ରାମେଶ୍ୱରମରେ ପହଞ୍ଚିଲା କଲାମଙ୍କ ପାର୍ଥିବ ଶରୀର, ଗୁରୁବାର ଶେଷକୃତ୍ୟ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଶେଷକୃତ୍ୟ ଆସନ୍ତାକାଲି ତାଙ୍କର ଜନ୍ମମାଟି ତାମିଲନାଡୁର ରାମେଶ୍ୱରମରେ ସଂପନ୍ନ କରାଯିବ। ସକାଳ ୧୧ଟା ବେଳେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଆଜି ତାଙ୍କ ପାର୍ଥିବ ଶରୀର ରାମେଶ୍ୱରମରେ ପହଞ୍ଚିଛି। ଆଜି ତାଙ୍କ ପାର୍ଥିବ ଶରୀରକୁ ନୂଆଦିଲ୍ଲୀରୁ ବିମାନ ଯୋଗେ ମଦୁରାଇ ଏବେ ସେଠାରୁ ହେଲିକପଟର ଯୋଗେ ରାମେଶ୍ୱରମକୁ ନିଆଯାଇଥିଲା। ଆସନ୍ତାକାଲି ଦିନ ୧୧ଟା ବେଳେ ତାଙ୍କ ଜନ୍ମସ୍ଥାନ ତାମିଲନାଡୁର ରାମେଶ୍ୱରମରେ ଶେଷକୃତ୍ୟ ସମ୍ପନ୍ନ ହେବ। । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ […]

apj

apj

Rakesh Mallick
  • Published: Wednesday, 29 July 2015
  • Updated: 29 July 2015, 09:59 AM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଶେଷକୃତ୍ୟ ଆସନ୍ତାକାଲି ତାଙ୍କର ଜନ୍ମମାଟି ତାମିଲନାଡୁର ରାମେଶ୍ୱରମରେ ସଂପନ୍ନ କରାଯିବ। ସକାଳ ୧୧ଟା ବେଳେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଆଜି ତାଙ୍କ ପାର୍ଥିବ ଶରୀର ରାମେଶ୍ୱରମରେ ପହଞ୍ଚିଛି। ଆଜି ତାଙ୍କ ପାର୍ଥିବ ଶରୀରକୁ ନୂଆଦିଲ୍ଲୀରୁ ବିମାନ ଯୋଗେ ମଦୁରାଇ ଏବେ ସେଠାରୁ ହେଲିକପଟର ଯୋଗେ ରାମେଶ୍ୱରମକୁ ନିଆଯାଇଥିଲା। ଆସନ୍ତାକାଲି ଦିନ ୧୧ଟା ବେଳେ ତାଙ୍କ ଜନ୍ମସ୍ଥାନ ତାମିଲନାଡୁର ରାମେଶ୍ୱରମରେ ଶେଷକୃତ୍ୟ ସମ୍ପନ୍ନ ହେବ। । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। କାଲାମଙ୍କ ଅନ୍ତେଷ୍ଟିକ୍ରିୟାରେ ବହୁ ସଂଖ୍ୟାରେ ରାଜନେତା, ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଲୋକ ସାମିଲ ହେବା ନେଇ ସ୍ଥାନୀୟ ପ୍ରଶାସନ ଆଶା ରଖିଛି। ସେପଟେ ଏପିଜେ ଅବଦୁଲ କଲାମଙ୍କ ରାମେଶ୍ୱରମସ୍ଥିତ ବାସଭବନରେ ବହୁସଂଖ୍ୟାରେ ବନ୍ଧୁ, ପରିଜନ, ଶୁଭଚିନ୍ତକଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଭିଡ଼ ଲାଗି ରହିଛି। ସୋମବାର ସିଲଙ୍ଗସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟର ଛାତ୍ରମାନଙ୍କୁ ଅଭିଭାଷଣ ପ୍ରଦାନ କରିବାକୁ ଯାଇଥିବା ସମୟରେ ହୃଦଘାତରେ କଲାମଙ୍କ ପରଲୋକ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos