ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଲଢ଼େଇର ନୂଆ ମୁହଁ ଗୁଲାଲାଇ ଇସ୍‌ମାଇଲ୍‌

ନ୍ୟୁୟର୍କ: ପାକିସ୍ତାନରେ ସଂଖ୍ୟାଲଘୁଙ୍କ ମାନବାଧିକାରର ଲଢ଼େଇର ନୂଆମୁହଁ ପାଲଟିଛନ୍ତି ଗୁଲାଲାଇ ଇସ୍‌ମାଇଲ୍‌। ସେ ଏହି ଲଢ଼େଇ ପାଇଁ ସ୍ୱଦେଶ ଛାଡ଼ି ଆମେରିକାରେ ରାଜନୀତିକ ଶରଣ ନେଇଛନ୍ତି। ଇସ୍‌ଲାମିକ୍‌ ରାଷ୍ଟ୍ରରେ ହୀନସ୍ତାର ଶିକାର ହେଉଥିବା ସଂଖ୍ୟାଲଘୁଙ୍କ ପାଇଁ ଆଶାର ଦୀପ ପାଲଟିଥିବା ଇସ୍‌ମାଇଲ୍‌ଙ୍କୁ ଗତ ଶୁକ୍ରବାର ନ୍ୟୁୟର୍କ ରାସ୍ତାରେ ଦେଖିବାକୁ ମିଳିଥିଲା। ସଂଖ୍ୟାଲଘୁ କିଭଳି ଭାବେ ଦଶନ୍ଧି ଦଶନ୍ଧି ଧରି କଷ୍ଟ ସହି ଆସୁଛନ୍ତି ସେ ସାରା ଦୁନିଆକୁ ଏହି ବିଷୟରେ ବଖାଣିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ […]

ismail

Subrat Kumar Nayak
  • Published: Saturday, 28 September 2019
  • , Updated: 28 September 2019, 04:43 PM IST

ନ୍ୟୁୟର୍କ: ପାକିସ୍ତାନରେ ସଂଖ୍ୟାଲଘୁଙ୍କ ମାନବାଧିକାରର ଲଢ଼େଇର ନୂଆମୁହଁ ପାଲଟିଛନ୍ତି ଗୁଲାଲାଇ ଇସ୍‌ମାଇଲ୍‌। ସେ ଏହି ଲଢ଼େଇ ପାଇଁ ସ୍ୱଦେଶ ଛାଡ଼ି ଆମେରିକାରେ ରାଜନୀତିକ ଶରଣ ନେଇଛନ୍ତି। ଇସ୍‌ଲାମିକ୍‌ ରାଷ୍ଟ୍ରରେ ହୀନସ୍ତାର ଶିକାର ହେଉଥିବା ସଂଖ୍ୟାଲଘୁଙ୍କ ପାଇଁ ଆଶାର ଦୀପ ପାଲଟିଥିବା ଇସ୍‌ମାଇଲ୍‌ଙ୍କୁ ଗତ ଶୁକ୍ରବାର ନ୍ୟୁୟର୍କ ରାସ୍ତାରେ ଦେଖିବାକୁ ମିଳିଥିଲା। ସଂଖ୍ୟାଲଘୁ କିଭଳି ଭାବେ ଦଶନ୍ଧି ଦଶନ୍ଧି ଧରି କଷ୍ଟ ସହି ଆସୁଛନ୍ତି ସେ ସାରା ଦୁନିଆକୁ ଏହି ବିଷୟରେ ବଖାଣିଥିଲେ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅଭିଭାଷଣ ରଖିବା ସମୟରେ ଜାତିସଂଘ କାର୍ଯ୍ୟାଳୟ ବାହାରେ ଗୁଲାଲାଇଙ୍କ ସହ ମୁହାଜିର, ପାସ୍ତୁନ୍‌, ବଲୋଚି, ସିନ୍ଧି ଏବଂ ଅନ୍ୟ ବେଶ୍‌ କିଛି ସଂଖ୍ୟାଲଘୁ ଯୋଗ ଦେଇଥିଲେ। ଏହି ଅବସରରେ ଗୁଲାଲାଇ ଇସ୍‌ମାଇଲ୍‌ କହିଛନ୍ତି, ଆମର ଦାବି ହେଉଛି ପାକିସ୍ତାନୀ ସେନାର ଅତ୍ୟାଚାର ତୁରନ୍ତ ବନ୍ଦ ହେଉ। ସେମାନେ ଯନ୍ତ୍ରଣାରେ ବନ୍ଦୀଜୀବନ କାଳାତିପାତ କରୁଥିବା ଲୋକଙ୍କୁ ଛାଡ଼ିଦିଅନ୍ତୁ। ଖାଇବର ପଖ୍‌ତୁନ୍‌ଖ୍ୱାରେ ଏହି ଲୋକମାନଙ୍କୁ ଅଟକ ରଖାଯାଇଛି।

