ବର୍ଷା ଯୋଗୁଁ ବେଙ୍ଗଲୁରୁ ସହର ଠପ୍‌: ୫ଜଣ ଲୋକଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଙ୍ଗଳୁରୁରେ ଗତ କିଛି ଦିନ ହେଲା ଲଗାତର ବର୍ଷା ଜାରି ରହିଛି।  ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ସହ  ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ୫ଜଣ ଲୋକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲ ସନ୍ଧ୍ୟାରେ ବେଙ୍ଗଲୁରୁର ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଅଂଚଳରେ  ପ୍ରବଳ ବର୍ଷା ହୋଇଥିଲା। ଏହାପରେ ସହରର ଟ୍ରାଫିକ ବ୍ୟବସ୍ଥା ପୁରା ବିପର୍ଯ୍ୟସ୍ତ ହୋଇ ପଡିଥିଲା। ଲୋକମାନେ ଯିବା ଆସିବା କରିବା ପାଇଁ ନାହିଁ ନଥିବା ଅସୁବିଧାର […]

bengaluru-rains-ndtv-650_650x400_71507979736

bengaluru-rains-ndtv-650_650x400_71507979736

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 06:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଙ୍ଗଳୁରୁରେ ଗତ କିଛି ଦିନ ହେଲା ଲଗାତର ବର୍ଷା ଜାରି ରହିଛି।  ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ସହ  ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ୫ଜଣ ଲୋକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲ ସନ୍ଧ୍ୟାରେ ବେଙ୍ଗଲୁରୁର ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଅଂଚଳରେ  ପ୍ରବଳ ବର୍ଷା ହୋଇଥିଲା। ଏହାପରେ ସହରର ଟ୍ରାଫିକ ବ୍ୟବସ୍ଥା ପୁରା ବିପର୍ଯ୍ୟସ୍ତ ହୋଇ ପଡିଥିଲା। ଲୋକମାନେ ଯିବା ଆସିବା କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିନ୍ତୁବର୍ଷା ପରେ  ବିଭିନ୍ନ ସ୍ଥାନରେ ଲୋକମାନେ ନିଖୋଜ ଥିବାର ଖବର ମିଳିଥିଲା।  କୁରୁବ୍ରାହାଲି ଅଂଚଳରେ ଜଣେ ପୂଜକ ପାଣିରେ ଭାସି ଯାଇଥିଲେ। ଏହାପରେ ଏନଡିଆରଏଫ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏଥିସହ ଜଣେ ମହିଳା ଓ ତାଙ୍କ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ୫ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି।  କିଛି ଦିନ ତଳେ ବେଙ୍ଗଲୁରୁରେ ରାସ୍ତାରେ ଥିବା ଖାଲରେ ପଡି ୪ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos