ମସଜିଦ୍‌ରେ ଚାଲିଲା ଗୁଳି, ୧୫ ମୃତ

ୱାଶିଂଟନ୍‌: ବୁକ୍ରିନା ଫାସୋର ଏକ ମସିଜିଦ୍‌ରେ ପ୍ରାର୍ଥନା ଚାଲିଥିବା ବଳେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଶୁକ୍ରବାର ସନ୍ଧ୍ୟା ପ୍ରାର୍ଥନା ପାଇଁ ମସଜିଦ୍‌ରେ ପ୍ରବଳ ଭିଡ଼ ଜମିଥିବା ବେଳେ ଏଭଳି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। କେଉଁ ସଂଗଠନ ଏହି ମସଜିଦ୍‌ ହମ୍‌ଲାରେ ସାମିଲ ଅଛି, ତାହା ଏଯାଏ ଜଣାପଡ଼ିନାହିଁ। ତେବେ ବୁକ୍ରିନା ଫାସୋରେ ଇସ୍‌ଲାମିକ ଷ୍ଟେଟ୍‌ର ଆତଙ୍କବାଦୀମାନେ ସକ୍ରିୟ ଥିବାରୁ, ଏହା ପଛରେ […]

v

Hemant Lenka
  • Published: Saturday, 12 October 2019
  • , Updated: 12 October 2019, 10:29 PM IST

ୱାଶିଂଟନ୍‌: ବୁକ୍ରିନା ଫାସୋର ଏକ ମସିଜିଦ୍‌ରେ ପ୍ରାର୍ଥନା ଚାଲିଥିବା ବଳେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି।

ଶୁକ୍ରବାର ସନ୍ଧ୍ୟା ପ୍ରାର୍ଥନା ପାଇଁ ମସଜିଦ୍‌ରେ ପ୍ରବଳ ଭିଡ଼ ଜମିଥିବା ବେଳେ ଏଭଳି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। କେଉଁ ସଂଗଠନ ଏହି ମସଜିଦ୍‌ ହମ୍‌ଲାରେ ସାମିଲ ଅଛି, ତାହା ଏଯାଏ ଜଣାପଡ଼ିନାହିଁ। ତେବେ ବୁକ୍ରିନା ଫାସୋରେ ଇସ୍‌ଲାମିକ ଷ୍ଟେଟ୍‌ର ଆତଙ୍କବାଦୀମାନେ ସକ୍ରିୟ ଥିବାରୁ, ଏହା ପଛରେ ସେମାନଙ୍କ ହାତ ଥିବା ସନ୍ଦେହ କରାଯାଉଛି।

ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତେବେ ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

Related story