ମାର୍କେଟ ଗୁଡ଼ିକ ପାଇଁ ନୂଆ ଗାଇଡଲାଇନ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମାର୍କେଟଗୁଡ଼ିକ ପାଇଁ ନୂଆ ଗାଇଡଲାଇନ ଜାରି କରିଛି। ଗାଇଡଲାଇନ ଅନୁଯାୟୀ, କଣ୍ଟେନମେଣ୍ଟ ଜୋନରେ ଥିବା ମାର୍କେଟ ଗୁଡ଼ିକ କୌଣସି ବି ପରିସ୍ଥିତିରେ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। କେବଳ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ମାର୍କେଟ ପ୍ରତିଷ୍ଠାନ ଗୁଡ଼ିକ ଖୋଲିପାରିବ। ମନ୍ତ୍ରଣାଳୟ କହିଛି ଯେ ୬୫ ବର୍ଷରୁ ଅଧିକ ବୟସ୍କ, ବିଭିନ୍ନ ରୋଗରେ ପୀଡ଼ିତ ଲୋକ, ଗର୍ଭବତୀ ଓ ୧୦ […]

gs

Hemant Lenka
  • Published: Monday, 30 November 2020
  • , Updated: 30 November 2020, 08:49 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମାର୍କେଟଗୁଡ଼ିକ ପାଇଁ ନୂଆ ଗାଇଡଲାଇନ ଜାରି କରିଛି। ଗାଇଡଲାଇନ ଅନୁଯାୟୀ, କଣ୍ଟେନମେଣ୍ଟ ଜୋନରେ ଥିବା ମାର୍କେଟ ଗୁଡ଼ିକ କୌଣସି ବି ପରିସ୍ଥିତିରେ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। କେବଳ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ମାର୍କେଟ ପ୍ରତିଷ୍ଠାନ ଗୁଡ଼ିକ ଖୋଲିପାରିବ।

ମନ୍ତ୍ରଣାଳୟ କହିଛି ଯେ ୬୫ ବର୍ଷରୁ ଅଧିକ ବୟସ୍କ, ବିଭିନ୍ନ ରୋଗରେ ପୀଡ଼ିତ ଲୋକ, ଗର୍ଭବତୀ ଓ ୧୦ ବର୍ଷ ବୟସରୁ କମ ବୟସ୍କ ପିଲାମାନେ ଯଥା ସମ୍ଭବ ଘରେ ରୁହନ୍ତୁ। ଅତି ଜରୁରୀ ପରିସ୍ଥିତିରେ ସେମାନେ ବାହାରକୁ ବାହାରିବା ଭଲ ବୋଲି ମନ୍ତ୍ରଣାଳୟ କହିଛି।

ଅଧିକ ସଂକ୍ରମଣ ଆଶଙ୍କା ଥିବା ଦୋକାନରେ କାମ କରୁଥିବା କର୍ମଚାରୀ ଓ ଏହାର ମାଲିକ ବ୍ୟବସାୟ କରିବା ବେଳେ ଅଧିକ ସତର୍କ ରହିବା ଉଚିତ। ଗାଇଡଲାଇନକୁ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରଣାଳୟ ବିଭିନ୍ନ ମାର୍କେଟ ଆସୋସିଏସନ ସହ ଯୋଗାଯୋଗ କରୁଥିବା ମଧ୍ୟ କହିଛି।


ମାର୍କେଟ ପ୍ଲେସରେ ସାମାଜିକ ଦୂରତା ଓ ମାସ୍କ ପରିନ୍ଧାନ କରିବା ପାଇଁ ଲୋକମାନଙ୍କୁ ଦୋକାନୀମାନେ ନିର୍ଦ୍ଦେଶ ଦିଅନ୍ତୁ। ନୂଆ ଗାଇଡଲାଇନରେ ମାର୍କେଟ ଆସୋସିଏସନକୁ ଗୋଟିଏ ସବ କମିଟି ଗଠନ କରିବାକୁ କୁହାଯାଇଛି। ଏହି କମିଟି କରୋନା କଟକଣା ଠିକ ଭାବେ ପାଳନ କରାଯାଉଛି କି ନାହିଁ, ତା’ର ତଦାରଖ କରିବେ।

ଯଦି କୌଣସି ଆସୋସିଏସନ ଏହାକୁ ପାଳନ କରୁନାହାନ୍ତି, ତା’ହେଲେ ସ୍ଥାନୀୟ ପ୍ରଶାସନ ଦୋକାନଗୁଡ଼ିକୁ ବନ୍ଦ କରିପାରିବ କିମ୍ବା ବିକଳ୍ପ ଦିନରେ ଏହାକୁ ଖୋଲିବାକୁ ନିର୍ଦ୍ଦେଶ ଦେଇପାରିବ ବୋଲି ଗାଇଡଲାଇନରେ କୁହାଯାଇଛି।

Related story