ଗୁଜରାଟରେ ପ୍ରବଳ ବର୍ଷା, ୪୫ ଲୋକଙ୍କ ମୃତ୍ୟୁ

ଅହମ୍ମଦାବାଦ: ପ୍ରବଳ ବର୍ଷା ଯୋଗୁଁ ଗୁଜୁରାଟରେ ପ୍ରାୟ ୪୫ ଲୋକଙ୍କ ମୃତ୍ୟୁ ଘଟିଛି । ସୌରାଷ୍ଟ୍ର କ୍ଷେତ୍ରରେ ପ୍ରବଳ ବର୍ଷା ହେବା ଦ୍ୱାରା ସୋମନାଥ, ଅମରେଲୀ, ଭାବନଗର, ରାଜକୋଟ ଓ ଅହମ୍ମଦାବାଦ ଜିଲ୍ଲାରେ ପ୍ରଭାବିତ ହୋଇଛି। ଏନଡିଆରଏଫ୍, ବାୟୁ ସେନା ଓ ଏସଆରପି ଦଳ ବନ୍ୟାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି । ନଦୀରେ ବନ୍ୟା ଆସିବା ଯୋଗୁଁ ବହୁ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଏହାସହ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି । […]

-rain

Rakesh Mallick
  • Published: Thursday, 25 June 2015
  • , Updated: 25 June 2015, 07:39 AM IST

ଅହମ୍ମଦାବାଦ: ପ୍ରବଳ ବର୍ଷା ଯୋଗୁଁ ଗୁଜୁରାଟରେ ପ୍ରାୟ ୪୫ ଲୋକଙ୍କ ମୃତ୍ୟୁ ଘଟିଛି । ସୌରାଷ୍ଟ୍ର କ୍ଷେତ୍ରରେ ପ୍ରବଳ ବର୍ଷା ହେବା ଦ୍ୱାରା ସୋମନାଥ, ଅମରେଲୀ, ଭାବନଗର, ରାଜକୋଟ ଓ ଅହମ୍ମଦାବାଦ ଜିଲ୍ଲାରେ ପ୍ରଭାବିତ ହୋଇଛି। ଏନଡିଆରଏଫ୍, ବାୟୁ ସେନା ଓ ଏସଆରପି ଦଳ ବନ୍ୟାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି । ନଦୀରେ ବନ୍ୟା ଆସିବା ଯୋଗୁଁ ବହୁ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଏହାସହ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି । ଭାରତୀୟ ତଟରକ୍ଷା ବାହୀନି ଓ ବାୟୁ ସେନାର ଯବାନମାନେ ଏମବି କୋଷ୍ଟଲ ପ୍ରାଇଡ ଜାହାଜର ଚାଳକ ଦଳର ୧୪ ଜଣ ସଦସ୍ୟଙ୍କୁ ଉଦ୍ଧାର କରିଛନ୍ତି । ଏହି ଜାହଜ ଅମରାଗାଁ ନିକଟରେ ଥିବା ସମୁଦ୍ରରେ ବୁଡି ଯାଇଥିଲା ।

ଅମରେଲି ଜିଲ୍ଳାରେ ପ୍ରାୟ ୨୩ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୁରାଟ ଜିଲ୍ଲାପାଳ ରାଜେନ୍ଦ୍ର ପ୍ରସାଦଙ୍କ କହିବା ଅନୁସାରେ ଏଠାରେ ୧୦୦ ମି.ମି.ରୁ ଅଧିକ ବର୍ଷା ରେକର୍ଟ କରାଯାଇଛି । ରାଜ୍ୟ ନିୟନ୍ତ୍ରଣ କକ୍ଷ ରିପୋର୍ଟ ଅନୁସାରେ ଅମରେଲିରେ ପ୍ରାୟ ୧୫୦୦, ରାଜକୋର୍ଟରେ ୪୧୨୧ ଓ ଭାବନାଗରରେ ୧୦୦ ଲୋକଙ୍କୁ ତଳିଆ ଅଞ୍ଚଳରୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Related story