠ ସହ ଗୁଜରାଟରେ ପୁଣିଥରେ କ୍ଷମତା ବଜାୟ ରଖିଛି ବିଜେପି । ଲଗାତାର ଷଷ୍ଠ ଥର ପାଇଁ ସରକାର ଗଢ଼ିବାରେ ସଫଳ ହୋଇଛି।  ରାଜ୍ୟରେ ମୋଦି ମ୍ୟାଜିକ ଯେ ବଜାୟ ରହିଛି ତାହା ପୁଣିଥରେ ପ୍ରମାଣିତ ହୋଇଛି । ସବୁ ପ୍ରମୁଖ ଆସନରୁ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ପଶ୍ଚିମ ରାଜକୋଟ ଆସନରୁ ଓ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ପଶ୍ଚିମ ମେହସାନାରୁ ବିଜୟୀ ହୋଇଛନ୍ତି।  କୌଣସି ଜାତି କିମ୍ବା ଧର୍ମ ଆଧାରରେ ନୁହେଁ କେବଳ ବିକାଶ ଏଜେଣ୍ଡା ହିଁ ଦଳ ବିଜୟର ପ୍ରମୁଖ କାରଣ ବୋଲି କହିଛନ୍ତି ଦଳୀୟ ନେତା ଓ ମନ୍ତ୍ରୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos