ମନ୍ଦିର ଖୋଲିବା ନେଇ ସରକାରକୁ ଘେରିଲେ ମହାରାଷ୍ଟ୍ର ରାଜ୍ୟପାଳ ଓ ବିଜେପି

ମୁମ୍ୱାଇ: ଧର୍ମାନୁଷ୍ଠାନ ବା ମନ୍ଦିର ଖୋଲିବା ନେଇ ବିରୋଧୀ ଏବଂ ରାଜ୍ୟପାଳ ଏକ ହୋଇଥିବା ବେଳେ ଶାସକ ଦଳ ଓଲଟା ଯୁକ୍ତି ରଖିଛି। ମଙ୍ଗଳବାର ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାରାଷ୍ଟ୍ର ସରକାର ବିରୋଧରେ ବିଜେପି ନାରାବାଜି କରିବା ଆରମ୍ଭ କରିଛି। କରୋନା ଭାଇରସ୍ ପାଇଁ ଲକଡାଉନ୍ ହେବା ପାଖରୁ ରାଜ୍ୟରେ ପୂଜାପାଠ, ମନ୍ଦିର ଆଦି ବନ୍ଦ ରହିଛି। ହେଲେ କେନ୍ଦ୍ର ସରକାର କିନ୍ତୁ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି। ବିଜେପି […]

temple-protest-maha

Subhransu Sekhar
  • Published: Tuesday, 13 October 2020
  • , Updated: 13 October 2020, 02:56 PM IST

ମୁମ୍ୱାଇ: ଧର୍ମାନୁଷ୍ଠାନ ବା ମନ୍ଦିର ଖୋଲିବା ନେଇ ବିରୋଧୀ ଏବଂ ରାଜ୍ୟପାଳ ଏକ ହୋଇଥିବା ବେଳେ ଶାସକ ଦଳ ଓଲଟା ଯୁକ୍ତି ରଖିଛି। ମଙ୍ଗଳବାର ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାରାଷ୍ଟ୍ର ସରକାର ବିରୋଧରେ ବିଜେପି ନାରାବାଜି କରିବା ଆରମ୍ଭ କରିଛି। କରୋନା ଭାଇରସ୍ ପାଇଁ ଲକଡାଉନ୍ ହେବା ପାଖରୁ ରାଜ୍ୟରେ ପୂଜାପାଠ, ମନ୍ଦିର ଆଦି ବନ୍ଦ ରହିଛି। ହେଲେ କେନ୍ଦ୍ର ସରକାର କିନ୍ତୁ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି।

ବିଜେପି ଆଜି ମହାରାଷ୍ଟ୍ରର ଅନେକ ପୂଜାପାଠ ସ୍ଥାନ ମୁମ୍ବାଇର ସିଦ୍ଧବିନାୟକ ମନ୍ଦିର ଏବଂ ଶିରିଡି ସାଇ ବାବା ମନ୍ଦିର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏଥିସହ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖି କୋଭିଡ୍-୧୯ ସତର୍କତା ପାଳନ କରିବା ସହିତ ପୂଜାପାଠ ସ୍ଥାନ ଖୋଲିବାକୁ ପରାମର୍ଶ ଦେଇଛନ୍ତି।

ରାଜ୍ୟପାଳ ଭଗତ ସିଂ କୋଶିଆରୀ ଚିଠିରେ ଉଦ୍ଧବ ଠାକରେଙ୍କୁ ଲେଖିଛନ୍ତି, ପୂଜାପାଠ ସ୍ଥାନ ସ୍ଥଗିତ ରଖିବା ପାଇଁ ଆପଣ କୌଣସି ଈଶ୍ୱରୀୟ ଉପଦେଶ ଗ୍ରହଣ କରୁଛନ୍ତି ନା ଆପଣ ହଠାତ୍ ନିଜକୁ 'ଧର୍ମନିରପେକ୍ଷ' ବୋଲି ସାବ୍ୟସ୍ତ କରୁଛନ୍ତି, ଯାହା ଆପଣ ସଦାବେଳେ ଘୃଣା କରୁଛନ୍ତି?

https://twitter.com/ANI/status/1315915766017843200

ବିଜେପି ନେତା ପ୍ରବୀଣ ଦାରେକର କହିଛନ୍ତି ଯେ ମଦ ଦୋକାନ ଏବଂ ପାର୍ଲର ଖୋଲା ଯାଉଛି କିନ୍ତୁ ଯେଉଁମାନେ ମାନସିକ ଶାନ୍ତି ପାଇଁ ମନ୍ଦିର ପରିଦର୍ଶନ କରିବାକୁ ଚାହୁଁଛନ୍ତି ସେମାନଙ୍କ ବିଷୟରେ କିଏ ଚିନ୍ତା କରିବ? ଛୋଟ ବ୍ୟବସାୟୀଙ୍କ ବିଷୟରେ ସରକାର ଚିନ୍ତା କରୁ ନାହାଁନ୍ତି ଯାହାର ଜୀବିକା ମନ୍ଦିର ଉପରେ ନିର୍ଭର କରେ ବୋଲି ବିଜେପି ନେତା କହିଛନ୍ତି।

ବିଜେପି ନେତା ପ୍ରସାଦ ଲାଦ କହିଛନ୍ତି ଯେ ସିଦ୍ଧି ବିନାୟକ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉ। ଯଦି ସେମାନେ ଆମକୁ ପ୍ରବେଶ କରିବାକୁ ନ ଦିଅନ୍ତି, ତେବେ ଆମେ ମନ୍ଦିରକୁ ଯିବାକୁ ବାଧ୍ୟ କରିବୁ। ରାଜ୍ୟର ସମସ୍ତ ମନ୍ଦିର ଯଥାଶୀଘ୍ର ଖୋଲାଯାଉ ବୋଲି ବିଜେପି ନେତା କହିଛନ୍ତି।

ଅନ୍ୟପଟେ ରାଜ୍ୟପାଳଙ୍କ ଚିଠିକୁ ଜବାବ ଦେଇ ଉଦ୍ଧବ କହିଛନ୍ତି ଯେ “ହିନ୍ଦୁତ୍ୱ ଦେଖେଇ ହେବାର ବା ପରିଚୟ ଦେବାର ଆବଶ୍ୟକତା ନାହିଁ”। ଲକଡାଉନ୍ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିବା ଠିକ୍ ହେବନି। ମୁଁ ହିନ୍ଦୁତ୍ୱକୁ ଅନୁସରଣ କରେ। ମୋର ହିନ୍ଦୁତ୍ୱକୁ ନେଇ ଅନ୍ୟର ସାର୍ଟିଫିକେଟ ଆବଶ୍ୟକତା ନାହିଁ ବୋଲି ଉଦ୍ଧବ ରାଜ୍ୟପାଳଙ୍କୁ ଦେଇଥିବା ଉତ୍ତରରେ କହିଛନ୍ତି।

Related story