ଦୁର୍ଘଟଣାରେ ଜୁନିଅର ଏନ୍‌ଟିଆର୍‌ଙ୍କ ପିତାଙ୍କ ମୃତ୍ୟୁ

ହାଇଦ୍ରାବାଦ: ଏକ ସଡ଼କ ଦୁର୍ଘଟଣାରେ ଦକ୍ଷିଣ ଭାରତୀୟ ଫିଲ୍ମର ଅନ୍ୟତମ ସୁପର୍‌ଷ୍ଟାର୍ ଜୁନିଅର ଏନ୍‌ଟିଆର୍‌ଙ୍କ ବାପା ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଶଳା ନନ୍ଦମୁରୀ ହରିକୃଷ୍ଣାଙ୍କର ପରଲୋକ ହୋଇଯାଇଛି। ସେ ବି ଜଣେ ଲୋକପ୍ରିୟ ଫିଲ୍ମ ଅଭିନେତା ଥିଲେ। ଏହା ସହିତ ସେ ଟିଡିପିର ଜଣେ ନେତା ମଧ୍ୟ ଥିଲେ। ଆଜି ସକାଳେ ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ନନ୍ଦମୁରୀ ହରିକୃଷ୍ଣାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେ ନେଲ୍ଲୋରରୁ ହାଇଦ୍ରାବାଦ୍ ଫେରୁଥିଲେ। ସେ ନିଜେ କାର୍ ଚଲାଉଥିଲେ। ତାଙ୍କୁ […]

car

car

Jitendra Garnayak
  • Published: Wednesday, 29 August 2018
  • Updated: 29 August 2018, 06:32 AM IST

Sports

Latest News

ହାଇଦ୍ରାବାଦ: ଏକ ସଡ଼କ ଦୁର୍ଘଟଣାରେ ଦକ୍ଷିଣ ଭାରତୀୟ ଫିଲ୍ମର ଅନ୍ୟତମ ସୁପର୍‌ଷ୍ଟାର୍ ଜୁନିଅର ଏନ୍‌ଟିଆର୍‌ଙ୍କ ବାପା ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଶଳା ନନ୍ଦମୁରୀ ହରିକୃଷ୍ଣାଙ୍କର ପରଲୋକ ହୋଇଯାଇଛି। ସେ ବି ଜଣେ ଲୋକପ୍ରିୟ ଫିଲ୍ମ ଅଭିନେତା ଥିଲେ। ଏହା ସହିତ ସେ ଟିଡିପିର ଜଣେ ନେତା ମଧ୍ୟ ଥିଲେ।

ଆଜି ସକାଳେ ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ନନ୍ଦମୁରୀ ହରିକୃଷ୍ଣାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେ ନେଲ୍ଲୋରରୁ ହାଇଦ୍ରାବାଦ୍ ଫେରୁଥିଲେ। ସେ ନିଜେ କାର୍ ଚଲାଉଥିଲେ।

[caption id="attachment_268889" align="alignnone" width="750"]car1 photo credit-ANI[/caption]

ତାଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

[caption id="attachment_268937" align="aligncenter" width="750"]60 ଦୁଇ ପୁଅ କଲ୍ୟାଣରାମ ଓ ଜୁନିଅର ଏନ୍‌ଟିଆର୍‌ଙ୍କ ସହ ନନ୍ଦମୁରୀ, image credit- times of india[/caption]

ନନ୍ଦମୁରୀ ତେଲୁଗୁ ସିନେମାରେ ଶିଶୁ କଳାକାର ଭାବେ କାମ ଆରମ୍ଭ କରିଥିଲେ। ସେ ପ୍ରସିଦ୍ଧ ଅଭିନେତା ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦମୁରୀ ତାରକ ରାମା ରାଓ (ଏନ୍‌ଟିଆର୍‌)ଙ୍କ ଚତୁର୍ଥ ପୁଅ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos