ଗୁଲବର୍ଗ ଗଣହତ୍ୟା ମାମଲା: ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ

ଅହମଦାବାଦ: ବହୁଚର୍ଚ୍ଚିତ ୨୦୦୨ ଅହମଦାବାଦର ଗୁଲବର୍ଗ ସୋସାଇଟି ଗଣହତ୍ୟା ମାମଲାରେ ଆଜି ଅହମଦାବାଦର ସ୍ୱତନ୍ତ୍ର କୋର୍ଟ ଦଣ୍ଡବିଧାନ ଶୁଣାଇଛନ୍ତି। ଏହି ଘଟଣାରେ କୋର୍ଟ ୧୧ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇ ଥିବାବେଳେ ୧୨ ଜଣଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ  ଦେଇଛନ୍ତି। ଅନ୍ୟ ଜଣେ  ଦୋଷୀକୁ ୧୦ ବର୍ଷ  ଜେଲ ଦଣ୍ଡ ଦେଇଛନ୍ତି କୋର୍ଟ। ଗତ ୨ ତାରିଖରେ ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ୨୪ ଜଣଙ୍କୁ ଦୋଷୀ  ସାବ୍ୟସ୍ତ କରିଥିଲେ। ସେମାନଙ୍କ ମଧ୍ୟରୁ ୧୧ […]

zakiya

Rakesh Mallick
  • Published: Friday, 17 June 2016
  • , Updated: 17 June 2016, 03:36 PM IST

ଅହମଦାବାଦ: ବହୁଚର୍ଚ୍ଚିତ ୨୦୦୨ ଅହମଦାବାଦର ଗୁଲବର୍ଗ ସୋସାଇଟି ଗଣହତ୍ୟା ମାମଲାରେ ଆଜି ଅହମଦାବାଦର ସ୍ୱତନ୍ତ୍ର କୋର୍ଟ ଦଣ୍ଡବିଧାନ ଶୁଣାଇଛନ୍ତି। ଏହି ଘଟଣାରେ କୋର୍ଟ ୧୧ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇ ଥିବାବେଳେ ୧୨ ଜଣଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ  ଦେଇଛନ୍ତି। ଅନ୍ୟ ଜଣେ  ଦୋଷୀକୁ ୧୦ ବର୍ଷ  ଜେଲ ଦଣ୍ଡ ଦେଇଛନ୍ତି କୋର୍ଟ।

ଗତ ୨ ତାରିଖରେ ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ୨୪ ଜଣଙ୍କୁ ଦୋଷୀ  ସାବ୍ୟସ୍ତ କରିଥିଲେ। ସେମାନଙ୍କ ମଧ୍ୟରୁ ୧୧ ଜଣ  ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଗୁଜରାଟ ଦଙ୍ଗା  ସମୟରେ  ୨୦ ହଜାରରୁ ଅଧିକ ଲୋକ ସଂଘବଦ୍ଧ ଭାବେ ଗୁଲବର୍ଗ ସୋସାଇଟିରେ  ରହୁଥିବା  ଲୋକଙ୍କ ଉପରେ  ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ କଂଗ୍ରେସ ସାଂସଦ ଏହସାନ୍ ଜାଫ୍ରୀଙ୍କ ସମେତ ୬୯ ଜଣ ପ୍ରାଣ ହରାଇଥିଲେ।

Related story