ଓଟିପିକୁ ନେଇ ବିବାଦ; ଓଲା ଡ୍ରାଇଭରଙ୍କ ମାଡ଼ରେ ଆଖି ବୁଜିଲେ ପାସେଞ୍ଜର

ଚେନ୍ନାଇ: ଓଲା କ୍ୟାବ ବୁକ୍‌ କରିବା ପରେ ୱାନ-ଟାଇମ୍‌ ପାସୱାର୍ଡକୁ ନେଇ ମୁହାଁମୁହିଁ ହେଲେ କାର୍‌ ଚାଳକ ଓ ପାସେଞ୍ଜର । ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କାର୍‌ ଚାଳକଙ୍କ ମୁଥ ମାଡ଼ରେ ଆଖି ବୁଜିଲେ ପାସେଞ୍ଜରଜଣକ । ଏପରି ଅଭାବନୀୟ ଘଟଣା ତାମିଲନାଡ଼ୁ ରାଜଧାନୀ ଚେନ୍ନାଇରେ ସାମନାକୁ ଆସିଛି । ମୃତକ ହେଲେ ଉମେନ୍ଦ୍ର । ଏହି ଘଟଣାରେ ପୁଲିସ୍‌ ଓଲା କ୍ୟାବ୍‌ ଚାଳକ ରବିଙ୍କୁ ଗିରଫ କରିଛି। ପୁଲିସ୍‌ ସୂଚନା […]

ola

ola

Niharika Rout
  • Published: Tuesday, 05 July 2022
  • Updated: 05 July 2022, 12:34 PM IST

Sports

Latest News

ଚେନ୍ନାଇ: ଓଲା କ୍ୟାବ ବୁକ୍‌ କରିବା ପରେ ୱାନ-ଟାଇମ୍‌ ପାସୱାର୍ଡକୁ ନେଇ ମୁହାଁମୁହିଁ ହେଲେ କାର୍‌ ଚାଳକ ଓ ପାସେଞ୍ଜର । ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କାର୍‌ ଚାଳକଙ୍କ ମୁଥ ମାଡ଼ରେ ଆଖି ବୁଜିଲେ ପାସେଞ୍ଜରଜଣକ । ଏପରି ଅଭାବନୀୟ ଘଟଣା ତାମିଲନାଡ଼ୁ ରାଜଧାନୀ ଚେନ୍ନାଇରେ ସାମନାକୁ ଆସିଛି । ମୃତକ ହେଲେ ଉମେନ୍ଦ୍ର । ଏହି ଘଟଣାରେ ପୁଲିସ୍‌ ଓଲା କ୍ୟାବ୍‌ ଚାଳକ ରବିଙ୍କୁ ଗିରଫ କରିଛି।

ପୁଲିସ୍‌ ସୂଚନା ଅନୁଯାୟୀ, ଉମେନ୍ଦ୍ର କୋଏମ୍ବଟୁରରେ ଏକ ସଫ୍ଟୱେର୍ କମ୍ପାନୀରେ କାମ କରୁଥିବା ବେଳେ ସେଠାରେ ସେ ପତ୍ନୀଙ୍କ ସହ ରୁହନ୍ତି । ଗତ ରବିବାର  ଉମେନ୍ଦ୍ର ନିଜ ପରିବାର ସହ କୋଏମ୍ବାଟୁରର ଏକ ମଲ୍‌କୁ ଫିଲ୍ମ ଦେଖିବାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ  ଉମେନ୍ଦ୍ରଙ୍କ ପତ୍ନୀ ଏକ ଓଲା କ୍ୟାବ୍‌ ବୁକ୍‌ କରିଥିଲେ।

କ୍ୟାବ ପହଞ୍ଚିବା ପରେ OTPକୁ ନେଇ ଉଭୟଙ୍କ ମଧ୍ୟରେ କିଛି ଦ୍ୱନ୍ଦ୍ୱ ଆରମ୍ଭ ହୋଇଥିଲା। ଏପରିକି କ୍ୟାବ ଡ୍ରାଇଭର ରବି ସେମାନଙ୍କୁ ଗାଡିରୁ ଓହ୍ଲାଇ ପ୍ରଥମେ ଓଟିପି ଯାଞ୍ଚ କରିବାକୁ କହିଥିଲେ। ଉମେନ୍ଦ୍ର ଗାଡ଼ିରୁ ଓହ୍ଲାଇବା ପରେ ରବି ଜବରଦସ୍ତି ଭାବେ କାର୍‌ ଡୋର ବନ୍ଦ କରି ଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ଉମେନ୍ଦ୍ରଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ରବି ତାଙ୍କ ସ୍ୱାମୀଙ୍କ ମୁହଁକୁ ବାରମ୍ବାର ମୁଥ ମାରିଥିଲେ । ଫଳରେ ସେ ବେହୋସ ହୋଇ ପଡ଼ିଲେ। ଏହା ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି ଯେ ହତ୍ୟା ଅଭିଯୋଗରେ ରବିଙ୍କୁ ଗିରଫ କରାଯାଇଛି ଏବଂ ତଦନ୍ତ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos