ୱାଶିଂଟନ: ଆମେରିକାରେ ରହିଛନ୍ତି ଚୀନ ସରକାରଙ୍କର ଗୁପ୍ତ ଏଜେଣ୍ଟ। ଏମାନଙ୍କୁ ଖୋଦ ଚୀନ ସରକାର ନିଯୁକ୍ତି କରିଛନ୍ତି। ଏମାନେ ଆମେରିକାରେ ଗୁପ୍ତ ଭାବେ କାର୍ଯ୍ୟ କରୁଛନ୍ତି। ଏହା ଜଣାପଡିବା ପରେ ଚୀନକୁ ଚେତାବନୀ ଦେଇଛି ଆମେରିକା। ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ଚୀନ ସରକାରଙ୍କୁ ଆମେରିକା ପକ୍ଷରୁ ସ୍ପଷ୍ଟ ବାର୍ତ୍ତା ପଠାଇ ଦିଆଯାଇଛି। ଏଭଳି ଏକ ସମୟରେ ଏହି ଘଟଣା ସାମ୍ନାକୁ ଆସିଛି ଯେତେବେଳେ କି ଏକାଧିକ ପ୍ରସଙ୍ଗରେ ୱାଶିଂଟନ ଓ ବେଜିଂ ମଧ୍ୟରେ ଟଣାଓଟରା ଚାଲିଛି।
ଆମେରିକାରେ ଗୁପ୍ତ ଭାବେ କାର୍ଯ୍ୟକରୁଥିବା ଏହି ଏଜେଣ୍ଟମାନେ ସାଧାରଣତଃ ଦୁର୍ନୀତି ଅଭିଯୁକ୍ତ ହେବା ପରେ ଚୀନରୁ ଫେରାର ଥିବା ବ୍ୟକ୍ତିମାନଙ୍କୁ ସ୍ୱଦେଶକୁ ଫେରିଯିବାକୁ ପ୍ରବର୍ତ୍ତାଇ ଥାଆନ୍ତି। କେବଳ ଦୁର୍ନୀତି ଅଭିଯୁକ୍ତ ନୁହଁନ୍ତି, ଅନ୍ୟାନ୍ୟ ମାମଲାରେ ଫଶି ଦେଶ ଛାଡିଥିବା ଲୋକମାନଙ୍କୁ ଚୀନ ସରକାର ଏମିତି ଗୁପ୍ତ ଏଜେଣ୍ଟ ପଠାଇ ଚାପ ପ୍ରୟୋଗ କରି ଥାଆନ୍ତି। ଆମେରିକା ସମେତ ସାରା ବିଶ୍ୱରେ ଏମିତି କାର୍ଯ୍ୟ କରିଥାଆନ୍ତି ଚୀନ ସରକାର। ଆଉ ସାରା ବିଶ୍ୱରେ ଚାଲିଥିବା ଏହି ଅପରେସନର ନାମ ରଖାଯାଇଛି ‘ଅପରେସନ୍ ଫକ୍ସ ହଣ୍ଟ’।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।