ଅହମ୍ମଦାବାଦ: ପଟିଦାର ସମ୍ପ୍ରଦାୟକୁ ସଂରକ୍ଷଣ ଦାବିରେ ଆଜିଠାରୁ ହାର୍ଦ୍ଦିକ ପଟେଲ ଅନଶନରେ ବସିଛନ୍ତି। ସେ ନିଜ ଘରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଛନ୍ତି।
ହାର୍ଦ୍ଦିକଙ୍କୁ ସମର୍ଥନ କରି କଂଗ୍ରେସର ତିନି ଜଣ ପଟିଦାର ନେତା ତାଙ୍କ ଘରେ ଯାଇ ପହଞ୍ଚିଛନ୍ତି। ସେମାନେ ହେଲେ ଲଲିତ କଥଗରା, ଲଲିତ ବସୋୟା ଓ କରୀଟ ପଟେଲ।
ଅହମ୍ମଦାବାଦରେ ହାର୍ଦ୍ଦିକଙ୍କୁ ଅନଶନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ସରକାର ଅନୁମତି ଦେଇ ନଥିଲେ। ସେଥିପାଇଁ ସେ ନିଜ ଘରେ ଅନଶନରେ ବସିଛନ୍ତି।
ତାଙ୍କ ଘର ପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଏଥିସହ ଜୁନାଗଡ଼ ଜିଲ୍ଲାପାଳ ପୂରା ଜିଲ୍ଲାରେ ୧୪୪ ଧାରା ଜାରି କରିଛନ୍ତି। ରାସ୍ତା ଘାଟରେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଏହା ଉପରେ କଟକଣା ଜାରି କରାଯାଇଛି।
ସୂଚନାଯୋଗ୍ୟ, ୨୫ ଅଗଷ୍ଟଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିବା ପାଇଁ ହାର୍ଦ୍ଦିକ ପଟେଲ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁମତି ମାଗିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସେଲେବ୍ରିଟିମାନେ ଫ୍ୟାନ୍ମାନଙ୍କୁ ନିୟନ୍ତ୍ରଣରେ ରଖିବା ଦରକାର: ରେବନ୍ତ ରେଡ୍ଡୀ
ଅଲ୍ଲୁ ଅର୍ଜୁନଙ୍କ ବାପା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଭେଟିଛନ୍ତି। ତାଙ୍କ ସହ ଟଲିଉଡ ଇଣ୍ଡଷ୍ଟ୍ରିର ଅଧିକାଂଶ କଳାକାର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି।
National
ଅଳ୍ପକେ ବର୍ତ୍ତିଲେ ଶିଶୁ, ହେଲିକପ୍ଚର ରାଇଡ୍ ଚାଲିଥିବା ସମୟରେ ଖୋଲିଗଲା ଡୋର୍
ମେଳାରେ ଛୋଟ ପିଲାଙ୍କ ପାଇଁ ଉର୍ଦ୍ଧିଷ୍ଟ ଥିବା ହେଲିକପ୍ଚର ରାଇଡ ଚାଲିଥିବା ସମୟରେ ଖୋଲିଗଲା ଡୋର୍।
National
ନିର୍ବାଚନ ପୂର୍ବରୁ ଫାଟ, 'ଇଣ୍ଡି ବ୍ଲକ୍'ରୁ କଂଗ୍ରେସକୁ ଆଉଟ୍ କରିବାକୁ ଚାହୁଁଛି ଆପ୍
ଦିଲ୍ଲୀ ନିର୍ବଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଇଣ୍ଡିଆ ମେଣ୍ଟରୁ କଂଗ୍ରେସକୁ ବାହାର କରିବାକୁ ଚାହୁଁଛି। ଏଥିପାଇଁ ସେ ଅନ୍ୟ ଦଳ ସହ କଥା ହେବ।
National
୨୦୨୩-୨୪ ବର୍ଷରେ ବି ବିଜେପି ମାଲେମାଲ, ପାଇଛି ୨,୨୪୪ କୋଟି ଚାନ୍ଦା
୨୦୨୩-୨୪ ବର୍ଷରେ ବିଜେପି ସର୍ବାଧିକ ୨,୨୪୪ କୋଟି ଟଙ୍କା ପାଇଥିବାବେଳେ ପୂର୍ବତନ ତେଲେଙ୍ଗାନା ସିଏମ ଚନ୍ଦ୍ରଶେଖର ରାଓଙ୍କ ଦଳ ବିଆରଏସ ଦ୍ୱିତୀୟ ସ୍ଥାନରେ ରହିଛି।
National
ମଝି ସମୁଦ୍ରରେ ବୁଡ଼ିଲା ଯାତ୍ରୀବାହୀ ଡ଼ଙ୍ଗା, ଜଣେ ମୃତ, ୨୦ ଉଦ୍ଧାର
ଦୁର୍ଘଟଣାରେ ଜଣେ ୫୪ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।