ଚାକିରୀ ଅଫର, ବାର୍ଷିକ ଦରମା ୧.୫୩ କୋଟି

ବାରଣାସୀ: ରବିବାରଠୁ ଆଇଆଇଟି ବନାରସ ବିଶ୍ୱ ବିଦ୍ୟାଳୟରେ ୩ ଦିନିଆ କ୍ୟାମ୍ପସ ଡ୍ରାଇଭ ଆରମ୍ଭ ହୋଇଛି। ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନୀର ମୋଟ୍ ୩୩ଟି କମ୍ପାନୀ ୧୮୮ଟି ପଦବୀକୁ ନେଇ ଆସିଛନ୍ତି ଏହି କ୍ୟାମ୍ପସ ଡ୍ରାଇଭକୁ। ଏହି ପଦବୀ ମଧ୍ୟରୁ ୪ଟି ପଦବୀ ଅନ୍ତର୍ଜାତୀୟ କମ୍ପାନୀର ରହିଛି। ଯାହାର ବାର୍ଷିକ ଦରମା ୧.୫୩ କୋଟି ରହିଛି। ଏ ନେଇ ଆଇଆଇଟି-ବିଏଚୟୁର ପ୍ରଫେସର ଇନ୍-ଚାର୍ଜ ଅନୀଲ କୁମାର ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି। ଗୋଲ୍ଡ ମ୍ୟାନ, ମାଇକ୍ରୋସଫ୍ଟ, ସିଶକୋ, ଇନଟେଲ, […]

IIT BHU

Subhransu Sekhar
  • Published: Monday, 02 December 2019
  • , Updated: 02 December 2019, 03:16 PM IST

ବାରଣାସୀ: ରବିବାରଠୁ ଆଇଆଇଟି ବନାରସ ବିଶ୍ୱ ବିଦ୍ୟାଳୟରେ ୩ ଦିନିଆ କ୍ୟାମ୍ପସ ଡ୍ରାଇଭ ଆରମ୍ଭ ହୋଇଛି। ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନୀର ମୋଟ୍ ୩୩ଟି କମ୍ପାନୀ ୧୮୮ଟି ପଦବୀକୁ ନେଇ ଆସିଛନ୍ତି ଏହି କ୍ୟାମ୍ପସ ଡ୍ରାଇଭକୁ। ଏହି ପଦବୀ ମଧ୍ୟରୁ ୪ଟି ପଦବୀ ଅନ୍ତର୍ଜାତୀୟ କମ୍ପାନୀର ରହିଛି। ଯାହାର ବାର୍ଷିକ ଦରମା ୧.୫୩ କୋଟି ରହିଛି। ଏ ନେଇ ଆଇଆଇଟି-ବିଏଚୟୁର ପ୍ରଫେସର ଇନ୍-ଚାର୍ଜ ଅନୀଲ କୁମାର ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି।

ଗୋଲ୍ଡ ମ୍ୟାନ, ମାଇକ୍ରୋସଫ୍ଟ, ସିଶକୋ, ଇନଟେଲ, ଓରାକେଲ, ଆମେରିକାନ ଏକ୍ସପ୍ରେସ, ବାଜବ, ଜାଗୁଆର, ଟାଟା, ରିଲାଏନ୍ସସ, ଆମାଜନ, ପଲିସି ବଜାର, ଆଦିତ୍ୟ ବିର୍ଲା, ଓ୍ୱିପ୍ରୋ ଭଳି ପ୍ରତିଷ୍ଠିତ କମ୍ପାନୀ ରହିଛି। ଅଧିକାଂଶ ଚାକିରୀର ବାର୍ଷିକ ପ୍ୟାକେଜ ୧୦ ଲକ୍ଷରୁ ୫୮ ଲକ୍ଷ ୨୧ ହଜାର ଟଙ୍କା ମଧ୍ୟରେ ରହିଛି। ଏହି କ୍ୟାମ୍ପସ ଡ୍ରାଇଭରେ ବସିବା ପାଇଁ କିନ୍ତୁ ୧,୪୨୬ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି।

Related story