ଇସ୍‌ମାଇଲ୍‌ ପାକିସ୍ତାନରୁ ଲୁଚି ପଳାଇ ଆସିବାରେ ସହୟତା କରିଥିବା ତାଙ୍କ ପରିବାର ଏବଂ ‘ଅଣ୍ଡରଗ୍ରାଉଣ୍ଡ ନେଟ୍‌ୱର୍କ’ ପାଇଁ ଚିନ୍ତିତ ଥିବା କହିଛନ୍ତି। ସେ ତାଙ୍କ ବାପା ମା ଏବଂ ଗୋପନୀୟ ଭାବେ ତାଙ୍କୁ ସୁରକ୍ଷା ଦେଇଥିବା ଅଣ୍ଡରଗ୍ରାଉଣ୍ଡ ଲୋକଙ୍କ ବାବଦରେ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, “ପାକିସ୍ତାନ ସରକାର ମୋତେ ହଇରାଣ କରିବା ପାଇଁ ସମସ୍ତ ଉପାୟ ପ୍ରୟୋଗ କରିଛନ୍ତି। ମୋ ପରିବାର ମୋତେ ବିରୋଧ କରିବା ପାଇଁ ସରକାର ମୋ ପରିବାର ଉପରେ ମଧ୍ୟ ଚାପ ପକାଇଥିଲେ। କିନ୍ତୁ ଏତେସବୁ ପରେ ମଧ୍ୟ ମୋ ପରିବାର ଲୋକେ ମୋତେ ସମର୍ଥନ ଦେଇଛନ୍ତି। ମୋତେ ହଇରାଣ କରିବା ପାଇଁ ମୋ ବାପା ମା’ଙ୍କ ନାମରେ ମିଛ ମାମଲା ରୁଜୁ କରିଛନ୍ତି।”

ଗତ କିଛି ଦିନ ତଳେ ହିଁ ମଶାଲ ରେଡିଓର ବଶିର ଅହମ୍ମଦ ଗ୍ୱାଖ୍‌ଙ୍କ ସହ ଏକ ସାକ୍ଷାତକାରରେ ସେ କହିଥିଲେ, ସେ ପ୍ରାୟ ୬ ମାସ ଧରି ପାକିସ୍ତାନରେ ଲୁଚିଥିଲେ। ଏହାପରେ ସେ ସାଙ୍ଗମାନଙ୍କ ସହାୟତାରେ ଶ୍ରୀଲଙ୍କା ଚାଲିଯାଇଥିଲେ। ସେଠାରୁ ଇସ୍‌ମାଇଲ ଆମେରିକା ଚାଲିଯାଇଥିଲା। ସେ ପାକିସ୍ତାନରେ ଥିବା ସମୟରେ ପାକିସ୍ତାନ ସେନାଙ୍କ ଦ୍ୱାରା ମହିଳାଙ୍କ ଉପରେ ଯୌନଶୋଷଣ ଭଳି ସଙ୍ଗିନ୍‌ ଅଭିଯୋଗ ଆଣିଥିଲେ। ଏହାପରେ ତାଙ୍କୁ ଟାର୍ଗେଟ୍‌ କରାଯିବା ଆରମ୍ଭ ହୋଇଥିଲା।

ଇସ୍‌ମାଇଲ୍‌ ମଶାଲ ରେଡିଓକୁ ଆହୁରି ମଧ୍ୟ କହିଛନ୍ତି, ପାକିସ୍ତାନ ଭାବୁଛି ମୋତେ ଏବଂ ମୋ ପରିବାର ଲୋକଙ୍କୁ ଆମେରିକା ଛାଡ଼ିବାକୁ ସ୍ଥାନୀୟ ସରକାର ବାଧ୍ୟ କରିବେ। କିନ୍ତୁ, ମୁଁ ଆମେରିକାରେ ସଂଘର୍ଷ ଜାରି ରଖିବି।

Related story