ଅଡ଼ୁଆରେ ‘ନକଲି ଭାଉଜ’, ଛୁଟି ନେଇ କରୁଥିଲେ ଆନ୍ଦୋଳନ

ଲକ୍ଷ୍ନୌ: ହାଥରସ ମାମଲାରେ ପୀଡ଼ିତାଙ୍କ ସମ୍ପର୍କୀୟ ହୋଇ ରହୁଥିବା ମହିଳାଙ୍କ ପରିଚୟ ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ଭାଉଜ ହୋଇ ରହୁଥିବା ମହିଳା ଜଣଙ୍କ ତାଙ୍କର ସମ୍ପର୍କୀୟ ନୁହେଁ ବୋଲି ଜଣାପଡ଼ିଛି। ଏହି ମହିଳାଙ୍କ ଭିଡିଓ ପଦାକୁ ଆସିବା ପରେ ତାଙ୍କ ନାମ ରାଜକୁମାରୀ ବଂଶଲ ବୋଲି ଜଣାପଡ଼ିଛି। ଜବଲପୁର ମେଡିକାଲ କଲେଜ ଏ ନେଇ ତାଙ୍କୁ ନୋଟିସ ପଠାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜବଲପୁର ମେଡିକାଲ କଲେଜର ଡିନ୍ ପି.କେ କାସର ନୋଟିସ ଜାରି କରି କହିଛନ୍ତି […]

hatras fake bhauja

Subhransu Sekhar
  • Published: Sunday, 11 October 2020
  • , Updated: 11 October 2020, 06:15 PM IST

ଲକ୍ଷ୍ନୌ: ହାଥରସ ମାମଲାରେ ପୀଡ଼ିତାଙ୍କ ସମ୍ପର୍କୀୟ ହୋଇ ରହୁଥିବା ମହିଳାଙ୍କ ପରିଚୟ ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ଭାଉଜ ହୋଇ ରହୁଥିବା ମହିଳା ଜଣଙ୍କ ତାଙ୍କର ସମ୍ପର୍କୀୟ ନୁହେଁ ବୋଲି ଜଣାପଡ଼ିଛି। ଏହି ମହିଳାଙ୍କ ଭିଡିଓ ପଦାକୁ ଆସିବା ପରେ ତାଙ୍କ ନାମ ରାଜକୁମାରୀ ବଂଶଲ ବୋଲି ଜଣାପଡ଼ିଛି। ଜବଲପୁର ମେଡିକାଲ କଲେଜ ଏ ନେଇ ତାଙ୍କୁ ନୋଟିସ ପଠାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜବଲପୁର ମେଡିକାଲ କଲେଜର ଡିନ୍ ପି.କେ କାସର ନୋଟିସ ଜାରି କରି କହିଛନ୍ତି ସୋଶାଲ ମିଡିଆରେ ମହିଳାଙ୍କ ଭିଡିଓ ଦେଖିବା ପରେ ସେ ତାଙ୍କୁ ଜବାବ ମାଗିଛନ୍ତି। କାରଣ ସେ ଜଣେ ସରକାରୀ କର୍ମଚାରୀ। ହେଲେ ପୀଡ଼ିତାଙ୍କର ସମ୍ପର୍କୀୟ ନହୋଇ କିଭଳି ସରକାର ବିରୋଧରେ ଆନ୍ଦୋଳନ କରିବାକୁ ଗଲେ? ଏହା ଚାକିରି କରିବା ସର୍ତ୍ତର ଉଲ୍ଲଂଘନ ବୋଲି ଜଣାପଡ଼ିଛି।

ସରକାରଙ୍କ ନିୟମ ଅନୁଯାୟୀ ମହିଳାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ଯଦି ତାଙ୍କ ଜବାବ ସନ୍ତୋଷଜନକ ନହେବ।

ଶନିବାର ଦିନ ହାଥରସ ଘଟଣାକୁ ନେଇ କିଛି ଗଣମାଧ୍ୟମ ଜଣେ ମହିଳା ପୀଡିତାଙ୍କ ଘରେ ଜଣେ ନକଲି ସମ୍ପର୍କୀୟ ଭାବରେ ରହୁଥିବା ଦେଖାଇଥିଲେ। ମହିଳା ଜଣଙ୍କ ନକ୍ସଲ ବୋଲି ଗଣମାଧ୍ୟମ କହିଥିଲା। ସରକାରଙ୍କ ବିରୋଧରେ ପରିବାର ଲୋକଙ୍କୁ ଉସକାଉଥିବା ଅଭିଯୋଗ ହୋଇଥିଲା। ଏହା ପରେ ମହିଳା ନିଜେ ମିଡିଆକୁ ଆସି ନିଜର ପରିଚୟ ପ୍ରକାଶ କରିଥିଲେ। ସେ କହିଥିଲେ ପୀଡ଼ିତାଙ୍କ ପରିବାରକୁ ଶାନ୍ତନା ଦେବାକୁ ଆସିଥିଲେ। ହେଲେ ପରିବାର ଲୋକ ନଛାଡ଼ିବାରୁ ସେ ରହିଯାଇଥିଲେ ବୋଲି କହିଛନ୍ତି।

ତେବେ ସୋଶାଲ ମିଡିଆରେ ଭାଇରାଲ ଭିଡିଓରେ ମହିଳା ଜଣକ ସିପିଏମ ଏବଂ ସିପିଆଇ ନେତାଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ଏହି ଆଧାରରେ ମହିଳାଙ୍କ ନକ୍ସଲ ଲିଙ୍କ୍ ଥିବା ନେଇ ଦାବି ହୋଇଥିଲା। ଏହି ମହିଳାଙ୍କ ଘର ମଧ୍ୟପ୍ରଦେଶ ବୋଲି ଜଣାପଡ଼ିଛି। ଡକ୍ଚର ରାଜକୁମାରୀ ବଂଶଲଙ୍କ (41) ଘର ଜବଲପୁର। ସେ ପେଶାରେ ଅଧ୍ୟାପକ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମେଡିକାଲ କଲେଜର ଫାର୍ମାକୋଲୋଜି ବିଭାଗରେ ଅଧ୍ୟାପକ। ମହିଳା ଜଣକ କହିଛନ୍ତି ଯେ ସେ ପୀଡିତାଙ୍କ ପରିବାରକୁ ଭେଟିବା ପାଇଁ 6 ଅକ୍ଟୋବରରେ ସେ ଜବଲପୁରକୁ ଫେରି ଆସିଥିଲେ।

ବିନା ପ୍ରମାଣରେ ତାଙ୍କୁ ନକ୍ସଲ କହିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୀଡିତାଙ୍କ ଭାଉଜ କହିଛନ୍ତି, ଲୋକମାନେ ସବୁ ସ୍ଥାନରୁ ଏଠାକୁ ଆସୁଛନ୍ତି। ଏହାର ଅର୍ଥ ନୁହେଁ ଯେ ସେମାନଙ୍କୁ ଦୁର୍ବ୍ୟବହାର କରାଯିବା ସହ ଷଡଯନ୍ତ୍ରର ଅଭିଯୋଗ କରାଯିବ। ଆମେ ସମସ୍ତେ ଆମ ଝିଅ ପାଇଁ ନ୍ୟାୟ ଚାହୁଁଛୁ।

Related story