ପୁଅ ପାଇଁ ଅଡ଼ୁଆରେ ହରିଆଣା ବିଜେପି ଅଧ୍ୟକ୍ଷ; ମୋଦି କ୍ଷୁବ୍ଧ, ଚାଲି ଯାଇପାରେ ଚୌକି

ନୂଆଦିଲ୍ଲୀ: ଚଣ୍ଡିଗଡ଼ର ହାଇପ୍ରୋଫାଇଲ୍‌ ଅସଦାଚରଣ ମାମଲାରେ ହରିଆଣାର ବିଜେପି ଅଧ୍ୟକ୍ଷ ସୁଭାଷ ବରାଲା ତାଙ୍କ ପଦ ହରାଇ ପାରନ୍ତି। କାରଣ ଏହି ଘଟଣାକୁ ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଉପରେ କ୍ଷୁବ୍ଧ ଅଛନ୍ତି। ତା’ସହିତ ଏହି ଘଟଣା ବିଜେପିକୁ ମଧ୍ୟ ଅଡ଼ୁଆ ସ୍ଥିତିରେ ପକାଇ ଦେଇଛି। ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି କାହାକୁ ବଞ୍ଚାଇବାକୁ ଉଦ୍ୟମ ନ କରିବାକୁ ଦଳୀୟ ନେତୃତ୍ୱ ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏମିତି ବି କୁହାଯାଉଛି ଯେ […]

bikash

bikash

Rakesh Mallick
  • Published: Monday, 07 August 2017
  • Updated: 07 August 2017, 11:17 AM IST

Sports

Latest News

ନୂଆଦିଲ୍ଲୀ: ଚଣ୍ଡିଗଡ଼ର ହାଇପ୍ରୋଫାଇଲ୍‌ ଅସଦାଚରଣ ମାମଲାରେ ହରିଆଣାର ବିଜେପି ଅଧ୍ୟକ୍ଷ ସୁଭାଷ ବରାଲା ତାଙ୍କ ପଦ ହରାଇ ପାରନ୍ତି। କାରଣ ଏହି ଘଟଣାକୁ ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଉପରେ କ୍ଷୁବ୍ଧ ଅଛନ୍ତି। ତା’ସହିତ ଏହି ଘଟଣା ବିଜେପିକୁ ମଧ୍ୟ ଅଡ଼ୁଆ ସ୍ଥିତିରେ ପକାଇ ଦେଇଛି।

ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି କାହାକୁ ବଞ୍ଚାଇବାକୁ ଉଦ୍ୟମ ନ କରିବାକୁ ଦଳୀୟ ନେତୃତ୍ୱ ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏମିତି ବି କୁହାଯାଉଛି ଯେ ସୁଭାଷ ବରାଲାଙ୍କ ପୁଅ ବିକାଶଙ୍କ ନାଁରେ ରୁଜୁ ହୋଇଥିବା ଏଫ୍‌ଆଇଆର୍‌ରେ ଆହୁରି କିଛି କଡ଼ା ଧାରା ଯୋଡ଼ା ଯାଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରା ଘଟଣା ସଂପର୍କରେ ପଚାରି ବୁଝିଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଏ ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗମ୍ଭୀର ଅଭିଯୋଗ ସତ୍ତ୍ୱେ ଅଭିଯୁକ୍ତଙ୍କୁ ଥାନାରୁ ହିଁ ଜାମିନ୍ ମିଳିବା ନେଇ ହରିଆଣାର ବିଜେପି ସରକାର ଉପରକୁ ଆଙ୍ଗୁଳି ଉଠିଛି। ସରକାରଙ୍କ ଚାପରେ ଅଭିଯୁକ୍ତଙ୍କୁ ଜାମିନ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ଘଟଣାରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ବିଜେପି ନେତୃବର୍ଗ ହରିଆଣା ସରକାରଙ୍କୁ ଏମିତି କୌଣସି ପଦକ୍ଷେପ ନ ଉଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହାଦ୍ୱାରା ଲୋକଙ୍କ ପାଖକୁ ଭୁଲ୍ ବାର୍ତ୍ତା ଯିବ।

ହରିଆଣାର ବିଜେପି ଅଧ୍ୟକ୍ଷ ସୁଭାଷ ବରାଲାଙ୍କ ପୁଅ ବିକାଶ ଓ ତାଙ୍କର କିଛି ସାଙ୍ଗ ରାଜ୍ୟର ଜଣେ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ଝିଅକୁ ପିଛା କରିବା ସହ ତାଙ୍କ ସହିତ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ବେଳେ ସେମାନେ ମଦ ପିଇଥିବା କଥା ମଧ୍ୟ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story