ପୋଲିସକୁ ସହଯୋଗ କରୁ ନାହାନ୍ତି ହନିପ୍ରୀତ

ଚଣ୍ଡିଗଡ଼: ରାମ ରହିମଙ୍କ ପୋଷ୍ୟ କନ୍ୟା ହନିପ୍ରୀତ ଗିରଫ  ହେବା ପରେ ପୋଲିସ ତାଙ୍କୁ ବିଭିନ୍ନ ପ୍ରସଙ୍ଗ ଉପରେ ପଚରାଉଚରା କରୁଛି। ହେଲେ ହନିପ୍ରୀତ କୌଣସି ସହଯୋଗ କରୁନଥିବା ହରିୟାଣା ପୋଲିସ କହିଛି। ତାଙ୍କୁ ପଚରା ଯାଉଥିବା ପ୍ରଶ୍ନର ସେ ଉତ୍ତର ଦେଉ ନାହାଁନ୍ତି। ଯଦି ସେ ପୋଲିସକୁ କୌଣସି ସହଯୋଗ ନ କରନ୍ତି  ତାଙ୍କ ରିମାଣ୍ଡ ଅବଧି ବଢ଼ାଇବାକୁ କୋର୍ଟରେ ଅପିଲ କରାଯିବ। ଏହାସହିତ ଆବଶ୍ୟକ ପଡ଼ିଲେ ତାଙ୍କର ନାର୍କୋ ଟେଷ୍ଟ ମଧ୍ୟ କରାଯିବ ବୋଲି […]

honey

honey

Rakesh Mallick
  • Published: Friday, 06 October 2017
  • Updated: 06 October 2017, 11:56 AM IST

Sports

Latest News

ଚଣ୍ଡିଗଡ଼: ରାମ ରହିମଙ୍କ ପୋଷ୍ୟ କନ୍ୟା ହନିପ୍ରୀତ ଗିରଫ  ହେବା ପରେ ପୋଲିସ ତାଙ୍କୁ ବିଭିନ୍ନ ପ୍ରସଙ୍ଗ ଉପରେ ପଚରାଉଚରା କରୁଛି। ହେଲେ ହନିପ୍ରୀତ କୌଣସି ସହଯୋଗ କରୁନଥିବା ହରିୟାଣା ପୋଲିସ କହିଛି। ତାଙ୍କୁ ପଚରା ଯାଉଥିବା ପ୍ରଶ୍ନର ସେ ଉତ୍ତର ଦେଉ ନାହାଁନ୍ତି। ଯଦି ସେ ପୋଲିସକୁ କୌଣସି ସହଯୋଗ ନ କରନ୍ତି  ତାଙ୍କ ରିମାଣ୍ଡ ଅବଧି ବଢ଼ାଇବାକୁ କୋର୍ଟରେ ଅପିଲ କରାଯିବ। ଏହାସହିତ ଆବଶ୍ୟକ ପଡ଼ିଲେ ତାଙ୍କର ନାର୍କୋ ଟେଷ୍ଟ ମଧ୍ୟ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ହରିୟାଣା ପୋଲିସକୁ ଏକ ହାର୍ଡ ଡିସ୍କ ମିଳିଛି। ଏଥିରେ ଗୁରୁମିତ୍ ରାମ ରହିମଙ୍କ ୭୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି  ଓ  ତାଙ୍କ ବ୍ୟବସାୟ ସମ୍ପର୍କରେ  ତଥ୍ୟ ଥିବା ଜଣାପଡ଼ିଛି। ଏହି ହାର୍ଡ ଡିସ୍କକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କୁ ଦିଆଯିବ। ଡେରା ସଚ୍ଚା ସୌଦାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ ସମୟରେ ଏହି ହାର୍ଡ ଡିସ୍କକୁ  ଜବତ କରାଯାଇଥିଲା। ଏହି ଡିସ୍କକୁ  ନିଆଁରେ ଜଳାଇ ନଷ୍ଟ କରିବାକୁ ଚେଷ୍ଟା ମଧ୍ୟ କରାଯାଇଥିଲା।

ହନୀପ୍ରତି ଗିରଫ ହେବା ପରେ ଏସ୍‌ଆଇଟି  ଟିମ୍ ତାଙ୍କୁ ୪୦ଟି ପ୍ରଶ୍ନ ପଚାରିଥିଲା। ହେଲେ ସେ ୧୩ଟି ପ୍ରଶ୍ନର କୌଣସି ଉତ୍ତର ନଦେଇ ଚୁପ୍ ରହିଥିଲେ। ସେ ସବୁ ଉତ୍ତର ଗୋଳମାଳିଆ କରି ଦେଉଥିବା ପୋଲିସ କହିଛି।  ସୂଚନାଯୋଗ୍ୟ, ଗତ ୩ ତାରିଖରେ ହନୀପ୍ରତି ଗିରଫ ପରେ ଆଇଜି ମମତା ସିଂହ, ପଞ୍ଚକୁଲା ପୋଲିସ କମିଶନର ଏଏସ୍ ଚାୱଲା, ଡିସିପି ମନବୀର ସିଂହ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମଧ୍ୟ ତାଙ୍କୁ ପଚରାଉଚରା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos