ହରିଆଣାର ମେଣ୍ଟ ସରକାର ବିପଦରେ କି? ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜନାଥ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ହରିଆଣାର ବିଜେପି ସରକାର ଏବେ ସଙ୍କଟରେ। କାରଣ ଚାଷୀଙ୍କୁ ସମର୍ଥନ କରୁଥିବା ଶାସକ ଦଳର ସହଯୋଗୀ ଦଳ ଜେଜେପିର କିଛି ବିଧାୟକ ସରକାରକୁ ବିରୋଧ କରୁଛନ୍ତି। ଯାହାକୁ ନେଇ ଏବେ ଖଟ୍ଟର ସରକାର ଅଡୁଆରେ। ଏହାରି ଭିତରେ ଆଜି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରାଜନାଥ ସିଂହ ଉପମୁଖ୍ୟମନ୍ତ୍ରୀ ତଥା ଜେଜେପି ସଭାପତି ଦୁଷ୍ୟନ୍ତ ଚୋଟାଲାଙ୍କ ସହ ଆଲୋଚନା କରିଛନ୍ତି। ତେବେ କେଉଁ ପ୍ରସଙ୍ଗରେ ଏହି ଦୁଇ […]

rajnath-haryana-deputy-cm

Subhransu Sekhar
  • Published: Saturday, 12 December 2020
  • , Updated: 12 December 2020, 06:13 PM IST

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ହରିଆଣାର ବିଜେପି ସରକାର ଏବେ ସଙ୍କଟରେ। କାରଣ ଚାଷୀଙ୍କୁ ସମର୍ଥନ କରୁଥିବା ଶାସକ ଦଳର ସହଯୋଗୀ ଦଳ ଜେଜେପିର କିଛି ବିଧାୟକ ସରକାରକୁ ବିରୋଧ କରୁଛନ୍ତି। ଯାହାକୁ ନେଇ ଏବେ ଖଟ୍ଟର ସରକାର ଅଡୁଆରେ। ଏହାରି ଭିତରେ ଆଜି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରାଜନାଥ ସିଂହ ଉପମୁଖ୍ୟମନ୍ତ୍ରୀ ତଥା ଜେଜେପି ସଭାପତି ଦୁଷ୍ୟନ୍ତ ଚୋଟାଲାଙ୍କ ସହ ଆଲୋଚନା କରିଛନ୍ତି। ତେବେ କେଉଁ ପ୍ରସଙ୍ଗରେ ଏହି ଦୁଇ ବଡ଼ ନେତା କଥା ହୋଇଛନ୍ତି ତାହା ଜଣାପଡ଼ିନି।

https://twitter.com/ANI/status/1337666160502865921?s=20

ହରିଆଣାର ଖାପ୍ ପଞ୍ଚାୟତ ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ କରିଛି। ଆବଶ୍ୟକ ପଡ଼ିଲେ ହରିଆଣାର ଖଟ୍ଟର ସରକାରକୁ ଭାଙ୍ଗିଦେବାକୁ ଧମକ ଦେଇଛି ଏହି ପଞ୍ଚାୟତ। ହରିଆଣାର ଜିନ୍ଦରୁ ଖାପ ପଞ୍ଚାୟତ ସଦସ୍ୟ ଦିଲ୍ଲୀ ଆସିଛନ୍ତି। ଖାପ୍ ପଞ୍ଚାୟତ ଏବେ ଖଟ୍ଟର ସରକାର ପ୍ରତି ଥିବା ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର କରିବାକୁ ଚାପ ପକାଇଛି। ଜେଜେପିର କିଛି ବିଧାୟକ ସରକାର ପାଖରୁ ସମର୍ଥନ ପ୍ରତ୍ୟାହାର କରିବେ ବୋଲି କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର କହିଛନ୍ତି ମେଣ୍ଟ ପ୍ରତି ବିପଦ ନାହିଁ।

Related story