ଜୟପୁର: ଏକ ଜମିଜମା ବିବାଦର ତଦନ୍ତ କରିବାକୁ ଯାଇ ଜଣେ ହେଡ୍ କନ୍ଷ୍ଟେବଲ୍ଙ୍କୁ ପ୍ରାଣବଳି ଦେବାକୁ ପଡ଼ିଛି। ରାଜସ୍ଥାନର ରାଜସମନ୍ଦ ଜିଲ୍ଲାରେ ଏହି ଦୁଃଖଦ ଘଟଣା ଘଟିଛି। ଏହି କନ୍ଷ୍ଟେବଲ୍ ତଦନ୍ତ କରିବାକୁ ଯାଇଥିବା ବେଳେ ଗୋଟିଏ ଗୋଷ୍ଠୀର ଲୋକ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି।
ହେଡ୍ କନ୍ଷ୍ଟେବଲ୍ ଦାୟିତ୍ୱରେ ଥିବା ଅବ୍ଦୁଲ ଗନି ନାମକ ଏହି ବ୍ୟକ୍ତି କୁଆଁରିଆର ବାସିନ୍ଦା। ସେ ଏହି ଜମି ବିବାଦର ତଦନ୍ତ କରିବା ପାଇଁ ବିବାଦୀୟ ସ୍ଥାନକୁ ଯାଇଥିଲେ। ଯେଉଁଠାରେ ଜମି ଦଖଲକୁ ନେଇ ଯୁକ୍ତିତର୍କ ହେବାରୁ ତାଙ୍କୁ ଦଳବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ସେ ଏଥିରେ ଅତି ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ସେ ମୃତ ଘୋଷିତ ହୋଇଥିଲେ। ତେବେ ଏହି ଘଟଣାକୁ ନେଇ ରାଜ୍ୟ ପୁଲିସ୍ ବିଭାଗ ସ୍ତବ୍ଧ ହୋଇଯାଇଛି। ବରିଷ୍ଠ ପୁଲିସ୍ ଅଧିକାରୀମାନେ ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଶେଖ ହସିନାଙ୍କୁ ଢାକା ପଠାଅ: ଭାରତକୁ ଚିଠି ଲେଖିଲା ବାଂଲାଦେଶ
ଢାକା ଭିତ୍ତିକ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ(ଆଇସିଟି) ମାନବଜାତି ବିରୋଧରେ ଅପରାଧ ଓ ନରସଂହାର ଅଭିଯୋଗରେ ଶେଖ ହସିନା, ତାଙ୍କ ସରକାରରେ ଥିବା ମନ୍ତ୍ରୀ, ପରାମର୍ଶଦାତା, ପୂର୍ବତନ ସାମରିକ ଓ ବେସାମରିକ ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାଣି କରିଛନ୍ତି।
Crime
ହୋଟେଲ ପାର୍କିଂରେ ଟ୍ରିପଲ ମର୍ଡର: ଦୁଇ ଯୁବକ, ଜଣେ ଯୁବତୀଙ୍କୁ ଗୁଳି କରି ହତ୍ୟା
ଗୁଳିମାଡ଼ରେ ଦିଲ୍ଲୀର ଭିକ୍କି ଓ ବିପିନଙ୍କ ସମେତ ହିର୍ସାର ନିଆଙ୍କ ମୃତ୍ୟୁ ହୋଇଛି। ହୋଟେଲର ପାର୍କିଂରେ ଏମାନେ ଛିଡ଼ା ହୋଇଥିବା ବେଳେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ୩ ଜଣଙ୍କୁ ହତ୍ୟା କରିଛନ୍ତି।
National
ପୁଲିସ୍ ପଞ୍ଝାରେ ‘ଲୁଟେରୀ ଦୁଲହନ’: ୩ ବିବାହ, ୧.୨୫ କୋଟି ଠକେଇ
ଗୋଟିଏ ଦଶନ୍ଧି ମଧ୍ୟରେ ମହିଳା ଜଣଙ୍କ ଏକାଧିକ ପୁରୁଷଙ୍କୁ ବିବାହ କରିବା ସହ କେମିତି ୧.୨୫ କୋଟିରୁ ଅଧିକ ଟଙ୍କା ସେମାନଙ୍କ ଠାରୁ ହଡ଼ପ କରିଥିଲା, ତା’ର ତଥ୍ୟ ସାମ୍ନାକୁ ଆସିଛି।
National
UPSC ଠକେଇ ମାମଲା: ଗିରଫ ହେବେ କି ପୂଜା ଖେଡକର?
ତାଙ୍କୁ ପୂର୍ବରୁ ଗିରଫଦାରୀରୁ ମିଳିଥିବା ସୁରକ୍ଷାକୁ ମଧ୍ୟ କୋର୍ଟ ହଟାଇ ଦେଇଛନ୍ତି।
Politics
ଆପ୍ ବିରୋଧରେ ବିଜେପି ଜାରି କଲା ‘ଚାର୍ଜଶିଟ୍’
କାର୍ଯ୍ୟକ୍ରମରେ ଆପ୍ ବିରୋଧରେ ବିଭିନ୍ନ ପ୍ରକାରର ସ୍ଲୋଗାନ ଥିବା ପୋଷ୍ଟର ଓ ବ୍ୟାନର ମଧ୍ୟ ଲଗାଇଯାଇଛି। ୧୦ ସାଲ ଦିଲ୍ଲୀ ବେହାଲ, ଦିଲ୍ଲୀ କା ଏକ୍ୟୁଆଇ ହୁଆ ୫୦୦ ପାର, ଯମୁନା ମେଁ ହେ ପଲ୍ୟୁସନ କି ବାହାର ଭଳି ଲେଖା ପ୍ରଦର୍ଶିତ କରାଯାଇଛି।